31.1 C
Bhubaneswar
Tuesday, April 30, 2024
Homeଓଡିଶାହେଭିୱେଟଙ୍କୁ ନିର୍ବାଚନୀ ମୈଦାନକୁ ଓହ୍ଲାଇଛି କଂଗ୍ରେସ

ହେଭିୱେଟଙ୍କୁ ନିର୍ବାଚନୀ ମୈଦାନକୁ ଓହ୍ଲାଇଛି କଂଗ୍ରେସ

ଭୁବନେଶ୍ବର : କଂଗ୍ରେସ ପରବର୍ତ୍ତୀ ପର୍ଯ୍ୟାୟରେ ୭୫ ବିଧାନସଭା ଆସନରେ ପ୍ରାର୍ଥୀ ଘୋଷଣା କରିଛି I ଚଳିତ ତାଲିକାରେ ବହୁ ହେଭିୱେଟଙ୍କୁ ନିର୍ବାଚନୀ ମୈଦାନକୁ ଓହ୍ଲାଇଛି ଦଳ । ଆନନ୍ଦପୁର ଆସନରୁ ଜୟଦେବ ଜେନାଙ୍କୁ ଦଳ ଟିକେଟ୍ ଦେଇଥିବା ବେଳେ ଭଣ୍ଡାରୀପୋଖରୀ ଆସନରୁ ପୂର୍ବତନ ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ ନିର୍ବାଚନ ଲଢିବାକୁ ଯାଉଛନ୍ତି । ସେହିପରି ବାଙ୍କୀରୁ ଦେବାଶିଷ ପଟ୍ଟନାୟକଙ୍କୁ ଓ ଭଦ୍ରକରୁ ଅସିତ ପଟ୍ଟନାୟକଙ୍କୁ ଟିକେଟ୍ ଦେଇଛି ଦଳ । ପ୍ରଥମ ପର୍ଯ୍ୟାୟରେ କଂଗ୍ରେସ ଓ ୪୭ ବିଧାନସଭା ଆସନ ପାଇଁ ପ୍ରାର୍ଥୀ ଘୋଷଣା କରିଥିଲା । ଗତକାଲି ଆଉ ୭୫ ବିଧାନସଭା ଆସନରେ ଦଳ ପ୍ରାର୍ଥୀ ଘୋଷଣା କରିଛି । ସେହିପରି ଦଳ ତିନି ଆସନରେ ପ୍ରାର୍ଥୀ ପରିବର୍ତ୍ତନ କରିଛି । ଅତାବିରା ଆସନରୁ ପ୍ରବୋଧ ତୀର୍କୀଙ୍କ ଦେବେନ୍ଦ୍ର ଭଟ୍ଟାରିଆଙ୍କୁ ଟିକେଟ ମିଳିଛି । ସେହିପରି ବାଲିଗୁଡାରୁ ସରଦା ପ୍ରଧାନଙ୍କ ସ୍ଥାନ ନେଇଛନ୍ତି ଉପେନ୍ଦ୍ର ପ୍ରଧାନ । କବିସୂର୍ଯ୍ୟନଗରରେ ଚିରଞ୍ଜୀବ ବିଶୋଇଙ୍କୁ ଦଳ ବାଦ ଦେଇ ବିପିନ ବିହାରୀ ସ୍କାଇଁଙ୍କୁ ଦଳ ଟିକେଟ ଦେଇଛି । ପୂର୍ବତନ ମୁଖ୍ୟମନ୍ତ୍ରୀ ଜାନକୀ ପଟ୍ଟନାୟକଙ୍କ ପୁଅ ପଥୀବଲ୍ଲଭ ବେଗୁନିଆରୁ ଟିକେଟ ପାଇଛନ୍ତି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking