29.1 C
Bhubaneswar
Friday, May 3, 2024
Homeବ୍ରେକୀଙ୍ଗଆଜି ଘୋଷଣା ହେବ ନିର୍ବାଚନ ତାରିଖ

ଆଜି ଘୋଷଣା ହେବ ନିର୍ବାଚନ ତାରିଖ

ନୂଆଦିଲ୍ଲୀ: ଆଜି ଅପରାହ୍ନ ୪ଟା ୩୦ରେ ନିର୍ବାଚନ କମିଶନ ନିର୍ବାଚନ ତାରିଖ ଘୋଷଣା କରିପାରନ୍ତି । ୪ ରାଜ୍ୟ, ଗୋଟିଏ କେନ୍ଦ୍ର ଶାସିତ ଅଂଚଳର ନିର୍ବାଚନ ତାରିଖ ଘୋଷଣା ହେବ । ପଶ୍ଚିମବଙ୍ଗ, ତାମିଲନାଡୁ, ଆସାମ, କେରଳ ପାଇଁ ତାରିଖ ଘୋଷଣା ହେବ । କେନ୍ଦ୍ରଶାସିତ ଅଂଚଳ ପୁଡୁଚେରୀ ପାଇଁ ମଧ୍ୟ ତାରିଖ ଘୋଷଣା ହେବ । ନିର୍ବାଚନ ଆୟୋଗ ସୂତ୍ର ଅନୁସାରେ, ପଶ୍ଚିମବଙ୍ଗରେ ୬ରୁ ୮ ଟି ପର୍ଯ୍ୟାୟରେ ନିର୍ବାଚନ ହୋଇପାରେ । ଏହାବ୍ୟତୀତ କେରଳ, ତାମିଲନାଡୁ ଓ ପୁଡୁଚେରୀରେ ଗୋଟିଏ ପର୍ଯ୍ୟାୟରେ ମତଦାନ ହେବାର ସମ୍ଭାବନା ରହୁଛି । ତେବେ ପାଂଚଟି ରାଜ୍ୟର ଭୋଟଗଣତି ଗୋଟିଏ ଦିନରେ ହେବ । ମେ ୧ ପୂର୍ବରୁ ବିଧାନସଭା ଗଠନର ପ୍ରକ୍ରିୟା ସଂପୂର୍ଣ୍ଣ କରାଯିବ । ମେ ୪ରୁ ବୋର୍ଡ ପରୀକ୍ଷା ଆରମ୍ଭ ହେବାକୁ ଯାଉଛି । ଏହାକୁ ଦୃଷ୍ଟିରେ ରଖି, ନିର୍ବାଚନ ଆୟୋଗ ପାଂଚଟି ରାଜ୍ୟରେ ମେ ୧ରୁ ପ୍ରଥମ ପର୍ଯ୍ୟାୟ ମତଦାନ ସଂପୂର୍ଣ୍ଣ କରିବାକୁ ଯୋଜନା ରଖିଛନ୍ତି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking