33.1 C
Bhubaneswar
Sunday, May 5, 2024
Homeଓଡିଶାବାଇକ୍ ଚକରେ ଶାଢୀ ଲାଗିବାରୁ ପଡିଯାଇ ମହିଳା ମୃତ

ବାଇକ୍ ଚକରେ ଶାଢୀ ଲାଗିବାରୁ ପଡିଯାଇ ମହିଳା ମୃତ

କଣ୍ଟାବାଞ୍ଜି : ବାଇକ ଚକରେ ଶାଢୀ ଲାଗିବାରୁ ପଡିଯାଇ ମହିଳା ମୃତ । ବାଇକ ଚାଳକ ଏବଂ ଆଉ ଜଣେ ମହିଳା ଗୁରୁତର । ଗୁରୁତର ମହିଳା ହସ୍ପିଟାଲରେ ଭର୍ତ୍ତି ହୋଇଛନ୍ତି ।ତୁରେକେଲା ବ୍ଲକ ବଗବାହାଲ ଛକରେ ମର୍ମନ୍ତୁଦ ଦୁର୍ଘଟଣା ଘଟିଛି ।
ତୁରେକେଲା ବ୍ଲକ୍ ଅନ୍ତର୍ଗତ ବଗବହାଲ୍ ଗ୍ରାମର ଯୁଧିଷ୍ଟିର ରଣା ତାଙ୍କ ସ୍ତ୍ରୀ ସନ୍ତୋଷିନୀ ରଣା ଓ ତାଙ୍କ ଖୁଡି ଗୀତାଞ୍ଜଳି ରଣା ତୁରେକେଲା ଗ୍ରାମପଞ୍ଚାୟତ ରୁ ଚାଉଳ ଆଣି ଆସୁଥିଲେ । ଫେରିବା ବେଳେ ବଗବାହାଲ ଯିବା ରାସ୍ତାରେ ପଛ ପଟେ ବସିଥିବା ତାଙ୍କ ଖୁଡିଙ୍କ ଶାଢ଼ୀ କାନି ଗାଡ଼ି ଚକରେ ଲାଗି ହଠାତ୍ ପଡି ଯାଇଥିଲେ । ତୁରନ୍ତ ତାଙ୍କୁ ସ୍ଥାନୀୟ ତୁରେକେଲା ଗୋଷ୍ଠି ସ୍ବାସ୍ଥ୍ୟ କେନ୍ଦ୍ର ଅଣାଯାଇଥିଲା । ଡାକ୍ତର ସେଠାରେ ଗୀତାଞ୍ଜଳିଙ୍କୁ ମୃତ୍ୟୁ ଘୋଷଣା କରିଥିଲେ । ଯୁଧିଷ୍ଟିର ଓ ସନ୍ତୋଷିନୀ ଗୁରୁତର ଅଛନ୍ତି।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking