31.1 C
Bhubaneswar
Friday, March 29, 2024
Homeବ୍ରେକୀଙ୍ଗଦଶମ ପାସ୍ କରିଥିବା ଛାତ୍ରଛାତ୍ରୀଙ୍କ ପାଇଁ ସୁବର୍ଣ୍ଣ ସୁଯୋଗ

ଦଶମ ପାସ୍ କରିଥିବା ଛାତ୍ରଛାତ୍ରୀଙ୍କ ପାଇଁ ସୁବର୍ଣ୍ଣ ସୁଯୋଗ

ନୂଆଦିଲ୍ଲୀ: ନେହେରୁ ଯୁବ କେନ୍ଦ୍ର ସଂଗଠନ ସ୍ୱୟଂସେବକ ପାଇଁ ପଦବୀ ବାହାର କରିଛି । ଏହି ପୋଷ୍ଟ ୨୦୨୧-୨୨ ପାଇଁ ଭର୍ତ୍ତି କରାଯିବ । ଇଚ୍ଛୁକ ପ୍ରାର୍ଥୀମାନେ ଏଥିରେ ଆବେଦନ କରିବା ପାଇଁ ୱେବସାଇଟ https://nyks.nic.in/ କୁ ଯାଇ ସଂପୂର୍ଣ୍ଣ ନୋଟିଫିକେସନକୁ ଧ୍ୟାନପୂର୍ବକ ପଢନ୍ତୁ ।
ନୋଟିଫିକେସନ ମୁତାବିକ ମୋଟାମୋଟି ସମୁଦାୟ ୧୩୨୦୬ ପଦ ପାଇଁ ପଦବୀ ବାହାରିଛି । ଦଶମ ପାସ କରିଥିବା ବ୍ୟକ୍ତି ଏଥିପାଇଁ ଆବେଦନ କରିପାରିବେ । ଯୋଗ୍ୟ ବ୍ୟକ୍ତିଙ୍କୁ ଏକ ବର୍ଷ ପାଇଁ ସଂଗଠନର ବିଭିନ୍ନ ବିକାଶମୂଳକ କାର୍ଯ୍ୟ ଓ ଅନ୍ୟାନ୍ୟ ପ୍ରଶିକ୍ଷଣ ଦେବାପାଇଁ ନିଯୁକ୍ତ କରାଯିବ ।
ଏହାରି ମଧ୍ୟରେ ସେମାନଙ୍କୁ ୫୦୦୦ ଟଙ୍କା ପ୍ରତି ମାସରେ ଷ୍ଟାଇପେଣ୍ଡ ମଧ୍ୟ ପ୍ରଦାନ କରାଯିବ । ଏହି ପଦବୀ ପାଇଁ ଆବେଦନ କରିବାକୁ ହେଲେ ସଂପୃକ୍ତ ଆବେଦନକାରୀଙ୍କ ବୟସ ଅତି କମରେ ୧୮ରୁ ୨୯ ବର୍ଷ ହୋଇଥିବା ଦରକାର ।
ଏତିପାଇଁ ଆବେଦନ କରିବାର ଶେଷ ତାରିଖ ୨୦ ଫେବୃୟାରୀ ରହିଥିବା ବେଳେ ଫଳାଫଳ ଘୋଷଣା ତାରିଖ ୧୫ ମାର୍ଚ୍ଚ ୨୦୨୧ ରହିଛି । ୧ ଏପ୍ରିଲ ୨୦୨୧ରୁ ୩୧ ମାର୍ଚ୍ଚ ୨୦୨୨ ଯାଏଁ ଭର୍ତ୍ତି କରାଯିବ । ସେମାନଙ୍କ କାମ ୟୁଥ କ୍ଲବ ଓ ଡେଭଲଅପମେଣ୍ଟ ବିଭାଗ ମଧ୍ୟରେ ପ୍ରେରକ ଏଜେଣ୍ଟକାମ ରହିବ । ସ୍ୱଂୟସେବକଙ୍କ କାମ ହେଉଛି ନିଜ ବ୍ଲକର ୟୁବକଙ୍କ ପ୍ରୋଫାଇଲ ବନେଇବେ । ଅଧିକ ତଥ୍ୟ ଜାଣିବା ପାଇଁ ନୋଟିଫିକେସନ ପଢନ୍ତୁ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking