28.1 C
Bhubaneswar
Saturday, April 27, 2024
HomeUncategorizedଦେଢ ବର୍ଷର ଶିଶୁକୁ ନେଇ ଡ୍ୟୁଟିରେ ପହଂଚିଲେ ମହିଳା କନେଷ୍ଟବଳ

ଦେଢ ବର୍ଷର ଶିଶୁକୁ ନେଇ ଡ୍ୟୁଟିରେ ପହଂଚିଲେ ମହିଳା କନେଷ୍ଟବଳ

ନୂଆଦିଲ୍ଲୀ: ଦେଢ ବର୍ଷର ଶିଶୁକୁ ଧରି ଡ୍ୟୁଟିରେ ପହଂଚିଛନ୍ତି ମହିଳା କନେଷ୍ଟବଳ । ଆଶ୍ଚର୍ଯ୍ୟ ଲାଗୁଥିଲେ ବି, ଏହି ଘଟଣାଟି ସଂପୂର୍ଣ୍ଣ ରୂପେ ସତ । ତେବେ ସୂଚନା ଅନୁସାରେ, ଉତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଦୁଇ ଦିନିଆ ନୋଏଡା ଗସ୍ତ କରିଛନ୍ତି । ତାଙ୍କର ଏକ କାର୍ଯ୍ୟକ୍ରମରେ ମହିଳା ପୋଲିସ କର୍ମୀ ଡ୍ୟୁଟିରେ ଥିଲେ । ଆଉ ସେହି ସମୟରେ ମହିଳା କନେଷ୍ଟବଳ ପ୍ରୀତି ରାନି ନିଜ ଦେଢ ବର୍ଷର ପୁଅକୁ ଧରି ଡ୍ୟୁଟି କରିବା ପାଇଁ ପହଂଚିଥିଲେ । ଏ ସଂକ୍ରାନ୍ତରେ ପଚାରିବାରୁ ସେ କହିଥିଲେ ଯେ, ତାଙ୍କ ସ୍ୱାମୀଙ୍କ କୌଣସି ପରୀକ୍ଷା ଥିବାରୁ ସେ ପୁଅର ଦାୟିତ୍ୱ ନେଇପାରିବେ ନାହିଁ । ଯେଉଁଥିପାଇଁ ପ୍ରୀତି ତାଙ୍କ ପୁଅକୁ ନେଇ ଆସିଛନ୍ତି । ଗତକାଲି ସକାଳ ୬ଟାରେ ସେ ଭିଭିଆଇପି ଡ୍ୟୁଟିରେ ଥିଲେ । ମାତ୍ର ଏପରି ଅସୁବିଧା ହେବାରୁ ସେ ତାଙ୍କ ପୁଅକୁ ନିଜ ସହ ନେଇ ଆସିଥିଲେ । ଏହାଛଡା ସେ ଆହୁରି ମଧ୍ୟ କହିଛନ୍ତି, ଯେତେ ଯାହା ଅସୁବିଧା ଆସିଲେ ବି କର୍ତବ୍ୟ ଆଗ । ତେବେ ଯୋଗୀ ଆଦିତ୍ୟ ନାଥ ନୋଏଡାରେ ୧୪୫୨ କୋଟି ଟଙ୍କା ପ୍ରକଳ୍ପର ଉଦଘାଟନ କରିଛନ୍ତି ।

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking