29.1 C
Bhubaneswar
Saturday, April 27, 2024
Homeଅପରାଧୠଣ ସୁଝିନପାରି ସଫ୍ଟଓୟାର ଇଂଜିନିୟର କଲେ ଏପରି କାଣ୍ଡ..

ୠଣ ସୁଝିନପାରି ସଫ୍ଟଓୟାର ଇଂଜିନିୟର କଲେ ଏପରି କାଣ୍ଡ..

ନୂଆଦିଲ୍ଳୀ: ହାଇଦ୍ରାବାଦରେ ଅତ୍ୟନ୍ତ ଅଭାବନୀୟ ଘଟଣା ଘଟିଛି। ହାଇଦ୍ରାବାଦ୍‌ର ହସ୍ତିନାପୁରମ୍‌ରେ ଜଣେ ୪୦ ବର୍ଷୀୟ ସଫ୍ଟଓୟାର ଇଂଜିନିୟର ତାଙ୍କ ପତ୍ନୀ ଏବଂ ୨ ପିଲାଙ୍କୁ ବିଷ ଦେଇ ମାରିବାପରେ ନିଜେ ଆତ୍ମହତ୍ୟା କରିଦେଇଛନ୍ତି। ଏଲ୍‌ ବି ନଗର ଇନ୍ସପେକ୍ଟର ଭି ଅଶୋକ ରେଡ୍ଡିଙ୍କ କହିବା ଅନୁଯାୟୀ ସମସ୍ତଙ୍କର ବୋଧହୁଏ ଗତ ଶନିବାରଠାରୁ ମୃତ୍ୟୁ ହୋଇଛି।୪୦ ବର୍ଷୀୟ ପ୍ରଦୀପ ନାଲ୍‌ଗୋନ୍ଦା ଜିଲ୍ଲା ଅଧୀନ ଏକ ଗ୍ରାମର ବାସିନ୍ଦା। ସେ ଏକ ବହୁଦେଶୀୟ କମ୍ପାନିରେ କାମ କରୁଥିଲେ। ତାଙ୍କ ପତ୍ନୀ ଙ୍କ ବୟସ ୩୫ ବର୍ଷ ହୋଇଥିବା ବେଳେ ଦୁଇ ପିଲାଙ୍କର ବୟସ ଯଥା କ୍ରମେ ୬ ଓ ୨ ବର୍ଷ ଅଟେ ।
ପୋଲିସ ସୂଚନାରୁ ଜଣାପଡିଛି ଯେ ପତ୍ନୀ ଓ ପିଲାଙ୍କୁ ଖାଦ୍ୟରେ ବିଷ ଦେଇ ମାରିବା ପରେ ନିଜେ ବି ଆତ୍ମହତ୍ୟା କରିଛନ୍ତି । କିନ୍ତୁ ଅତ୍ୟନ୍ତ ଆର୍ଥିକ ସଙ୍କଟ ପାଇଁ ପ୍ରଦୀପ ଏଭଳି ଚରମ ପଦପେକ୍ଷ ନେଇଛନ୍ତି। ପ୍ରଦୀପ ତାଙ୍କ ମୃତ୍ୟୁ ପୂର୍ବରୁ ଏକ ସୁଇସାଇଡ୍‌ ନୋଟ୍‌ ଛାଡ଼ି ଯାଇଛନ୍ତି। ପ୍ରଦୀପ କହିଛନ୍ତି ତାଙ୍କ ପାଖରେ ଅନ୍ୟ କିଛି ଉପାୟ ନଥିବାରୁ ସେ ଆତ୍ମହତ୍ୟାର ବାଟ ବାଛୁଛନ୍ତି। ପ୍ରଦୀପ ଅତ୍ୟନ୍ତ ଋଣଗ୍ରସ୍ତ ଥିଲେ। ଋଣ ସୁଝିପାରିବେନି ବୋଲି ଜାଣି ପାରିବାପରେ ସେ ଆତ୍ମହତ୍ୟା କରିଦେଇଛନ୍ତି। ତାଙ୍କ ପୋଡେଶୀ ମାନଙ୍କ କହିବା ଅନୁଯାୟୀ ଗତ ଶନିବାର ଦିନଠାରୁ ପ୍ରଦୀପ ଙ୍କ ପରିବାର ଲୋକଙ୍କୁ କେହି ବାହାରକୁ ବାହାରିବାର ଦେଖି ନାହାନ୍ତି ।ପୋଲିସ ମୃତ ଦେହ କୁ ବ୍ୟବେଛଦ ପାଇଁ ଜିଭଟା ହସ୍ପିଟାଲ କୁ ନେବା ସହ ସପୂର୍ଣ ତଥ୍ୟ କଣ ଜାଣିବା ପାଇଁ ତଦନ୍ତ ଚଳାଇଛି

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking