28.1 C
Bhubaneswar
Saturday, April 27, 2024
Homeଦେଶ ବିଦେଶପଶ୍ଚିମବଙ୍ଗ ନିର୍ବାଚନ ପୂର୍ବରୁ ହିଂସାକାଣ୍ଡ, ଟିଏମସି ଉପରେ ଆରୋପ

ପଶ୍ଚିମବଙ୍ଗ ନିର୍ବାଚନ ପୂର୍ବରୁ ହିଂସାକାଣ୍ଡ, ଟିଏମସି ଉପରେ ଆରୋପ

ନୂଆଦିଲ୍ଲୀ: ଦକ୍ଷିଣ ୨୪ ପରଗନା ଅନ୍ତର୍ଗତ ଭାଙ୍ଗର ବିଧାନସଭାସ୍ଥିତ ବୋଦରା କ୍ଷେତ୍ରର ସପା ଗାଁରେ ଆଇଏସଏଫର ଜଣେ ନେତାଙ୍କ ଘରେ ଅଗ୍ନିକାଣ୍ଡ ଘଟଣା ସାମ୍ନାକୁ ଆସିଛି । କୁହାଯାଉଛି ଯେ, ଏହି ଘଟଣା ରାଜନୈତିକ ସଂଘର୍ଷକୁ ନେଇ ହୋଇଛି । ଘଟଣା ପରେ ପୋଲିସ ତଦନ୍ତ ଆରମ୍ଭ କରିଛି । ସେହିପରି ପିରଜାଦା ପାର୍ଟିର ସମର୍ଥକମାନେ ଏତିପାଇଁ ଟିଏମସିକୁ ଦୋଷ ଦେଇଛନ୍ତି । ତେବେ ଏହି ଘଟଣାକୁ ନେଇ ଆଇଏସଏଫ କାର୍ଯ୍ୟକର୍ତ୍ତା କହିଛନ୍ତି ଯେ, ପିରଜାଦା ଅବ୍ୱାସ ସିଦ୍ଦକୀ ସଭାରେ ଯିବା କାରଣରୁ ତୃଣମୂଳ କାର୍ଯ୍ୟକର୍ତ୍ତା ଘରେ ନିଆଁ ଲଗାଇ ଦେଇଛନ୍ତି । ଏହାସହ ତାଙ୍କ ସହିତ ମାରପିଟ ମଧ୍ୟ କରିଛନ୍ତି । ଏହାକୁ ନେଇ ତୃଣମୂଳ କାର୍ଯ୍ୟକର୍ତ୍ତା ସମସ୍ତ ଆରୋପୀଙ୍କ ଅଭିଯୋଗକୁ ଭିତ୍ତିହୀନ ବୋଲି କହିଛନ୍ତି । ସ୍ଥାନୀୟ ତୃଣମୂଳ କଂଗ୍ରେସ ର ବ୍ଲକ ସଭାପତି କହିଛନ୍ତି, ଏହି ଘଟଣା ପାରିବାରିକ କଳହ କାରଣ ପାଇଁ ହୋଇଛି । ଦୁଇ ଜଣଙ୍କୁ ଗିରଫ କରାଯିବା ସହ ସ୍ଥାନୀୟ ପୋଲିସ ତଦନ୍ତ ଆରମ୍ଭ କରିଛି । ପୋଲିସ ବର୍ତମାନ ପର୍ଯ୍ୟନ୍ତ ପ୍ରାଥମିକ ତଦନ୍ତ ଆଧାରରେ ଦୁଇ ଜଣଙ୍କୁ ଗିରଫ କରିଛି ।
କହିରଖୁଛୁ, ବଙ୍ଗାଳରେ ପ୍ରଥମ ପର୍ଯ୍ୟାୟ ନିର୍ବାଚନ ୨୭ ମାର୍ଚ୍ଚକୁ ହେବ । ପ୍ରଥମ ପର୍ଯ୍ୟାୟରେ ୩୦ ସିଟରେ ମୋଟ ୩୨୪୩୨ ଲୋକ ଘରେ ହିଁ ମତଦାନ ଦେବା ପାଇଁ ଇଚ୍ଛା ପ୍ରକାଶ କରିଛନ୍ତି । ଏମାନଙ୍କ ମଧ୍ୟରେ ୨୭୭୧୩ ବରିଷ୍ଠ ନାଗରିକ ଓ ୪୭୧୯ ଦିବ୍ୟାଙ୍ଗ ସାମିଲ ରହିଛନ୍ତି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking