26.1 C
Bhubaneswar
Friday, March 29, 2024
Homeଖେଳବିଶ୍ୱକପ୍‌ରେ ବୋଲିଂ କରିପାରନ୍ତି ହାର୍ଦ୍ଦିକ’

ବିଶ୍ୱକପ୍‌ରେ ବୋଲିଂ କରିପାରନ୍ତି ହାର୍ଦ୍ଦିକ’

ଦୁବାଇ: ରବିବାର ପାକିସ୍ତାନ ବିପକ୍ଷ ଆଇସିସି ଟି-୨୦ ବିଶ୍ୱକପ୍ ଅଭିଯାନ ଆରମ୍ଭ ବେଳକୁ ଅଲ୍‌ରାଉଣ୍ଡର୍ ହାର୍ଦ୍ଦିକ ପାଣ୍ଡ୍ୟା ବେଲିଂ ପାଇଁ ପ୍ରସ୍ତୁତ ହୋଇଯାଇଥିବେ ବୋଲି ଟିମ୍ ଇଣ୍ଡିଆ ଉପଅଧିନାୟକ ରୋହିତ ଶର୍ମା କହିଛନ୍ତି । ବିରାଟ କୋହଲିଙ୍କୁ ବିଶ୍ରାମ ଦିଆଯାଇଥିବା କାରଣରୁ ବୁଧବାର ଅଷ୍ଟ୍ରେଲିଆ ବିପକ୍ଷ ଅଭ୍ୟାସ ମ୍ୟାଚ୍‌ରେ ଟିମ୍‌ର ନେତୃତ୍ୱ ନେଉଥିବା ରୋହିତ କହିଛନ୍ତି, ମୁଖ୍ୟ ଟୁର୍ଣ୍ଣାମେଣ୍ଟ୍ ଅବସରରେ ଟିମ୍‌କୁ ୬ଷ୍ଠ ବୋଲର୍ ଆବଶ୍ୟକତା ପଡ଼ିବ । ଟସ୍ ଅବସରରେ ରୋହିତ କହିଥିଲେ, ‘ହାର୍ଦ୍ଦିକ ଭଲ ଉନ୍ନତି କରୁଛନ୍ତି । ମାତ୍ର ବୋଲିଂ କରିବା ପାଇଁ ତାଙ୍କୁ ଆଉ କିଛି ସମୟ ଲାଗିବ । ସେ ଏବେ ବୋଲିଂ କରୁ ନାହାନ୍ତି, କିନ୍ତୁ ଟୁର୍ଣ୍ଣାମେଣ୍ଟ ଆରମ୍ଭ ହେବା ପୂର୍ବରୁ ସେ ଏଥିପାଇଁ ପ୍ରସ୍ତୁତ ରହିବା ଉଚିତ । ସେ ଆହୁରି କହିଥିଲେ, ଆମର ମୁଖ୍ୟ ବୋଲର୍‌ମାନେ ଭଲ ଫର୍ମରେ ଅଛନ୍ତି ।

ମାତ୍ର ୬ଷ୍ଠ ବୋଲର ପାଇଁ ଏକ ବିକଳ୍ପର ଆବଶ୍ୟକତା ପଡ଼ିପାରେ । ଭାରତ ରବିବାର ବିଶ୍ୱକପ୍‌ରେ ନିଜର ପ୍ରଥମ ମ୍ୟାଚ୍‌ରେ ପାକିସ୍ତାନକୁ ଭେଟିବ । ଟୁର୍ଣ୍ଣାମେଣ୍ଟ୍ ପୂର୍ବରୁ ପାଣ୍ଡ୍ୟାଙ୍କ ଫିଟ୍‌ନେସ୍ ଚିନ୍ତାର ବଷୟ ହୋଇଛି । କାରଣ ସେ ଇଣ୍ଡିଆନ୍ ପ୍ରିମିୟର୍ ଲିଗ୍‌ତ (ଆଇପିଏଲ୍‌)ରେ ବୋଲିଂ କରିନଥିଲେ । ଅନ୍ୟପକ୍ଷରେ ତାଙ୍କ ବୋଲିଂ ଟିମ୍‌ର ସନ୍ତୁଳନ ପାଇଁ ବହୁ ମହତ୍ୱପୂର୍ଣ୍ଣ ବୋଲି ଟିମ୍ ମ୍ୟାନେଜମେଣ୍ଟ୍ ଲଗାତାର କହିଆସୁଛି । କୋହଲିଙ୍କ ବ୍ୟତୀତ ଜସ୍‌ପ୍ରୀତ୍ ବୁମ୍‌ରା ଓ ମହମ୍ମଦ ଶମୀଙ୍କୁ ମଧ୍ୟ ଅଷ୍ଟ୍ରେଲିଆ ବିପକ୍ଷ ଅଭ୍ୟାସ୍ ମ୍ୟାଚ୍‌ରେ ବିଶ୍ରାମ ଦିଆଯାଇଥିଲା । ରୋହିତ କହିଛନ୍ତି, ଆମକୁ ଯେପରି ଜଣେ ୬ଷ୍ଠ ବୋଲିଂ ବିକଳ୍ପ ମିଳିପାରିବ ତାହା ଆମେ ସୁନିଶ୍ଚିତ କରିବାକୁ ଚାହୁଁଛୁ । ବ୍ୟାଟିଂରେ ମଧ୍ୟ ଆମେ କେତେକ ବିକଳ୍ପ ଚାହୁଁଛି । ଆଜି ଆମେ ସେ ସମସ୍ତ ବିଷୟ ପ୍ରତି ଧ୍ୟାନ ଦେବୁ ବୋଲି ସେ କହିଥିଲେ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking