33.1 C
Bhubaneswar
Sunday, May 5, 2024
Homeଦେଶ ବିଦେଶଛେଳିର ଦାମ୍ ୧ କୋଟି, କ୍ରେତା ମିଳୁନାହାନ୍ତି

ଛେଳିର ଦାମ୍ ୧ କୋଟି, କ୍ରେତା ମିଳୁନାହାନ୍ତି

ନୂଆଦିଲ୍ଲୀ :  ବୁଧବାର ବକ୍ରି ଇଦ୍ ପାଳିତ ହେବାକୁ ଯାଉଥିବାବେଳେ ଏହି ଉପଲକ୍ଷେ ଦେଶର ବିଭିନ୍ନ ସ୍ଥାନରେ ବହୁମୂଲ୍ୟରେ ଛେଳି ବିକ୍ରି କରାଯାଉଛି । ରବିବାର ସୁରଟ୍ ସହରରେ ଜଣେ ଛେଳି ବିକ୍ରେତା ‘ତୈମୁର’ ନାମକ ଛେଳିକୁ ୧୧ ଲକ୍ଷ ଟଙ୍କାରେ ବିକ୍ରି କରିଥିବା ଜଣାପଡିଛି । ବର୍ତ୍ତମାନ ମହାରାଷ୍ଟ୍ରର ବୁଲଧାନା ଜିଲ୍ଲାରେ ଆଉ ଏକ ଛେଳି ଚର୍ଚ୍ଚାର ବିଷୟ ପାଲଟିଛି । ‘ଟାଇଗର’ ନାମରେ ନାମିତ ଏହି ଛେଳିର ବିଶେଷତ୍ୱ ହେଉଛି, ଜନ୍ମରୁ ଏହା ଶରୀରରେ ‘ଆଲ୍ଲା’ ଲେଖାଯାଇଛି ।

ଏହା ସମ୍ପୂର୍ଣ୍ଣ ସୁସ୍ଥ ଥିବାବେଳେ ଏହାକୁ ନିୟନ୍ତ୍ରଣ କରିବାକୁ ଦୁଇଜଣ ଲୋକ ଆବଶ୍ୟକ ପଡୁଛନ୍ତି । ଏହାର ମାଲିକ ପ୍ରଥମେ ଯେତେବେଳେ ଛେଳି ବିକ୍ରି କରିବାକୁ ମାର୍କେଟ ନେଲେ, ଲୋକେ ୩୬ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଦେବାକୁ ରାଜି ହୋଇଥିଲେ । ତେବେ ମାଲିକଙ୍କ ମନ ବୁଝିଲା ନାହିଁ । ଛେଳିକୁ ଘରକୁ ଫେରାଇ ଆଣିଲେ । ଉକ୍ତ ଛେଳିର ମୂଲ୍ୟ ୧ କୋଟି ଟଙ୍କା ଧାର୍ଯ୍ୟ କରିଥିବାବେଳେ ଲୋକେ ୫୧ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଦେବାକୁ ପ୍ରସ୍ତୁତ ଥିବା ଜଣାପଡିଛି । ପରମ୍ପରା ଅନୁଯାୟୀ ଆଲ୍ଲାଙ୍କ ପ୍ରତି ଶ୍ରଦ୍ଧା ଓ ଭକ୍ତି ଜଣାଇବାକୁ ମୁସଲମାନ ସଂପ୍ରଦାୟର ଲୋକେ ବକ୍ରି ଇଦ୍ ଦିନ ଛେଳି ମାରି ତାହାର ମାଂସକୁ ଗରିବ, ବନ୍ଧୁବାନ୍ଧବଙ୍କ ମଧ୍ୟରେ ବଣ୍ଟନ କରିଥାନ୍ତି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking