29.1 C
Bhubaneswar
Sunday, April 28, 2024
Homeଓଡିଶାପାରିବାରିକ କଳହରୁ ମହିଳାଙ୍କ ଆତ୍ମହତ୍ୟା

ପାରିବାରିକ କଳହରୁ ମହିଳାଙ୍କ ଆତ୍ମହତ୍ୟା

ଭୁବନେଶ୍ୱର: ଖଣ୍ଡଗିରି ଥାନା ଅନ୍ତର୍ଗତ ଡୁମୁଡୁମା ଅଞ୍ଚଳରେ ଜଣେ ମହିଳା ବେକରେ ଶାଢ଼ୀ ଗୁଡାଇ ଆତ୍ମହତ୍ୟା କରିଛନ୍ତି । ମୃତକ ଜଣକ ହେଲେ ମମତା ପଟ୍ଟନାୟକ(୪୫) । ଖଣ୍ଡଗିରି ଥାନା ପୁଲିସ ମମତାଙ୍କ ମୃତଦେହକୁ ଜବତ କରି ବ୍ୟବଚ୍ଛେଦ ପାଇଁ ଏମ୍‌ସ ହସ୍ପିଟାଲ ପଠାଇଛି । ଏନେଇ ପୁଲିସ ଏକ ଅପମୃତ୍ୟୁ ମାମଲା ରୁଜୁ କରି ତଦନ୍ତ ଚଳାଇଛି । ସୂଚନା ଅନୁଯାୟୀ, ମମତା ଓ ତାଙ୍କ ସ୍ୱାମୀ ଦେବାଶିଷଙ୍କ ଦୁଇଟି ଝିଅ ଓ ଗୋଟିଏ ପୁଅ ଅଛନ୍ତି । ସମସ୍ତେ ଡୁମୁଡୁମା ହାଉସିଂବୋର୍ଡ କଲୋନିରେ ରହୁଥିଲେ ।

କୌଣସି କାରଣ ଯୋଗୁଁ ମଙ୍ଗଳବାର ରାତିରେ ଉଭୟ ସ୍ୱାମୀ-ସ୍ତ୍ରୀଙ୍କ ମଧ୍ୟରେ ଝଗଡ଼ା ହୋଇଥିଲା । ବୁଧବାର ସକାଳୁ ସବୁ ଠିକ୍‌ଠାକ ହୋଇଯାଇଥିଲା । ଦେବାଶିଷ ଜଳଖିଆ ଖାଇବା ପରେ ଘରୁ ଅଫିସକୁ ପଳାଇଥିଲେ । ପୂର୍ବାହ୍ଣ ୧୧ଟାବେଳେ ମମତା ଏକ ରୁମ୍ ଭିତରପଟୁ ବନ୍ଦ କରି ରଖିବାରୁ ବଡ଼ ଝିଅ ଫୋନ୍ କରି ପଡ଼ୋଶୀଙ୍କୁ ଡକାଇଥିଲେ ।

ପଡୋଶୀମାନେ କବାଟ ଭାଙ୍ଗି ରୁମ୍‌ରେ ପଶିବା ବେଳେ ମମତା ଏକ ଶାଢ଼ୀରେ ଫ୍ୟାନ୍ ଯୋଗେ ଟାଙ୍ଗି ହୋଇଥିବା ଦେଖିଥିଲେ । ସେମାନେ ମମତାଙ୍କୁ ତଳକୁ ଓହ୍ଲାଇ ଏମ୍‌ସ ହସ୍ପିଟାଲକୁ ନେଇଥିଲେ । ସେଠାରେ ମମତାଙ୍କୁ ଡାକ୍ତର ମୃତ ଘୋଷଣା କରିଥିଲେ । ପୁଲିସ ମମତାଙ୍କ ବାପଘର ଲୋକଙ୍କ ସହ କଥା ହୋଇଛି । ପାରିବାରିକ କଳହ ଯୋଗୁଁ ମମତା ଆତ୍ମହତ୍ୟା କରିଥାଇପାରନ୍ତି ବୋଲି ପୁଲିସ ସନ୍ଦେହ କରିଛି । ଏଥିପାଇଁ ପୁଲିସ ତାଙ୍କ ସ୍ୱାମୀଙ୍କୁ ଅଟକ ରଖି ପଚରାଉଚରା କରୁଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking