30.1 C
Bhubaneswar
Monday, May 20, 2024
Homeଅପରାଧସମ୍ପର୍କରେ କଳଙ୍କ : ନିଜ ବେଡ୍‌ରେ ବାପା ସହ ସ୍ତ୍ରୀର ଅନୈତିକ ସମ୍ପର୍କକୁ ଦେଖି ପୁଅ ...

ସମ୍ପର୍କରେ କଳଙ୍କ : ନିଜ ବେଡ୍‌ରେ ବାପା ସହ ସ୍ତ୍ରୀର ଅନୈତିକ ସମ୍ପର୍କକୁ ଦେଖି ପୁଅ  ଯାହା କଲା ଜଣିଲେ ଆଶ୍ଚର୍ଯ୍ୟ ହେବେ

ନୂଆଦିଲ୍ଲୀ : ଶ୍ୱଶୁର ଓ ବୋହୂ ଭିତରେ ଅନୈତିକ ସମ୍ପର୍କ ଥିବା ନେଇ ଏକ ଲଜ୍ଜାଜନକ ମାମଲା ସାମ୍ନାକୁ ଆସିଛି । ମଧ୍ୟ ପ୍ରଦେଶର ଜବଲପୁର ଜିଲ୍ଲାରେ ନିଜ ବାପା ଓ ସ୍ତ୍ରୀକୁ ଆପତ୍ତିଜନକ ଅବସ୍ଥାରେ ଦେଖି ୩୫ ବର୍ଷୀୟ ଯୁବକ ରାଗରେ ନିଆଁ ବାଣ ହୋଇ ଉଭୟଙ୍କୁ କୁରାଢ଼ୀରେ ହାଣି ହତ୍ୟା କରିଛି । ଏନେଇ ଅଭିଯୁକ୍ତର ଜଣେ ସମ୍ପର୍କୀୟ ପୋଲିସକୁ ଖବର ଦେଇଥିଲା । ପୋଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହକୁ ଜବତ କରିବା ସହ ଅଭିଯୁକ୍ତକୁ ଗିରଫ କରିଛି ।

ସୂଚନା ଅନୁଯାୟୀ, ଅଭିଯୁକ୍ତ ସନ୍ତୋଷ ଲୋଧି ନିଜ ବାପା ଓ ସ୍ତ୍ରୀକୁ ହତ୍ୟା କରିଥିବା ନେଇ ସ୍ୱୀକାର କରିଛି । ଏଥିସହ ସନ୍ତୋଷ କହିଛି ଯେ ସେ ୧୫ ବର୍ଷ ପୂର୍ବେ କବିତାକୁ ବିବାହ କରିଥିଲା । ତାଙ୍କର ଏକ ୧୧ ବର୍ଷର ପୁଅ ଓ ୮ ବର୍ଷର ଝିଅ ମଧ୍ୟ ଅଛି । କିନ୍ତୁ ସନ୍ତୋଷ ସହ କବିତା ଖୁସି ନଥିଲା । ସନ୍ତୋଷ ପରିବାର ପୋଷିବାକୁ କେମିତି ଅଧିକ ଟଙ୍କା ରୋଜଗାର କରିବ ସେଥିପ୍ରତି ଧ୍ୟାନ ଦେଉଥିବାରୁ କବିତାକୁ ସମୟ ଦେଇପାରୁନଥିଲା । ଏଣୁ କବିତା ନିଜ ଦେହର ଭୋକ ମେଣ୍ଟାଇବାକୁ ପରପୁରୁଷ ଖୋଜିଥିଲା । ପ୍ରଥମେ ଶ୍ୱଶୁରକୁ ନିଜ ମାୟା ଜାଲରେ ପକାଇଥିଲା କବିତା । ଘରେ କେହି ନଥିବା ବେଳେ ପ୍ରାୟତଃ କବିତା ନିଜ ଶ୍ୱଶୁର ସହ ଶାରୀରିକ ଖେଳରେ ମାତି ଯାଉଥିଲା । କିନ୍ତୁ ଚୋର ଘର ସବୁବେଳେ ଅନ୍ଧାର ନଥାଏ । ଦିନେ ସନ୍ତୋଷ ଶୀଘ୍ର ଘରକୁ ଫେରିଆସିବାରୁ ନିଜ ବେଡ୍‌ରୁମ୍‌ରେ ବାପା ଓ ସ୍ତ୍ରୀକୁ ଅସଞ୍ଜତ ଅବସ୍ଥାରେ ଦେଖି ଦେଇଥିଲା । ଉଭୟେ ସମ୍ପୂର୍ଣ୍ଣ ନଗ୍ନ ଅବସ୍ଥାରେ ଥିଲେ । ସନ୍ତୋଷ ସେମାନଙ୍କୁ ବୁଝାଇବା ପରେ ବି ସେମାନେ କିଛି ବୁଝିବାକୁ ପ୍ରସ୍ତୁତ ନଥିଲେ । ଉଭୟ ବାପା ଓ ସ୍ତ୍ରୀ ତା’ ସହ ବିଶ୍ୱାସଘାତକ କରିଥିବାରୁ ତା’ ରାଗ ମୁଣ୍ଡକୁ ଚଢ଼ିଥିଲା । ଏଣୁ ଏକ କୁରାଢ଼ୀ ଆଣି ଉଭୟ ବାପା ଓ ସ୍ତ୍ରୀର ଗଣ୍ଡିରୁ ମୁଣ୍ଡକୁ ଅଲଗା କରିଦେଇଥିଲା । ପାଟି ଶୁଣି ପଡ଼ିଶା ଘର ଲୋକ ଆସି ଉଭୟଙ୍କୁ ରକ୍ତ ଜୁଡ଼ୁବୁଡ଼ୁ ଅବସ୍ଥାରେ ମରି ପଡ଼ିଥିବା ଦେଖି ପୋଲିସକୁ ଖବର ଦେଇଥିଲେ । ପୋଲିସ ଘଟଣାସ୍ଥଳରେ ପହଞ୍ଚିବା ବେଳକୁ ସନ୍ତୋଷ ଘର ବାରଣ୍ଡାରେ ବସିଥିଲା । ପୋଲିସ ତାକୁ ଗିରଫ କରିଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking