33.1 C
Bhubaneswar
Thursday, April 25, 2024
Homeଓଡିଶାଜିଲ୍ଲା କଂଗ୍ରେସ ପକ୍ଷରୁ ରାଜିବ ଗାନ୍ଧୀଙ୍କ ଶ୍ରାଦ୍ଧ ଉତ୍ସବ

ଜିଲ୍ଲା କଂଗ୍ରେସ ପକ୍ଷରୁ ରାଜିବ ଗାନ୍ଧୀଙ୍କ ଶ୍ରାଦ୍ଧ ଉତ୍ସବ

ଢେଙ୍କାନାଳ : ସ୍ୱର୍ଗତ ରାଜିବ ଗାନ୍ଧୀଙ୍କ ୩୦ ତମ ଶ୍ରାଦ୍ଧ ଉତ୍ସବରେ ଢେଙ୍କାନାଳ ଜିଲ୍ଲା କଂଗ୍ରେସ କର୍ମୀ ମାନଙ୍କ ମିଳିତ ସହଯୋଗରେ ରକ୍ତଦାନ ସହିତ ରୋଗୀ ମାନଙ୍କୁ ଖାଦ୍ୟ ପୁଡିଆ ବଣ୍ଟନ କରାଯାଇଛି । ସୁଚନା ମୁତାବକ, ପୁର୍ବତନ ପ୍ରଧାନ ମନ୍ତ୍ରୀ ତଥା ଭାରତ ରତ୍ନ ରାଜିବ ଗାନ୍ଧୀଙ୍କ ୩୦ ତମ ଶ୍ରାଦ୍ଧ ବାର୍ଷିକ ଉପଲକ୍ଷେ ଢେଙ୍କାନାଳ ଜିଲ୍ଲା କଂଗ୍ରେସ ପକ୍ଷରୁ ରକ୍ତ ଦାନ କରିଥିବା ବେଳେ ଡାକ୍ତରଖାନାରେ ରୋଗୀ ମାନଙ୍କୁ ଖାଦ୍ୟ ପୁଡିଆ ବଟଂନ କରାଯାଇଛି । ଏହି ଅବସରରେ ଢେଙ୍କାନାଳ ମୁଖ୍ୟ ଡାକ୍ତରଖାନା ପରିସରରେ ଥିବା ଜିଲ୍ଲା ରକ୍ତ ଭଣ୍ଡାରରେ ଏକ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଯାଇଛି ।

ଛାତ୍ର କଂଗ୍ରେସ ଓ ଜିଲ୍ଲା କଂଗ୍ରେସର ମିଳିତ ସହଯୋଗରେ ଏହି ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଥିଲା । ତା ସହିତ ମେଡିକାଲ ପରିସରରେ ରୋଗୀଙ୍କୁ ଶୁଖିଲା ଖାଦ୍ୟ ପୁଡିଆ ମଧ୍ୟ ବଂଟା ଯାଇଥିଲା । ଜିଲ୍ଲା କଂଗ୍ରେସର ସଭାପତି ସରୋଜ ପଟ୍ଟନାୟକ ଓ ସୁନୀଲ ଦାସଙ୍କ ନେତୃତ୍ୱରେ ଏହି ରକ୍ତଦାନ ଶିବିରରେ କଂଗ୍ରେସ କର୍ମୀ ମାନେ ରକ୍ତଦାନ କରିଥିଲେ । ଏପରିକି ଢେଙ୍କାନାଳ ଜିଲ୍ଲାର ସମସ୍ତ ବ୍ଲକ ଓ ପୈାରପରିଷଦ ଅଚଂଳ ମାନଙ୍କରେ କଂଗ୍ରେସ ପକ୍ଷରୁ ଶୁଖିଲା ଖାଦ୍ୟ, ମାସ୍କ ଓ ସାନିଟାଇଜର ବଂଟନ କରାଯାଇଛି । ଏହି ଶିବିରରେ କରୋନା କଟକଣା ମଧ୍ୟରେ କିଛି କଂଗ୍ରେସ କର୍ମୀ ମଧ୍ୟ ନିଜକୁ ସାମିଲ କରି ସଫଳ କରିଥିଲେ । ଏହି ଅସବରରେ ପୁର୍ବତନ ମନ୍ତ୍ରୀ ନବୀନ ଚନ୍ଦ୍ର ଦାସ, ଗୋପାଳ ଚନ୍ଦ୍ର ସାହୁ, ପ୍ରେମ ଶଙ୍କର ମିଶ୍ର ପ୍ରମୁଖ ଯୋଗ ଦେଇଥିଲେ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking