28.1 C
Bhubaneswar
Saturday, April 27, 2024
Homeଓଡିଶାମାଲକାନଗିରି ଜିଲ୍ଲାରେ ଅନୁଷ୍ଠିତ ହୋଇଯାଇଛି ସ୍ବାଗତ ସମ୍ବର୍ଦ୍ଧନା ସଭା

ମାଲକାନଗିରି ଜିଲ୍ଲାରେ ଅନୁଷ୍ଠିତ ହୋଇଯାଇଛି ସ୍ବାଗତ ସମ୍ବର୍ଦ୍ଧନା ସଭା

ମାଲକାନଗିରି : ମାଲକାନଗିରି ଜିଲ୍ଲାର ସତିଗୁଡ଼ା ଜଳଭଣ୍ଡାର ନିକଟରେ ଅବସ୍ଥିତ ଇକୋ ପାର୍କ ଠାରେ ଅନୁଷ୍ଠିତ ହୋଇଯାଇଛି ସ୍ବାଗତ ସମ୍ବର୍ଦ୍ଧନା ସଭା । ଜିଲ୍ଲା ର କୋଣ ଅନୁକୋଣରୁ ବହୁ ସଂଖ୍ୟକ ବିଜୁ ଜନତା ଦଳର କର୍ମୀ ଓ ବରିଷ୍ଠ ନେତାମାନେ ଯୋଗ ଦେଇଥିଲେ । ମାଲକାନଗିରି ଜିଲ୍ଲା ଅବଜରଭର ମିରା ପରିଡା ଏବଂ ନିବେଦିତା ମଧ୍ୟ ଯୋଗ ଦେଇଥିଲେ । ଉକ୍ତ ସଭାରେ ଜିଲ୍ଲାରେ ଥିବା ମିଡ଼ିଆ ଭାଇ ମାନଙ୍କ ମଧ୍ୟ ଆମନ୍ତ୍ରଣ କରାଯାଇଥିଲା । ଜିଲ୍ଲା ରେ ଯୋଉ ନୂତନ କମିଟି ଗଠନ କରାଯାଇଛି । ତାହାର ଲୋକାର୍ପଣ । କରିବା ସାଙ୍ଗେ ସାଙ୍ଗେ। ସମସ୍ତ ଙ୍କୁ ସ୍ବାଗତ ସମ୍ବର୍ଦ୍ଧନା କରାଯାଇଥିଲା । ସଭାରେ ମୁଖ୍ୟ ଅତିଥି ଭାବେ ଚିତ୍ରକୋଣ୍ଡା ବିଧାୟକ ପୂର୍ଣ୍ଣଚନ୍ଦ୍ର ବାକା, କାର‌୍ୟ୍ୟକାରିଣୀ ସଭାପତି ଦୂର୍ଗା ପ୍ରସାଦ ତ୍ରିପାଠୀ , ଯୋଗ ଦେଇଥିଲେ । ପୂର୍ବତନ ବିଧାୟକ ମାନସ ମାଡ଼କାମୀ, ଉପଦେଷ୍ଟା ତଥା ପୂର୍ବତନ ବିଧାୟକ ମୁକୁନ୍ଦ ସୋଡି଼, ଏବଂ ଆଡ଼ମା ରାବା , ଗୋପାଳ କୃଷ୍ଣ ପଣ୍ଡା, ଶଙ୍କର ସାହା, ପ୍ରଭାକର ପ୍ରଧାନ, ରବିନାରାୟଣ ପାତ୍ର, ସୁବାସ ବାନାର୍ଜୀ, ଗଣେଶ ମଣ୍ଡଳ, ପଦ୍ମିନୀ ମୁଦୁଲି, ରାଜବନତ କର୍ ତଥା ଦୁଇଶହ ରୁ ଅଧିକ ଅନ୍ୟାନ୍ୟ କର୍ମୀ ମାନେ ଯୋଗ ଦେଇଥିଲେ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking