26.1 C
Bhubaneswar
Wednesday, May 8, 2024
Homeଅପରାଧବେଆଇନ ଗୋରୁ ଚାଲଣାକୁ ବିରୋଧ କରି ମାଡ଼ ଖାଇଲେ ମହିଳା ଓକିଲ

ବେଆଇନ ଗୋରୁ ଚାଲଣାକୁ ବିରୋଧ କରି ମାଡ଼ ଖାଇଲେ ମହିଳା ଓକିଲ

ଦିଶପୁର: ତ୍ରିପୁରାର ସିପାହୀଜଲା ଜିଲ୍ଲାରେ ଦେଖିବାକୁ ମିଳିଛି ଏକ ଅଭାବନୀୟ ଘଟଣା । ପଶୁଙ୍କ ଉପରେ ହେଉଥିବା ପାଶବିକ ଅତ୍ୟାଚାରକୁ ବିରୋଧ କରି ଭିଡ଼ ହିଂସାର ଶିକାର ହୋଇଛନ୍ତି ମହିଳା ଓକିଲ ।

ତେବେ ଘଟଣା ମୁତାବକ, ଦିଲ୍ଲୀର ଜଣେ ମହିଳା ଓକିଲ ପଶୁଙ୍କ ଉପରେ ହେଉଥିବା ଅତ୍ୟାଚାର ବିରୋଧରେ କାର୍ଯ୍ୟ କରୁଛନ୍ତି । ତ୍ରିପୁରାର ସିପାହୀଜଲା ଜିଲ୍ଲାରେ ଗୋରୁଙ୍କୁ ଟ୍ରକ୍‌ରେ ଓଭରଲୋଡ କରି ନିଆଯାଉଥିବା ଦେଖିବା ପରେ ସେ ଥାନାରେ ଅଭିଯୋଗ କରିଥିଲେ । ଏଥିରେ ଉତ୍‌କ୍ଷିପ୍ତ ହୋଇ କିଛି ଲୋକ ତାଙ୍କୁ ଆକ୍ରମଣ କରିଥିବା ସହ ତାଙ୍କ ଗାଡ଼ି ଭଙ୍ଗାରୁଜା କରିଛନ୍ତି । ଏସବୁ ଘଟଣା ପୋଲିସ ଉପସ୍ଥିତିରେ ଘଟିଥିଲେ ବି ପୋଲିସ ନୀରବ ଦ୍ରଷ୍ଟା ସାଜିଥିବା ଶ୍ରେୟା ରବିବାର ନିକଟସ୍ଥ ଥାନାରେ ଅଭିଯୋଗ କରିଛନ୍ତି ।

ଓକିଲ ଶ୍ରେୟା ଅଗରୱାଲ ଅଭିଯୋଗ ଅନୁସାରେ, ଶନିବାର ଏକ ମାମଲାରେ ସେ ତ୍ରିପୁରା ହାଇକୋର୍ଟ ଆସୁଥିଲେ । କୋର୍ଟ ଆସିବା ରାସ୍ତାରେ ସେ ଦୁଇଟି ଟ୍ରକ୍‌ରେ ଗୋରୁ ଓଭର୍‌ଲୋଡ୍ ହେଇଯାଉଥିବା ଦେଖିବାକୁ ପାଇଥିଲେ । ଏହାପରେ ସେ ତୁରନ୍ତ ବିଶାଲଗଡ଼ ପୋଲିସ ଷ୍ଟେସନ୍‌ରେ ଏ ସମ୍ପର୍କରେ ଖବର ଦେବା ସହିତ ପୋଲିସଙ୍କୁ ତାଙ୍କ ସହିତ ଘଟଣା ସ୍ଥଳକୁ ଯିବାକୁ କହିଥିଲେ । ଯେତେବେଳେ ଶ୍ରେୟା ଓ ପୁଲିସ ଟିମ୍ ଗୋରୁ ଅନ୍‌ଲୋଡ ହେଉଥିବ ରାଉଥେଲା ଗାଁକୁ ପହଞ୍ଚିଥିଲେ, ହଠାତ୍ ୧୦୦ ଜଣ ଲୋକ ସେମାନଙ୍କୁ ଘେରି ନାନା ଅସଭ୍ୟ କଥା କହିବା ସହିତ ତାଙ୍କ କାର୍‌କୁ ଭଙ୍ଗାରୁଜା କରିଥିଲେ । ଏସବୁ ଘଟଣା ଉପସ୍ଥିତ ପୋଲିସ ଅଫିସରଙ୍କ ସାମ୍ନାରେ ଘଟିଥିଲେ ବି ସେମାନେ ନୀରବ ଦ୍ରଷ୍ଟା ସାଜିଥିଲେ । ତେବେ କୌଶଳ କ୍ରମେ ଶ୍ରେୟା ଘଟଣା ସ୍ଥଳରୁ ଖସିଆସିଥିଲେ ବୋଲି ଶ୍ରେୟା କହିଛନ୍ତି ।

ଏହି ଘଟଣା ପରେ ପୋଲିସ କେବଳ ନୀରବ ଦ୍ରଷ୍ଟା ସାଜିଥିଲା ଓ ତଦନ୍ତ ଚାଲୁଛି ବୋଲି କହି ଦାୟିତ୍ୱ ସାରି ଦେଇଥିଲା । ଘଟଣାରେ ବିଶାଲଗଡ଼ରେ ଥାନାରେ ବିଭିନ୍ନ ଧାରାରେ ଏକ ମାମଲା ରୁଜ୍ଜୁ ହୋଇଛି ବୋଲି ଅଗରୱାଲ ସୂଚନା ଦେଇଛନ୍ତି ।

 

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking