25.1 C
Bhubaneswar
Thursday, May 9, 2024
Homeଦେଶ ବିଦେଶ୧୩ ତାରିଖରେ ଶୋଭନୀୟ ବିଶ୍ୱ ୱେବ ମହିଳା ସମ୍ମିଳନୀ – ୨୦୨୦

୧୩ ତାରିଖରେ ଶୋଭନୀୟ ବିଶ୍ୱ ୱେବ ମହିଳା ସମ୍ମିଳନୀ – ୨୦୨୦

ଭୁବନେଶ୍ୱର / ନୂଆଦିଲ୍ଲୀ / କୋଲକତା .: ଆସନ୍ତା ୧୩ ତାରିଖ ଦିନ ଆନ୍ତର୍ଜାତୀକ ଅଶୋଭନୀୟତା ନିରୋଧ ଆନ୍ଦୋଳନ ତରଫରୁ ବିଶ୍ୱ ଶୋଭନୀୟ ମହିଳା ସମ୍ମିଳନୀ – ୨୦୨୦ ଆୟୋଜିତ ହେବାକୁ ଯାଉଥିବା ଜଣାଯାଇଛି | ସାରା ବିଶ୍ୱରେ ସାମାଜିକ କ୍ଷେତ୍ରରେ କାର୍ଯ୍ୟରତ କ୍ଷାତିସମ୍ପନ୍ନ ନାରୀ ନେତ୍ରୀ ମାନେ ଏହି ସମାବେଶ ରେ ଇଣ୍ଟରନେଟ ଜରିଆରେ ଯୋଗଦେବାର କାର୍ଯ୍ୟକ୍ରମ ରହିଛି | ଆନ୍ଧ୍ରପ୍ରଦେଶର ରାଜ୍ୟପାଳ ବିଶ୍ୱଭୂଷଣ ହରିଚନ୍ଦନ, ମହିଳା ମାନଙ୍କର ଏହି ମହାସଂଗମ କୁ ରବିବାର ସଂଧ୍ୟା ୫ଟା ବେଳେ ଉଦଘାଟନ କରିବେ ବୋଲି ମୁଖ୍ୟ ଆୟୋଜକ ତଥା ଶୋଭନୀୟ ଆନ୍ଦୋଳନର ନିର୍ଦ୍ଦେଶକ ଡ଼ଃ ଅରୁନ୍ଧତୀ ଦେବୀ ଜଣାଇଛନ୍ତି | ଉଦଘାଟନ ଉତ୍ସବରେ ବେଦପ୍ରଜ୍ଞା ଶନ୍ମୋ ଦେବୀ ମୁଖ୍ୟ ବକ୍ତା ଭାବରେ ଯୋଗ ଦେବେ |
ଉଦଘାଟନୀ ଅଧିବେଶନକୁ ଲଣ୍ଡନରୁ ଡ଼ଃ ଭାଗ୍ୟଶ୍ରୀ ସିଂହ ସଂଯୋଜନା କରିବେ |

ଏହି ସମ୍ମିଳନୀ ରେ “ସାରା ପୃଥବୀରେ କୋଭିଡ – ୧୯ କୁ କାବୁ କରିବାନେଇ ମହିଳା ମାନଙ୍କର ପ୍ରଭାବୀ ଭୂମିକା,” ଏବଂ “ଶିଶୁ କନ୍ୟାର ନିରାପତ୍ତା ଓ ସୁରକ୍ଷା ପାଇଁ ମାନବ ସମାଜକୁ ଜନାଦେଶ” ଆଦି ଦୁଇଟି ବିଷୟବସ୍ତୁ ଆଧାରିତ ଆନ୍ତର୍ଜାତିକ ୱେବିନାର ଅନୁଷ୍ଠିତ ହେବାକୁ ଯାଉଥିବା ପ୍ରାପ୍ତସୂଚନାରୁ ପ୍ରକାଶ | ଏହି ବିଚାରଗୋଷ୍ଠୀରେ ଆମେରିକାରୁ କୁକୁ ଦାସ ଓ ଶୁଭଶ୍ରୀ ଦାସ, ଅଷ୍ଟ୍ରେଲିଆ ରୁ ପ୍ରଭାତୀ ପାଣିଗ୍ରାହୀ,କାନାଡାରୁ ସୁନନ୍ଦା ମିଶ୍ର ପଣ୍ଡା,ନଉଜିଲ୍ୟାଣ୍ଡ ରୁ ସୁରଭି ପଟ୍ଟନାୟକ , କତାରରୁ ସୁସ୍ମିତା ପଟ୍ଟନାୟକ, ଭାରତରୁ ସରିତା ଷଡ଼ଙ୍ଗୀ, ପୂର୍ଣ୍ଣଶ୍ରୀ ରାଉତ ଓ ଡ଼ଃ ଅନିତା ପଣ୍ଡା ପ୍ରମୁଖ ମହିମାମଣ୍ଡିତ ମହିଳାମାନେ ଅଂଶଗ୍ରହଣ କରିବେ | ଡିଜିଟାଲ ପ୍ଲାଟଫର୍ମର ବିଶେଷ ଆକର୍ଷଣ ଅଲମ୍ପିକ ତାରକା ଦୁତୀ ଚାନ୍ଦ ରହିବେ | ଏହି ୱେବିନାର କୁ ଶିକ୍ଷାବିତ ଚିଦାତ୍ମିକା ଖଟୁଆ ସଂଚାଳନ କରିବେ |

ଏହି ଅବସରରେ ଆୟୋଜନ ହେବାକୁଥିବା ” ମାନବିକତା ର ସର୍ବବ୍ୟାପି ପ୍ରତିଫଳନ” ଶୀର୍ଷକ କବିତା ଆସରରେ ବିଶ୍ୱର ବହୁ ପ୍ରତିଭାବାନ କବୟତ୍ରୀ ମାନେ ଯୋଗ ଦେବେ ବୋଲି ଜଣାଯାଇଛି | ସାରା ଦୁନିଆକୁ ଗ୍ରାସ କରିଥିବା କରୋନା ମହାମାରୀର କରାଳଛାୟା କାଳରେ ଅନୁଷ୍ଠିତ ହେବାକୁ ଯାଉଥିବା ଏହି ସମ୍ମିଳନୀ ଗଭୀର ଅନ୍ଧକାର ଭିତରେ ଆଲୋକବର୍ତ୍ତିକା ସାଜି କୋଭିଡ ପରିସ୍ଥିତି ମଧ୍ୟରେ ଓ ଏହାର ପରବର୍ତ୍ତୀ ସମୟରେ ନାରୀ ମାନଙ୍କୁ ନିର୍ଣ୍ଣାୟକ ଭୂମିକା ଗ୍ରହଣ କରିବାର ରାହା, ନିଶ୍ଚିତ ଭାବେ ଦେଖାଇବ ବୋଲି ସମ୍ମିଳନୀର ଅଧ୍ୟକ୍ଷା ଡ଼ଃ ଅରୁନ୍ଧତୀ ଦେବୀ ଦମ୍ଭପ୍ରକାଶ କରିଛନ୍ତି | ଏହି ବୈଠକର ଚର୍ଚା ଆଲୋଚନା ” ଲାଇଭ ଷ୍ଟ୍ରୀମିଙ୍ଗ ” ଦ୍ୱାରା ୟୁଟ୍ୟୁବ ଏବଂ ଫେସବୁକରେ ମଧ୍ୟ ପ୍ରସାରିତ ହେଵ ବୋଲି ଆୟୋଜକ ମାନେ ସୁଚାଇଛନ୍ତି |

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking