28.1 C
Bhubaneswar
Saturday, April 27, 2024
Homeଅପରାଧମହିଳାଙ୍କ ଆଖିରେ ଏସିଡ୍ ପକାଇଦେଲେ ଦୁର୍ବୃତ୍ତ, କାରଣ ଜାଣିଲେ ଆଶ୍ଚର୍ଯ୍ୟ ହେବେ....

ମହିଳାଙ୍କ ଆଖିରେ ଏସିଡ୍ ପକାଇଦେଲେ ଦୁର୍ବୃତ୍ତ, କାରଣ ଜାଣିଲେ ଆଶ୍ଚର୍ଯ୍ୟ ହେବେ….

ଭୋପାଳ: ଦିନକୁ ଦିନ ମହିଳାଙ୍କ ଉପରେ ଅତ୍ୟାଚାର ବଢ଼ିବାରେ ଲାଗିଛି । ଏହି କ୍ରମରେ ଜଣେ ୨୦ ବର୍ଷର ଯୁବତୀଙ୍କ ଆଖିରେ ଏସିଡ୍ ପକାଇଛନ୍ତି ଦୁଇଜଣ ଦୁର୍ବୃତ୍ତ । ସେମାନେ ପ୍ରଥମେ ମହିଳାଙ୍କୁ ଅପହରଣ କରିଥିଲେ ଓ ତାପରେ ଦୁଷ୍କର୍ମ କରିବାକୁ ଚେଷ୍ଟା କରିଥିଲେ । କିନ୍ତୁ ଦୁଷ୍କର୍ମକୁ ମହିଳା ଜଣକ ରୋକିବାରୁ ତାଙ୍କ ଆଖିରେ ଏସିଡ୍ ପକାଇ ଦେଇଥିଲେ ଦୁର୍ବୃତ୍ତ । ଏହିଭଳି ଏକ ଘଟଣା ଘଟିଛି ମଧ୍ୟପ୍ରଦେଶର ପନ୍ନା ଜିଲ୍ଲାରେ । ଖାଲି ସେତିକି ନୁହେଁ ତାଙ୍କ ସହିତ ମାରପିଟ୍ ବି କରିଥିବା ଜଣାପଡ଼ିଛି । ଏବେ ପୀଡ଼ିତା ତାଙ୍କ ଦୃଷ୍ଟି ଶକ୍ତି ହରାଇ ବସିଛନ୍ତି । ସୂଚନା ଅନୁଯାୟୀ, ଅଭିଯୁକ୍ତମାନେ କୌଣସି ଏକ ସମ୍ପର୍କୀୟଙ୍କ ବିଷୟରେ ଖବର ସଂଗ୍ରହ କରିବା ପାଇଁ ମହିଳାଙ୍କୁ ଅପହରଣ କରିଥିଲେ । କାରଣ ଅଭିଯୁକ୍ତଙ୍କ ଜଣେ ସମ୍ପର୍କୀୟ କାହା ସହିତ ଫେରାର୍ ହୋଇଯାଇଥିଲେ । ତେଣୁ ଅଭିଯୁକ୍ତ ମାନେ ସନ୍ଦେହ କରୁଥିଲେ ଯେ, ଉକ୍ତ ମହିଳା ଫେରାର୍ ହେବାରେ ସେମାନଙ୍କୁ ସହାୟତା କରିଥିଲେ । ତେବେ ଅପହରଣ କରିବା ପରେ ସମ୍ପର୍କୀୟଙ୍କ ବିଷୟରେ ତାଙ୍କୁ ପଚରାଉଚରା କରିଥିଲେ । କିନ୍ତୁ କିଛି ଖବର ନ ମିଳିବାରୁ ତାଙ୍କୁ ଦୁଷ୍କର୍ମ କରିବାକୁ ଚେଷ୍ଟା କରିଥିଲେ । ମହିଳା ଜଣଙ୍କ ବିରୋଧ କରିବାରୁ ତାଙ୍କ ଆଖିରେ ଏସିଡ୍ ପକାଇ ଦେଇଥିଲେ । ତେବେ ଦୁଇ ଅଭିଯୁକ୍ତଙ୍କୁ ଗିରଫ କରାଯାଇଛି । ଏବେ ପୀଡ଼ିତା ଜଣକ ଚିତ୍ରକୁଟ ଚକ୍ଷୁ ହସ୍ପିଟାଲରେ ଚିକିତ୍ସାଧୀନ ଅଛନ୍ତି । ତେବେ ଉଭୟ ଅଭିଯୁକ୍ତ ପୀଡ଼ିତାଙ୍କ ସମ୍ପର୍କୀୟ ବୋଲି ପୋଲିସ କହିଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking