29.1 C
Bhubaneswar
Wednesday, May 1, 2024
Homeଓଡିଶାକାହିଁକି କାଟିଦେଲା କଂଗ୍ରେସ ପ୍ରବୋଧ ତିର୍କୀଙ୍କ ଟିକେଟ

କାହିଁକି କାଟିଦେଲା କଂଗ୍ରେସ ପ୍ରବୋଧ ତିର୍କୀଙ୍କ ଟିକେଟ

ଭୁବନେଶ୍ବର : ପ୍ରବୋଧ ତିର୍କୀଙ୍କ ଟିକେଟ୍ କାଟିଦେଲା କଂଗ୍ରେସ । ଭାରତୀୟ ହକି ଦଳର ପୂର୍ବତନ ଅଧ୍ୟାନାୟକ ପ୍ରବୋଧ ତିର୍କୀ ରାଜନୀତିକୁ ପାଦ ବଢାଇ କଂଗ୍ରେସରେ ଯୋଗଦେଇଥିଲେ । ଦଳ ତାଙ୍କୁ ମଧ୍ୟ ଭରସା କରି ତଳସରାରୁ ଟିକେଟ୍ ଦେଇଥିଲା । ଟିକେଟ୍ ଘୋଷଣାକୁ ବେଶ୍ କିଛି ଦିନ ବିତିଯାଇଥିବା ବେଳେ ପ୍ରବୋଧ ତିର୍କୀ ମଧ୍ୟ ପ୍ରଚାରକୁ ଜୋରଦାର କରିଥିଲେ । ଗତକାଲି ବି ନିର୍ବାଚନ ମଣ୍ଡଳୀରେ ପ୍ରଚାର କରିଥିଲେ ପ୍ରବୋଧ । ହେଲେ ସଂଧ୍ୟାରେ କଂଗ୍ରେସ ପକ୍ଷରୁ ଜାରି ହୋଇଥିବା ତାଲିକାରେ ତାଙ୍କ ଟିକେଟ୍ କଟିଗଲା । ତାଙ୍କ ଟିକେଟ୍ କାଟି ଦଳ ଦେବେନ୍ଦ୍ର ଭିତ୍ରିଆଙ୍କୁ ପ୍ରାର୍ଥୀ କରିଛି । ଏହି ଘଟଣାକୁ ନେଇ କ୍ଷୋଭ ପ୍ରକାଶ କରିଛନ୍ତି ପ୍ରବୋଧ ତିର୍କୀ । କାନ୍ଦି କାନ୍ଦି କହିଛନ୍ତି, ଜଣେ ଅନ୍ତର୍ଜାତୀୟ ଖେଳାଳିଙ୍କୁ ଅପମାନ କରାଯାଇଛି । ଜଣେ ଖେଳାଳିଙ୍କ ସହ ଦଳ ଖେଳିଛି ବୋଲି କହିଛନ୍ତି ପ୍ରବୋଧ ତିର୍କୀ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking