29.1 C
Bhubaneswar
Saturday, April 27, 2024
Homeଅପରାଧପତ୍ନୀକୁ ପିଟିପିଟି ହତ୍ୟା

ପତ୍ନୀକୁ ପିଟିପିଟି ହତ୍ୟା

ନୂଆଦିଲ୍ଲୀ: ପତ୍ନିକୁ ପିଟିପିଟି ହତ୍ୟା । ଏଭଳି ଅଭାବନୀୟ ଘଟଣା ଅଜଗ୍ୟାନ କୋତବାଲୀ ଅଂଚଳରେ ଦେଖିବାକୁ ମିଳିଛି । ତେବେ ସୂଚନା ଅନୁସାରେ, ସ୍ୱାମୀସ୍ତ୍ରୀଙ୍କ ମଧ୍ୟରେ ପାରିବାରିକ କଳହ କାରଣରୁ ବିବାଦ ଲାଗି ରହିଥିଲା । ଶୁକ୍ରବାର ରାତିରେ କିନ୍ତୁ ଏହା ଉଗ୍ର ରୂପ ଧାରଣ କରିଥିଲା । ପରେ ସ୍ୱାମୀ ଶୋଇପଡିଥିଲା । ହେଲେ ସକାଳ ୯ଟା ପର୍ଯ୍ୟନ୍ତ ଯେତେବେଳେ ସ୍ତ୍ରୀ ଉଠିନଥିଲେ, ସ୍ୱାମୀ ସ୍ତ୍ରୀକୁ ଅଚେତ ଅବସ୍ଥାରେ ଦେଖିବାକୁ ପାଇଥିଲେ । ଏହାପରେ ସମସ୍ତେ ବ୍ୟସ୍ତ ହୋଇ ତାଙ୍କୁ ତୁରନ୍ତ ହସ୍ପିଟାଲରେ ଭର୍ତି କରିଥିଲେ । ମାତ୍ର ଡାକ୍ତର ତାଙ୍କୁ ସେଠାରେ ମୃତ ଘୋଷଣା କରିଥିଲେ । ପରେ ଏହି ଖବର ପୋଲିସ ପାଖରେ ଯାଇ ପହଂଚିଥିଲା । ପରେ ପୋଲିସ ସ୍ୱାମୀକୁ ସଂପୃକ୍ତ ଘଟଣା ସଂପର୍କରେ ପଚାରିଥିଲା । ଅଭିଯୁକ୍ତ ଜଣକ ସେମାନଙ୍କ ମଧ୍ୟରେ ବିବାଦ କାରଣରୁ ସେ ତା ସ୍ତ୍ରୀକୁ ପିଟିଥିବା ସ୍ୱୀକାର କରିଛି । ଏହାପରେ ମୃତ ମହିଳାଙ୍କ ଭାଇର ଅଭିଯୋଗ ଆଧାରରେ ପୋଲିସ ମୃତ ମହିଳାଙ୍କ ସ୍ୱାମୀ, ଶାଶୁ, ଶ୍ୱଶୁର ସମେତ ଶାଶୁଘରର ଅନ୍ୟ ୭ ଜଣ ବ୍ୟକ୍ତିଙ୍କ ନାମରେ ଯøତୁକ ନିର୍ଯାତନା ରେ ହତ୍ୟା ମାମଲା ରୁଜୁ କରିଛି ।

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking