30.1 C
Bhubaneswar
Wednesday, April 24, 2024
Homeକରୋନାସତର୍କ କଲେ ଗଂଜାମ ଜିଲ୍ଲାପାଳ

ସତର୍କ କଲେ ଗଂଜାମ ଜିଲ୍ଲାପାଳ

ଭୁବନେଶ୍ୱର: କରୋନା ସଂକ୍ରମଣ ବୃଦ୍ଧି ଆଶଙ୍କାରେ କଠୋର ହୋଇଛି ଗଂଜାମ ପ୍ରଶାସନ । ହଟସ୍ପଟ ଅଂଚଳରୁ ଆସୁଥିବା ଲୋକଙ୍କ ଉପରେ ପ୍ରଶାସନ କଡା ନଜର ରଖିବା ସହ ବାହାର ଅଂଚଳରୁ ଆସିଲେ ଆରଟି ପିସିଆର ଟେଷ୍ଟ ରିପୋର୍ଟ ଆଣିବାକୁ ବାଧ୍ୟ । ରାଜ୍ୟ ବାହାରୁ ଜାନିଯାତ୍ରା ପାଇଁ ଗଂଜାମ ଆସିପାରିବେନି ଲୋକ । କେବଳ ସ୍ୱାସ୍ଥ୍ୟ ସମସ୍ୟା ଥିଲେ ଆରଟି ପିସିଆର ରିପୋର୍ଟ ଧରି ଆସିପାରିବେ । ବାହାର ରାଜ୍ୟରୁ ଆସୁଥିବା ଲୋକେ ୭ ଦିନ ହୋମ କ୍ୱାରେଣ୍ଟିନରେ ରହିବେ । ସେହିଭଳି ହୋଲି ଉପରେ କଟକଣା ରହିବ । ଲୋକେ ଘରେ ହୋଲି ଖେଳିବେ । ସର୍ବସାଧାରଣରେ ସ୍ଥାନରେ ହୋଲି ଖେଳ ଉପରେ ବାରଣ କରାଯାଇଛି । ଲୋକ ସତର୍କ ନହେଲେ କଟକଣା ନମାନିଲେ ସ୍ଥିତି ବିଗିଡି ଯିବାର ସମ୍ଭାବନା ରହିଛି । ଲୋକ ଯଦି ସତର୍କ ନହେବେ ତେବେ ପୁଣି ଲକଡାଉନ, ସଟଡାଉନ ସମ୍ଭାବନା ରହିବ ବୋଲି ଜିଲ୍ଲାପାଳ କହିଛନ୍ତି ।
ସୂଚନାଯୋଗ୍ୟ, ବର୍ତମାନ ରାଜ୍ୟରେ ପୁଣି କରୋନା ଉପର ମୁହାଁ ହୋଇଛି । ଏବେଠୁ ସତର୍କ ଓ ସାବଧାନ ନରହିଲେ ସ୍ଥିତି ପୁଣି ଅସମ୍ଭାଳ ହୋଇପଡିବ । ଏହାକୁ ଦୃଷ୍ଟିରେ ରଖି ସରକାର ଏବେ କରୋନା କଟକଣା ବୃଦ୍ଧି କରିଛନ୍ତି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking