25.1 C
Bhubaneswar
Thursday, May 9, 2024
Homeଦେଶ ବିଦେଶନୋଏଡାରେ ପୁଣି ‘ଲଭ ଜିହାଦ’

ନୋଏଡାରେ ପୁଣି ‘ଲଭ ଜିହାଦ’

ନୂଆଦିଲ୍ଲୀ : ନୋଏଡାରେ ପୁଣି ଏକ ‘ଲଭ ଜିହାଦ’ ମାମଲା ସାମନାକୁ ଆସିଛି । ଏଠାରେ ଅଭିଯୋଗ ଆସିଛି ଯେ, ଧର୍ମ ବଦଳାଇ ଯୁବକ ଜଣକ ଯୁବତୀଙ୍କ ସହ ଦୁଷ୍କର୍ମ କରିଛି । ଏବେ ପୋଲିସ ଏସସି-ଏସଟି ଆକ୍ଟ ଅନୁସାରେ ଆରୋପୀକୁ ଗିରଫ କରିନେଇଛି ।
କୁହାଯାଉଛି କି, ଏହି ଘଟଣା ଗ୍ରେଟର ନୋଏଡାର କୋସନା ଥାନା ଅନ୍ତର୍ଗତ ଯୁବକ ଜଣକ ଯୁବତୀଙ୍କୁ ଧର୍ମ ପରିବର୍ତ୍ତନ କରିବା ପାଇଁ ବାଧ୍ୟ କରୁଥିଲା ଯୁବତୀଙ୍କ ଅଭିଯୋଗ କ୍ରମେ ପୋଲିସ ଆରୋପୀଙ୍କୁ ଗିରଫ କରିନେଇଛି ।

ନୋଏଡା ପୋଲିସ ଅଧିକାରୀ କହିଛନ୍ତିଯେ, ୨୦ ବର୍ଷିୟ ଯୁବତୀ ଜଣକ ଗୋଟିଏ କମ୍ପାନୀରେ କାମ କରନ୍ତି । ୨୦୨୦ରେ ସେହି କମ୍ପାନୀରେ କାମ କରୁଥିବା ଜଣେ ଯୁବକ ନିଜର ପରିଚୟ ସୋନୁ ବୋଲି କହି ପ୍ରଥମେ ବନ୍ଧୁତା କରିଥିଲା ଓ କ୍ରମେ ସେମାନଙ୍କ ମଧ୍ୟରେ ପ୍ରେମ ସମ୍ପର୍କ ବଢିଥିଲା ।
ଯୁବତୀ ଜଣକ ଆରୋପ ଲଗାଇଛନ୍ତି ଯେ, ଯୁବକ ଜଣକ ବନ୍ଧୁତା କରି ବିବାହର ପ୍ରଲୋଭନ ଦେଖାଇଥିଲା । ଏହାପରେ ଦୁଷ୍କର୍ମ କରିଥିଲା । ଯୁବତୀ ଜଣକ ବିବାହ ପାଇଁ ବାଧ୍ୟ କରିବାରୁ ଯୁବକ ଜଣକ ହିନ୍ଦୁ ନୁହଁ ମୁସଲିମ ଜଣାପଡିଥିଲା ।

କୁହାଯାଉଛି କି, ଯୁବକ ସୋନୁର ନାମ ଫରହା ଫହଜାନ । ସେ ଉତ୍ତର ପ୍ରଦେଶର ନିବାସୀ ଅଟନ୍ତି । ସୋନୁକୁ ଦାଦରୀ ର ଏକ ହସ୍ପିଟାଲ ପାଖରୁ ଗିରଫ କରାଯାଇଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking