37.2 C
Bhubaneswar
Friday, April 19, 2024
Homeବ୍ରେକୀଙ୍ଗଏୟାରପୋର୍ଟରେ ସ୍କ୍ରିନିଂ

ଏୟାରପୋର୍ଟରେ ସ୍କ୍ରିନିଂ

ଭୁବନେଶ୍ୱର: ଏବେ କରୋନା ସଂକ୍ରମଣ ପୁଣି ଧିରେ ଧିରେ ବଢିବା ଆରମ୍ଭ କଲାଣି । ସେଥିପାଇଁ ରାଜ୍ୟ ସରକାର ଏହାକୁ ନେଇ ସତର୍କ ହୋଇଗଲେଣି । ବାହାରୁ ଫେରୁଥିବା ଯାତ୍ରୀମାନଙ୍କର ଏୟାରପୋର୍ଟରେ ଆରଟି ପିସିଆର ଟେଷ୍ଟ କରାଯାଉଛି । ଏନେଇ ଆଜି ଭୁବନେଶ୍ୱର ଏୟାରପୋର୍ଟ ନିର୍ଦ୍ଦେଶକ ବି. ଭେଙ୍କଟେଶ୍ୱର ରାଓ ପ୍ରତିକ୍ରିୟା ଦେଇ କହିଛନ୍ତି, ମହାରାଷ୍ଟ୍ର, କେରଳ, ପଂଜାବ ଆଦି ରାଜ୍ୟରୁ ଆସୁଥିବା ଯାତ୍ରୀଙ୍କ ସ୍କ୍ରିନିଂ ହେଉଛି । ସେମାନଙ୍କର ପଜିଟିଭ ଲକ୍ଷଣ ଥିଲେ, ଆଇସୋଲେସନରେ ରଖାଯିବ । ଗତକାଲି ରାଜ୍ୟ ସରକାରଙ୍କ ପକ୍ଷରୁ ଏ ସଂପର୍କରେ ପତ୍ର ମିଳିଛି । ଆଜିଠାରୁ ଏହି ସ୍କ୍ରିନିଂ ଓ ଆଇସୋଲେସନ ପ୍ରକ୍ରିୟା ଆରମ୍ଭ ହୋଇଛି । ଆରଟିପିସିଆର ଟେଷ୍ଟ ଆରମ୍ଭ ହୋଇଛି, ପ୍ରତିଦିନ ପ୍ରାୟ ୪ ହଜାର ଯାତ୍ରୀ ଆସୁଛନ୍ତି । କରୋନାର ଦ୍ୱିତୀୟ ଷ୍ଟ୍ରେନ୍‌ ନେଇ ବିଏମ୍‌ସି ପକ୍ଷରୁ ପଦକ୍ଷେପ ନିଆଯାଇଛି ।  ୨ୟ ଷ୍ଟ୍ରେନ୍‌କୁ ନଜରରେ ରଖି ଭୁବନେଶ୍ୱର ଏୟାରପୋର୍ଟରେ ଚାଲିଛି ସ୍କ୍ରିନିଂ ।

 

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking