34.1 C
Bhubaneswar
Saturday, April 27, 2024
Homeଓଡିଶାଆଜିଠାରୁ ବଢିବ ତାତି: ପାଣିପାଗ ବିଭାଗ ପକ୍ଷରୁ ୫ଟି ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ

ଆଜିଠାରୁ ବଢିବ ତାତି: ପାଣିପାଗ ବିଭାଗ ପକ୍ଷରୁ ୫ଟି ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ

ଭୁବନେଶ୍ୱର: ଆଜିଠାରୁ ରାଜ୍ୟରେ ତାପମାତ୍ରା ବୃଦ୍ଧି ପାଇବ । ପଶ୍ଚିମ ଓଡ଼ିଶାର କିଛି ଜିଲ୍ଲାରେ ଅସହ୍ୟ ଗ୍ରୀଷ୍ମଲହରୀ ଅନୁଭୂତ ହେବ । ତାପମାତ୍ରା ୨ ରୁ ୩ ଡିଗ୍ରୀ ଯାଏ ବଢିବ ବୋଲି ଆଞ୍ଚଳିକ ପାଣିପାଗ ବିଭାଗ ପୂର୍ବାନୁମାନ କରିଛି । ଏନେଇ ଆସନ୍ତା ଦୁଇ ଦିନ ୫ଟି ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି ହୋଇଛି । ସମ୍ପୃକ୍ତ ଜିଲ୍ଲା ମଧ୍ୟରେ ମୟୂରଭଞ୍ଜ, ବରଗଡ, ସୁବର୍ଣ୍ଣପୁର, ବୌଦ୍ଧ ଏବଂ ବଲାଙ୍ଗିର ଜିଲ୍ଲା ରହିଛି । ସେହିପରି ଆସନ୍ତା ୩୧ ତାରିଖରୁ ୨ ତାରିଖ ଯାଏଁ ୭ ଜିଲ୍ଲା ଯଥା, ସମ୍ବଲପୁର, ବରଗଡ, ସୁବର୍ଣ୍ଣପୁର, ବୌଦ୍ଧ, ବଲାଙ୍ଗିର, ଅନୁଗୁଳ ଏବଂ କଳାହାଣ୍ଡିକୁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି ବୋଲି ପାଣିପାଗ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି ।

ପାଣିପାଗ କାର୍ଯ୍ୟାଳୟରୁ ମିଳିଥିବା ସୂଚନା ଅନୁଯାୟୀ, ରାଜ୍ୟର ତାପମାତ୍ରା ଏବେ ଅପେକ୍ଷାକୃତ କମ୍ ରହିଛି । ୩୦ ତାରିଖରୁ ଉତ୍ତର-ପଶ୍ଚିମ ତଥା ପଶ୍ଚିମ ଦିଗରୁ ରାଜ୍ୟକୁ ଉତ୍ତପ୍ତ ଶୁଷ୍କବାୟୁ ପ୍ରବାହ ହେବାର ସମ୍ଭାବନା ରହିଥିବାରୁ ରାଜ୍ୟରେ ତାପମାତ୍ରା ବୃଦ୍ଧି ପାଇବ । ଆଭ୍ୟନ୍ତରୀଣ ଓଡ଼ିଶାର କିଛି ଜିଲ୍ଲାରେ ପ୍ରବଳ ତାତି ଅନୁଭୂତ ହେବ । ଏପ୍ରିଲ ୧ ତାରିଖ ଯାଏ ଏପରି ତାତି ଜାରି ରହିବ । ତେଣୁ ଏହି ୩ ଦିନ ପାଇଁ ରାଜ୍ୟର ବିଭିନ୍ନ ଜିଲ୍ଲା ପାଇଁ ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ୟେଲୋ ୱାର୍ଣ୍ଣିଂ ଜାରି କରିଛି । ଏହି ସମୟରେ ନ ବାହାରିବା ଲାଗି କେନ୍ଦ୍ର ପକ୍ଷରୁ ସତର୍କ କରାଯାଇଛି ।

ଆଜି ପ୍ରବଳ ଗ୍ରୀଷ୍ମ ପ୍ରବାହ ଅନୁଭତ ହୋଇଛି । ଆଜି ରାଜ୍ୟର ୫ଟି ସହରର ତାପମାତ୍ରା ସର୍ବାଧିକ ୪୧ଡିଗ୍ରୀ ପାର କରିଛି । ସେଥିରୁ ଟିଟିଲାଗଡର ତାପମାତ୍ରା ସର୍ବାଧିକ ୪୧.୫ଡିଗ୍ରୀ ରହିଥିବା ବେଳେ ଏହା ରାଜ୍ୟର ଉତ୍ତପ୍ତ ସହର ରହିଛି । ସେହିପରି ବଲାଙ୍ଗିରର ତାପମାତ୍ରା ୪୧.୪ଡିଗ୍ରୀ ରହିଥିବା ବେଳେ ସୁବର୍ଣ୍ଣପୁର ୪୧.୩, ବାରିପଦା ଏବଂ ବୌଦ୍ଧ ୪୧ଡିଗ୍ରୀ ରେକର୍ଡ କରାଯାଇଛି । ଅନୁଗୁଳର ୩୯.୭ଡିଗ୍ରୀ, ଝାରସୁଗୁଡାର ୩୯.୮ଡିଗ୍ରୀ, ସମ୍ବଲପୁର ୪୦.୨ଡିଗ୍ରୀ, ସୁନ୍ଦରଗଡ ୩୯.୫ଡିଗ୍ରୀ, ହିରାକୁଦ ୩୯.୧ଡିଗ୍ରୀ, ତାଳଚେର ୩୯.୨ଡିଗ୍ରୀ, ମାଲକାନଗିରି ୩୯ଡିଗ୍ରୀ ରହିଥିବା ବେଳେ ଭୁବନେଶ୍ୱର ୩୬.୫ ଡିଗ୍ରୀ ଏବଂ କଟକର ତାପମାତ୍ରା ୩୬.୫ଡିଗ୍ରୀ ରେକର୍ଡ କରାଯାଇଛି । ସେହିପରି ଆସନ୍ତା ୨୪ଘଣ୍ଟାରେ ଗଜପତି, ରାୟଗଡ଼ା, ମାଲକାନଗିରି ଓ କୋରାପୁଟ ଜିଲ୍ଲାରେ ଗୋଟିଏ ଦୁଇଟି ସ୍ଥାନରେ ବର୍ଷା ହେବାର ସମ୍ଭାବନା ରହିଛି ବୋଲି ପାଣିପାଗ ବିଭାଗର ସୂଚନା ରହିଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking