29.1 C
Bhubaneswar
Saturday, April 27, 2024
Homeଦେଶ ବିଦେଶପାକିସ୍ତାନରୁ ଫେରିଗଲେ ଆଫ୍‌ଗାନ କୂଟନୀତିଜ୍ଞ

ପାକିସ୍ତାନରୁ ଫେରିଗଲେ ଆଫ୍‌ଗାନ କୂଟନୀତିଜ୍ଞ

କାବୁଲ:  ଆଫଗାନିସ୍ତାନ ସରକାର ଇତିମଧ୍ୟରେ ପାକିସ୍ତାନରେ ଅବସ୍ଥାପିତ ନିଜର ରାଷ୍ଟ୍ରଦୂତ ଓ ଅନ୍ୟ ବରିଷ୍ଠ କୂଟନୀତିଜ୍ଞଙ୍କୁ ସ୍ୱଦେଶ ଫେରାଇ ନେଇଛି । ନିକଟରେ ଇସଲାମାବାଦରେ କାର୍ଯ୍ୟରତ ଜଣେ ଆଫଗାନ୍ କୂଟନୀତିଜ୍ଞଙ୍କ କନ୍ୟାଙ୍କୁ ଦୁର୍ବୃତ୍ତମାନେ ଅପହରଣ କରି ନିର୍ଯାତନା ଦେବାପରେ ଦୁଇ ଦେଶ ମଧ୍ୟରେ ସମ୍ପର୍କ ତିକ୍ତ ହୋଇପଡିଛି । ଏହି ଘଟଣାରେ ପାକିସ୍ତାନ ସରକାର ଏପର୍ଯ୍ୟନ୍ତ ଅଭିଯୁକ୍ତଙ୍କୁ ଧରିବାରେ ସଫଳ ହୋଇନଥିବାରୁ ଆଫଗାନିସ୍ତାନ ପ୍ରତିକ୍ରିୟାଶୀଳ ହୋଇ ଏଭଳି ପଦକ୍ଷେପ ଗ୍ରହଣ କରିଛି । ଯେତେଦିନ ପର୍ଯ୍ୟନ୍ତ ଏହି ଘଟଣାର ଅଭିଯୁକ୍ତଙ୍କୁ ଗିରଫ ସହ ଦଣ୍ଡବିଧାନ କରାନଯାଇଛି, ସେପର୍ଯ୍ୟନ୍ତ ଆଫଗାନ୍ କୂଟନୀତିଜ୍ଞମାନେ କାବୁଲରେ ଅବସ୍ଥାନ କରିବେ ବୋଲି ଆଫ୍‌ଗାନିସ୍ତାନ ରାଷ୍ଟ୍ରପତି ଅସ୍ରଫ୍ ଘାନି ନିର୍ଦ୍ଦେଶ ଦେଇଛନ୍ତି । ଅପରପକ୍ଷରେ ଆଫଗାନିସ୍ତାନର ଏତାଦୃଶ ନିଷ୍ପତ୍ତିକୁ ପାକିସ୍ତାନ ଦୁର୍ଭାଗ୍ୟଜନକ ବୋଲି ଦର୍ଶାଇଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking