34.1 C
Bhubaneswar
Thursday, April 25, 2024
Homeଓଡିଶାନକଲି ଔଷଧ ଜବତ ଘଟଣା, ତଦନ୍ତ ପାଇଁ ଅଧିକ ସମୟ ଦିଅ : ହାଇକୋର୍ଟ

ନକଲି ଔଷଧ ଜବତ ଘଟଣା, ତଦନ୍ତ ପାଇଁ ଅଧିକ ସମୟ ଦିଅ : ହାଇକୋର୍ଟ

କଟକ:  ନକଲି ଔଷଧ ଜବତ ପ୍ରସଙ୍ଗରେ ଏହାର ସିବିଆଇ ତଦନ୍ତ ପାଇଁ ହାଇକୋର୍ଟରେ ରୁଜୁ ମାମଲାରେ  ଅଦାଲତ ତଦନ୍ତକାରୀ ସଂସ୍ଥାକୁ ଘଟଣାର ଅଧିକ ତଦନ୍ତ ପାଇଁ ସମୟ ଦେବାକୁ କହିଛନ୍ତି । ଏହି ମାମଲାରେ ଅଧିକ ତଥ୍ୟ ମିଳିଲେ ଅଦାଲତଙ୍କୁ  ଅବଗତ କରିବାକୁ ହାଇକୋର୍ଟ ଆବେଦନକାରୀଙ୍କୁ ଆଦେଶ ଦେଇଛନ୍ତି । ବାସୁଦେବ ଭଟ୍ଟଙ୍କ ପକ୍ଷରୁ ରୁଜୁ ମାମଲାର ଶୁଣାଣି କରି ହାଇକୋର୍ଟ ଏପରି ଆଦେଶ ଦେଇଛନ୍ତି । ନକଲି ଔଷଧ ଜବତ ପ୍ରସଙ୍ଗରେ ଏହାର ସିବିଆଇ ତଦନ୍ତ ପାଇଁ ହାଇକୋର୍ଟରେ ମାମଲା ରୁଜୁ ହୋଇଛି । ଉପରୋକ୍ତ ଘଟଣାରେ ସିବିଆଇ ଅଥବା  କୋର୍ଟଙ୍କ ତତ୍ତ୍ୱାବବଧାନରେ ଏହାର ତଦନ୍ତ ହେବା ଆବଶ୍ୟକ ବୋଲି ପ୍ରାର୍ଥନା କରାଯାଇଛି । ଲୋକମାନଙ୍କର ସ୍ୱାସ୍ଥ୍ୟ ସହ ଔଷଧ ଜଡ଼ିତ ଥିବାରୁ  ବର୍ତ୍ତମାନ ଏହା ଏକ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗ ହୋଇପଡ଼ିଛି । ଏହି ମାମଲାରେ ଦର୍ଶାଯାଇଛି ଯେ ଯେତେବେଳେ ରାଜ୍ୟ ସରକାର ଔଷଧ ନିୟନ୍ତ୍ରଣ ଆଇନକୁ କାର୍ଯ୍ୟକାରୀ କରିବାରେ ବିଫଳ ହୋଇଛନ୍ତି ସେତେବେଳେ ଏହି ମାମଲାରେ କୋର୍ଟଙ୍କୁ  ହସ୍ତକ୍ଷେପ କରିବାକୁ ଅନୁରୋଧ କରିବା ବ୍ୟତିତ ଅନ୍ୟ ଉପାୟ ନାହିିଁ ।

ଘଟଣାର ତଦନ୍ତ କରୁଥିବା କ୍ରାଇମ୍‌ବ୍ରାଞ୍ଚ୍‌୍‌ର ଏସ୍‌ଟିଏଫ୍ ବିଭାଗ ପ୍ରକୃତ ଦୋଷୀକୁ ଧରିବାରେ ସଫଳ ହେବ ନାହିିଁ । ଏଣୁ ଏପରିସ୍ଥଳେ ସିବିଆଇ ତଦନ୍ତର ଆବଶ୍ୟକତା ରହିଛି । ଏଭଳି ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗର ନିରପେକ୍ଷ ଭାବେ ସିବିଆଇ ଦ୍ୱାରା ତଦନ୍ତ କରାଗଲେ ପ୍ରକୃତ ଦୋଷୀକୁ ଧରାଯାଇପାରିବ । କଟକର  କନିକା ଛକରେ ଥିବା ଏକ ମେଡିସିନ ଷ୍ଟୋରରୁ ଡ୍ରଗ୍ସ କଣ୍ଟ୍ରୋଲ୍ ସ୍କ୍ୱାଡ୍  ନକଲି ମେଡିସିନ୍ ଜବତ କରିଥିଲେ । ଚଢ଼ଉ ବେଳେ ଏହି ମେଡିସିନ ଷ୍ଟୋରରୁ ୧୭୦ ପେଟି ଭର୍ତ୍ତି ଫାଭିପିରାଭିର୍ ମେଡିସିନ୍ ଜବତ କରାଯାଇଥିଲା । ଜବତ ମେଡିସିନ ଉତ୍ତରପ୍ରଦେଶରୁ ଆସି ଓଡ଼ିଶା ଓ ମଧ୍ୟପ୍ରଦେଶକୁ ପଠାଯାଉଥିଲା । ଏହି ନକଲି ଔଷଧ ଖାଇ କରୋନା ଆକ୍ରାନ୍ତ ସୁସ୍ଥହେବା ପରିବର୍ତ୍ତେ ଅସୁସ୍ଥ ହୋଇ ମୃତ୍ୟୁ ମୁଖରେ ପଡୁଥିବା ସନ୍ଦେହ କରାଯାଉଛି । କରୋନା ଅକ୍ରାନ୍ତଙ୍କ ନିମନ୍ତେ ଏହି ଔଷଧ ବ୍ୟବହାର କରାଯାଉଥିବାରୁ ଏହାର ସୁଯୋଗ ନେଇ ଡ୍ରଗ୍ଧ ମାଫିଆ ନକଲି ଫାଭିପିରାଭିର୍ ମେଡିସିନ୍ ତିଆରି କରି ବଜାରକୁ ଛାଡୁଥିବା ଜଣାପଡୁଛି ।

ଉକ୍ତ ଘଟଣାରେ କ୍ରାଇମ୍‌ବ୍ରାଞ୍ଚ୍ ପକ୍ଷରୁ ମୁଖ୍ୟ ଅଭିଯୁକ୍ତ ଶିବ ପ୍ରସାଦ ଜେନା ଓ ଅନ୍ୟମାନଙ୍କ ବିରୋଧରେ ମାମଲା ରୁଜୁ କରାଯାଇଛି । ଶ୍ରୀ ଜେନା ମେଡି ଲଏଡ୍ ମେଡିକାମେଣ୍ଟ୍‌ର ପରିଚାଳନା ନିର୍ଦ୍ଦେଶକ ଥିବାବେଳେ ତାଙ୍କ ସ୍ତ୍ରୀ ନିର୍ଦ୍ଦେଶକା ଶୁଭଲକ୍ଷ୍ମୀ ଜେନା, ଗୋଦାମ ଇନ୍‌ଚାର୍ଜ ସତ୍ୟପ୍ରକାଶ ମହାନ୍ତି, ନିର୍ଦ୍ଦେଶକ ପ୍ରୀତି ରଞ୍ଜନ ପରିଡ଼ା ପ୍ରମୁଖ ଏହି ମାମଲାରେ ଗିରଫ ହୋଇଛନ୍ତି । କ୍ରାଇମ୍‌ବ୍ରାଞ୍ଚ୍ ପକ୍ଷରୁ ଏ ସମ୍ପର୍କରେ ମାମଲା ରୁଜୁ କରାଯାଇ ତଦନ୍ତ କରାଯାଉଛି । ଆବେଦନକାରୀଙ୍କ ପକ୍ଷରୁ ଏହି ମାମଲାରେ କେନ୍ଦ୍ର ସରକାରଙ୍କ ପର୍ସୋନେଲ୍ ପବ୍ଲିକ୍ ଗ୍ରୀଭାନ୍‌ସ ମନ୍ତ୍ରଣାଳୟ, ସିବିଆଇ, ଓଡ଼ିଶା ସରକାରଙ୍କ ମୁଖ୍ୟ ଶାସନ ସଚିବ, ରାଜ୍ୟ ସରକାରଙ୍କ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ସଚିବ, ଓଡ଼ିଶା ଡ୍ରଗ୍‌ସ କଣ୍ଟ୍ରେ।।ଲର୍ ପ୍ରମୁଖଙ୍କୁ  ପକ୍ଷଭୁକ୍ତ କରାଯାଇଛି । ଆବେଦନକାରୀଙ୍କ ପକ୍ଷରୁ ହାଇକୋର୍ଟରେ ଏହି ମାମଲାକୁ ଆଇନଜୀବୀ ବିଭୂତି ଭୂଷଣ ଚୌଧୁରୀ ପରିଚାଳନା କରୁଛନ୍ତି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking