29.1 C
Bhubaneswar
Tuesday, May 7, 2024
Homeଦେଶ ବିଦେଶମାଉଣ୍ଟ ଆରାଫତ୍‌ରେ ପହଞ୍ଚିଲେ ହଜ୍ ଯାତ୍ରୀ

ମାଉଣ୍ଟ ଆରାଫତ୍‌ରେ ପହଞ୍ଚିଲେ ହଜ୍ ଯାତ୍ରୀ

ମକ୍କା:  କୋଭିଡ୍ କଟକଣା ମଧ୍ୟରେ ସାଉଦି ଆରବରେ ଚଳିତବର୍ଷର ହଜ୍ ଯାତ୍ରା ଆରମ୍ଭ ହୋଇଛି । ସୋମବାର ପ୍ରାୟ ୬୦ ହଜାର ଶ୍ରଦ୍ଧାଳୁ ମାଉଣ୍ଟ ଆରାଫତ୍‌ରେ ପହଞ୍ଚି ନମାଜପାଠ କରିଛନ୍ତି । ଏଥର ବିଦେଶୀ ଯାତ୍ରୀଙ୍କୁ ହଜ୍ ଯାତ୍ରା ମନା କରାଯାଇଥିବାବେଳେ ଏମାନେ ସମସ୍ତେ ସାଉଦି ଆରବ ନାଗରିକ ବୋଲି ଜଣାପଡିଛି । ଏଠାରେ ମହାପୁରୁଷ ମହମ୍ମଦ ତାଙ୍କର ଶେଷ ବାଣୀ ଶୁଣାଇଥିବା କୁହାଯାଏ । ତେଣୁ ହଜ୍ ଯାତ୍ରୀଙ୍କ ପାଇଁ ଏହି ସ୍ଥାନ ଯଥେଷ୍ଟ ଗୁରୁତ୍ୱ ବହନ କରିଥାଏ । ସୋମବାର ସନ୍ଧ୍ୟାପରେ ଶ୍ରଦ୍ଧାଳୁମାନେ ଆରାଫତ୍ ଓ ମୀନା ମଧ୍ୟବର୍ତ୍ତୀ ସ୍ଥଳ ମୁଜ୍‌ଦାଲିଫା ଅଭିମୁଖେ ଯାତ୍ରା କରିଛନ୍ତି । ରାତିସାରା ଖୋଲା ଆକାଶ ତଳେ ଶୋଇବାପରେ ପରଦିନ ସେମାନେ ମୀନାରେ ପହଞ୍ଚି ସେଠାରେ ଥିବା ମସଜିଦ୍‌ରେ ଥିବା ସ୍ତମ୍ଭ ଉପରକୁ ପଥର ଫୋପାଡିଥାନ୍ତି । ସୈତାନକୁ ଦଣ୍ଡସ୍ୱରୂପ ଏଭଳି ପଥର ମାଡ କରାଯାଇଥାଏ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking