29.1 C
Bhubaneswar
Saturday, April 27, 2024
Homeଓଡିଶାପାଣି କନେକସନ୍ ନ ନେଇ ମିଳୁଛି ବିଲ୍

ପାଣି କନେକସନ୍ ନ ନେଇ ମିଳୁଛି ବିଲ୍

ନବରଙ୍ଗପୁର : ନବରଙ୍ଗପୁରର ଜଳ ଯୋଗାଣା ବିଭାଗ ପକ୍ଷରୁ ପାଣି କନେକ୍ସନ୍ ଦିଆ
ଯାଇ ନଥିବାବେଳେ ସାଧାରଣ ଉପଭୋକ୍ତାଙ୍କ ନାମରେ ବିଲ୍ କଟାଯାଉଛି । ଟଙ୍କା ଡିପୋଜିଟ୍ କରିବା ପାଇଁ ତାଗିଦ୍ କରାଯାଉଛି । ଏଭଳି ଏକ ଅଭିଯୋଗ ଦେଖିବାକୁ ମିଳିଛି ସହରର ଗାବ୍ରିଏଲଗୁଡ଼ା ଗ୍ରାମରେ । ଉକ୍ତ ଗ୍ରାମର ଲବ୍ ଗାଦବା, ଶକୁନ୍ତଳା ପୂଜାରୀ, ଡମେଣୀ ପୂଜାରୀ ପ୍ରମୁଖ ଅଭିଯୋଗ କରିଛନ୍ତି, ସେମାନଙ୍କୁ ପାଣି କନେକ୍ସନ୍ ଦିଆଯାଇନାହିଁ । କିନ୍ତୁ ସମ୍ପୃକ୍ତ କନିଷ୍ଠ ଯନ୍ତ୍ରୀଙ୍କ ପକ୍ଷରୁ ଟଙ୍କା ବାନ୍ଧିବା ପାଇଁ ରସିଦ୍ ଦିଆଯାଇଛି । ପାଣି କନେକ୍ସନ୍ ଦେବା ପାଇଁ ୨୦୧୬ ମସିହାରୁ କନିଷ୍ଠଯନ୍ତ୍ରୀଙ୍କ ପାଖରେ ଆବେଦନ କରିଥିଲେ ମଧ୍ୟ ପାଣି କନେକ୍ସନ୍ ଦିଆଯାଉନାହିଁ । କିନ୍ତୁ ଆମ୍ଭ ନାମରେ ବିଲ୍ ଆସିଛି ବୋଲି ଲବ ଗାଦବା କହିଛନ୍ତି । ଲବ ଗାଦବାଙ୍କ କଞ୍ଜ୍ୟୁମର୍ ନଂ-୧୬୨୮ ନାମରେ ୨୦୧୬ ରୁ ନଭେମ୍ବର ୨୦୧୯ ପର୍ଯ୍ୟନ୍ତ ଟଙ୍କା ୨୨୨୧/- ବିଲ, ଶକୁନ୍ତଳା ପୂଜାରୀଙ୍କ ନାମରେ ୪୩୨୪/-ଟଙ୍କାର ବିଲ ମଧ୍ୟ ଆସିଛି । କନିଷ୍ଠଯନ୍ତ୍ରୀଙ୍କ ଅଫିସ ପକ୍ଷରୁ ଟଙ୍କା ଡିପୋଜିଟ୍ ପାଇଁ ବାରମ୍ବାର କହୁଥିବା ସେମାନେ ଅଭିଯୋଗ ଆଣିଛନ୍ତି । ଏ ସମ୍ପର୍କରେ ଅଧିକ ଜାଣିବାକୁ କନିଷ୍ଠ ଯନ୍ତ୍ରୀ ରଞ୍ଜିତ ରାୟଙ୍କୁ ପଚାରିବାରେ ସେମାନେ ପାଣି ସଂଯୋଗ ନେବାକୁ ୨୦୧୬ରେ ଦରଖାସ୍ତ କରିଥିଲେ । କନେକ୍ସନ୍ ହୋଇନଥିବା କଥା କହିନଥିଲେ । ତେଣୁ ସେମାନଙ୍କ ନାମରେ ବିଲ ଆସୁଛି । ବର୍ତ୍ତମାନ ସେହି ବିଲଗୁଡ଼ିକ ଫେରସ୍ତ ଅଣାଯିବ ବୋଲି ଶ୍ରୀ ରାୟ କହିଥିଲେ ।

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking