28.1 C
Bhubaneswar
Sunday, April 28, 2024
Homeବ୍ରେକୀଙ୍ଗସ୍ୱାମୀର ଦରମା ବଢ଼ିଲେ ସ୍ତ୍ରୀର ମଧ୍ୟବର୍ତ୍ତୀ ଚଳିବା ଭତ୍ତା ମଧ୍ୟ ବଢ଼ିବା ଦରକାର : ହାଇକୋର୍ଟ

ସ୍ୱାମୀର ଦରମା ବଢ଼ିଲେ ସ୍ତ୍ରୀର ମଧ୍ୟବର୍ତ୍ତୀ ଚଳିବା ଭତ୍ତା ମଧ୍ୟ ବଢ଼ିବା ଦରକାର : ହାଇକୋର୍ଟ

ନୂଆଦିଲ୍ଲୀ : ଏକ ବୈବାହିକ ବିବାଦ ମାମଲାରେ ପଞ୍ଚକୁଲା ପରିବାର କୋର୍ଟ ଦ୍ୱାରା ସ୍ତ୍ରୀର ମଧ୍ୟବର୍ତ୍ତୀ ଚଳିବା ଭତ୍ତାକୁ ୨୦ ହଜାରରୁ ୨୮ ହଜାର କରାଯାଇଛି। ତେବେ ପରିବାର କୋର୍ଟର ଏହି ନିର୍ଣ୍ଣୟକୁ ନେଇ ସ୍ୱାମୀ ଜଣଙ୍କ ହାଇକୋର୍ଟର ଦ୍ୱାରସ୍ଥ ହୋଇଥିଲେ। ହେଲେ ହାଇକୋର୍ଟ ପରିବାର କୋର୍ଟର ନିର୍ଣ୍ଣୟକୁ ଠିକ୍ କହିବା ସହ ହାଇକୋର୍ଟ ଏହି ମାଲାରେ ହସ୍ତକ୍ଷେପ କରିବାକୁ ମନା କରିଦେଇଛନ୍ତି।
ସୂଚନା ଅନୁସାରେ, ସ୍ୱାମୀ ପଞ୍ଚକୁଲା ବାସିନ୍ଦା ବରୁଣ ଜାଗୋଟା ହାଇକୋର୍ଟରେ ଆବେଦନ କରିଥିବା ବେଳେ ମାର୍ଚ୍ଚ ୫, ୨୦୨୦ର ପଞ୍ଚକୁଲା ପରିବାର କୋର୍ଟର ଆଦେଶକୁ ଚ୍ୟାଲେଞ୍ଜ କରିଥିଲେ। ଆବେଦନକାରୀ କହିଛନ୍ତି ଯେ, ଦରମା ୯୫ ହଜାରରୁ ୧ ଲକ୍ଷ ୧୪ ହଜାରକୁ ବୃଦ୍ଧି ପାଇଛି। ହେଲେ ବେତନ ହିସାବ ପରେ ସେ ୯୨ ହଜାର ୧୭୫ ଟଙ୍କା ପାଉଛନ୍ତି। ଏହି ହିସାବରେ ପରିବାର କୋର୍ଟ କିପରି ୨୮ ହଜାର ଟଙ୍କା ମଧ୍ୟବର୍ତ୍ତୀ ଚଳିବା ଭତ୍ତା ଅର୍ଡର କରିବେ। ତାଙ୍କର ଏହି ଆବେଦନକୁ ହାଇକୋର୍ଟ ଖାରଜ କରିଛନ୍ତି।
ଅନ୍ୟପଟେ ସ୍ତ୍ରୀର ଘର ଭଡାରେ ୧୫ ଶହ ଟଙ୍କା ବୃଦ୍ଧି ହୋଇଛି। ଫଳରେ ପରିବାର କୋର୍ଟ ସମସ୍ତ ତଥ୍ୟକୁ ନଜରରେ ରଖି ରାୟ ଶୁଣାଇଛନ୍ତି।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking