23.1 C
Bhubaneswar
Sunday, May 12, 2024
Homeଦେଶ ବିଦେଶଦିଲ୍ଲୀ ହିଂସାର ମୁଖ୍ୟ ଅଭିଯୁକ୍ତ ଦୀପ ସିଦ୍ଧୁ ଗିରଫ

ଦିଲ୍ଲୀ ହିଂସାର ମୁଖ୍ୟ ଅଭିଯୁକ୍ତ ଦୀପ ସିଦ୍ଧୁ ଗିରଫ

ନୂଆଦିଲ୍ଲୀ : ଜାନୁୟାରୀ ୨୬ ସାଧାରଣତନ୍ତ୍ର ଦିବସରେ ଦିଲ୍ଲୀର ଲାଲକିଲାରେ ହୋଇଥିବା ବ୍ୟାପକ ହିଂସା ଘଟଣାରେ ପୋଲିସ ମୁଖ୍ୟ ଅଭିଯୁକ୍ତ ଦୀପ ସିଦ୍ଧୁକୁ ଗିରଫ କରିଛି ।  ଦିଲ୍ଲୀ ପୋଲିସର ସ୍ପେଶାଲ ସେଲ ତାଙ୍କୁ ଗିରଫ କରିଥିବା ସୂଚନା ରହିଛି । ଏହି ହିଂସା ସମଗ୍ର ଦେଶକୁ ଚକିତ କରିଦେଇଥିଲା । ଯେଉଁଥିରେ ଆହତ ହୋଇଥିଲେ ଶତାଧିକ ସୁରକ୍ଷା ବାହିନୀ । ହିଂସା ଘଟାଇବା ପରେ ୧୫ ଦିନ ଧରି ଫେରାର ରହିଥିଲା ଦୀପ ସିଦ୍ଧୁ । ଅଭିଯୁକ୍ତକୁ ଧରିବା କିମ୍ବା କୌଣସି ସୂଚନା ଦେବା ପାଇଁ ୧ ଲକ୍ଷ ଟଙ୍କାର ପୁରଷ୍କାର ରାଶି ଘୋଷଣା କରିଥିଲା ପୋଲିସ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking