29.1 C
Bhubaneswar
Monday, May 6, 2024
Homeଓଡିଶାସାତକୋଶିଆରୁ ବାହୁଡ଼ିବ ‘ସୁନ୍ଦରୀ

ସାତକୋଶିଆରୁ ବାହୁଡ଼ିବ ‘ସୁନ୍ଦରୀ

ଭୁବନେଶ୍ୱର : ସାତକୋଶିଆରୁ ଫେରିଯିବ ସୁନ୍ଦରୀ । ମଧ୍ୟପ୍ରଦେଶର କାହ୍ନା ଅଭୟାରଣ୍ୟର ଘୋରେଲାକୁ ବାହୁଡ଼ିବ । ସୁନ୍ଦରୀର ପ୍ରତ୍ୟାବର୍ତ୍ତନ ପ୍ରକ୍ରିୟା ଆରମ୍ଭ ହୋଇଛି । ସାତକୋଶିଆ ଅଭୟାରଣ୍ୟର ରାଇଗୁଡ଼ା ଜଙ୍ଗଲରେ ବନ୍ଦୀ ବାଘୁଣୀର ସ୍ଥିତି ଅନୁଧ୍ୟାନ କରିଛନ୍ତି ମଧ୍ୟପ୍ରଦେଶରୁ ଆସିଥିବା ୭ ଜଣିଆ ସ୍ୱତନ୍ତ୍ର ଟିମ୍ । ବନ ବିଭାଗ ଅଧିକାରୀଙ୍କ ସହ ବି ଆଲୋଚନା କରିଛନ୍ତି । ତାର ସ୍ୱାସ୍ଥ୍ୟାବସ୍ଥା ଯାଞ୍ଚ ପରେ ସବୁ କିଛି ଠିକଠାକ୍ ଥିଲେ ଆଜି ସନ୍ଧ୍ୟା ସୁଦ୍ଧା ବାଘୁଣୀକୁ ସାଙ୍ଗରେ ନେଇ ଫେରିଯିବ ଟିମ୍ ।

ସୁନ୍ଦରୀକୁ ନେବା ପାଇଁ ମଧ୍ୟପ୍ରଦେଶରୁ ଆସିଛି ସ୍ୱତନ୍ତ୍ର ଯାନ । ବାଘୁଣୀକୁ ଯନ୍ତାରେ ଧରିବାକୁ ଉଦ୍ୟମ କରାଯିବ । ନହେଲେ ବିକଳ୍ପ ବ୍ୟବସ୍ଥା ନେଇ ଚିନାତ କରାଯିବ । ଗତକାଲି ମଧ୍ୟପ୍ରଦେଶରୁ ୭ ଜଣିଆ ଟିମ୍ ଅନୁଗୋଳରେ ପହଞ୍ଚିଥିଲେ । ପ୍ରଥମେ ଆଂଚଳିକ ମୁଖ୍ୟ ବନ ସଂରକ୍ଷକ ଓ ବନ ବିଭାଗ ଅଧିକାରୀଙ୍କ ସହ ସେମାନେ ଆଲୋଚନା କରିଥିଲେ । ଏହାପରେ ଯାଇଥିଲେ ରାଇଗୁଡ଼ା ଜଙ୍ଗଲ । ଯେଉଁଠାରେ ଦୁଇ ବର୍ଷ ହେବ ଏନକ୍ଲୋଜରରେ ବନ୍ଦୀ ହୋଇ ରହିଛି ସୁନ୍ଦରୀ । ଏହି ଦୁଇ ବର୍ଷ ଭିତରେ ବାଘୁଣୀକୁ ଫେରାଇ ନେବା ନେଇ କଳ୍ପନାଜଳ୍ପନା ଲାଗି ରହିଥିଲା ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking