36.1 C
Bhubaneswar
Saturday, May 18, 2024
Homeଓଡିଶାକରୋନା ଯୋଗୁ ରାଜସ୍ୱ ଅଧିକାରୀଙ୍କ ଆତ୍ମହତ୍ୟା ଉଦ୍ୟମ

କରୋନା ଯୋଗୁ ରାଜସ୍ୱ ଅଧିକାରୀଙ୍କ ଆତ୍ମହତ୍ୟା ଉଦ୍ୟମ

ଢେଙ୍କାନାଳ : ଢେଙ୍କାନାଳ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ପାଶ୍ୱର୍ରେ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି । କୋଭିଡ ହସ୍ପିଟାଲରୁ ଚିକିତ୍ସିତ ହୋଇ ଫେରିଥିବା ଅବସରପ୍ରାପ୍ତ ରାଜସ୍ୱ କର୍ମଚାରୀଙ୍କ ବିଦ୍ୟୁତ ଟ୍ରାନ୍ସଫର୍ମରରେ ଚଢି ଆତ୍ମହତ୍ୟା ଉଦ୍ୟମ କରିଥିଲେ । ବିଦ୍ୟୁତ କରେଂଟ ଲାଗି ଗୁରୁତର ଅବସ୍ଥାରେ ତାଙ୍କୁ ଢେଙ୍କାନାଳ ମୁଖ୍ୟ ଡାକ୍ତରଖାନାରେ ଭର୍ତି କରାଯାଇଛି ।

ମହାମାରୀ କରୋନା ଯୋଗୁ ଜଣେ ଅବସର ପ୍ରାପ୍ତ ରାଜସ୍ୱ କର୍ମଚାରୀ ଆତ୍ମହତ୍ୟା ଉଦ୍ୟମ କରିଛନ୍ତି । ଖୋଦ ଢେଙ୍କାନାଳ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ପାଶ୍ୱର୍ ଅବକାରୀ ବିଭାଗ କାର୍ଯ୍ୟାଳୟ ଗଳିରେ ଏପରି ଅଭାବନୀୟ ଘଟଣା ଦେଖିବାକୁ ମିଳିଛି । ପ୍ରତ୍ୟକ୍ଷ ଦର୍ଶୀଙ୍କ କହିବା ମୁତାବକ, ସେ ସେଠାରେ ଥିବା ବିଦ୍ୟୁତ ଟ୍ରାନ୍ସଫର୍ମର ଖୁଂଟରେ ଚଢି ତାରକୁ ଧରି ଆତ୍ମହତ୍ୟା ଉଦ୍ୟମ କରିଥିଲେ । ମାତ୍ର ଦୁର୍ଭାଗ୍ୟ ବସତଃ ବିଦ୍ୟୁତ୍ ସକ୍ ଲାଗି ଗୁରୁତର ଅବସ୍ଥାରେ ତଳେ ପଡିଯାଇଥିଲେ । ବିଦ୍ୟୁତ ଆଘାତ ଖାଇ ବେହୋସ ହେବାରୁ ତାଙ୍କୁ ଆମ୍ବୁଲାନ୍ସ ଯୋଗେ ଢେଙ୍କାନାଳ ମୁଖ୍ୟ ଡାକ୍ତରଖାନାକୁ ଚିକିତ୍ସା ପାଇଁ ଭର୍ତି କରିଥିଲେ ।

ତାଙ୍କର ହାତ, ପିଠି ଓ ପେଟ ଆଦି ପୋଡି ଯାଇଥିବା ଜଣାପଡିଛି । ଗୁରୁତର ଜଣଙ୍କ ଢେଙ୍କାନାଳ ଅମଲାପଡାର ମୁରଲିଧର ସ୍ୱାଇଁ ଓ ତାଙ୍କ ବୟସ ପ୍ରାସ ୬୫ ବର୍ଷ ହେବ । ସେ କରୋନା ସଂକ୍ରମିତ ହୋଇ ପ୍ରଥମେ ଢେଙ୍କାନାଳ କୋଭିଡ୍ ହସ୍ପିଟାଲ ଓ ପରେ ଭୁବନେଶ୍ୱରର ଏକ ଘରୋଇ ହସ୍ପିଟାଲରେ ଚିକିତ୍ସିତ ହୋଇ ଗତ ସପ୍ତାହରେ ଘରକୁ ଫେରିଥିଲେ । ତାଙ୍କ ଦେହ ଭଲ ଲାଗୁନଥିବାରୁ ବଚିଂବା ପାଇଁ ଚାହୁଁ ନଥିବା ହେତୁ ଆତ୍ମହତ୍ୟା ଉଦ୍ୟମ କରିଥିବା ପ୍ରକାଶ କରିଥିଲେ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking