39.1 C
Bhubaneswar
Friday, April 26, 2024
Homeଓଡିଶାଗରିବ ଆବାସ ଉଚ୍ଛେଦକୁ ବିରୋଧ

ଗରିବ ଆବାସ ଉଚ୍ଛେଦକୁ ବିରୋଧ

ଗୁଣପୁର : ରାୟଗଡ଼ା ଜିଲ୍ଲା ଗୁଣପୁର ପୌରପରିଷଦ ଅଧୀନସ୍ଥ ବିକ୍ରମପୁର ଛକ ନିକଟରେ ଥିବା ଗରିବଲୋକଙ୍କ ଘରଗୁଡ଼ିକୁ ସ୍ଥାନୀୟ ତହସିଲଦାର ନମ୍ରତା ମୋଦି ଉଚ୍ଛେଦ କରୁଥିବାରୁ ଏହାକୁ ପରିବାର ଲୋକେ ବିରୋଧ କରିଛନ୍ତି । ସରକାରୀ ଜମିରେ ଦୀର୍ଘ ବର୍ଷ ହେଲା କୁଲିମଜୁରିଆ ଆଦିବାସୀ ପରିବାର ଲୋକେ ବସବାସ କରି ଆସୁଥିଲେ ମଧ୍ୟ ବର୍ତ୍ତମାନ ଏହି ସ୍ଥାନରେ ବନବିଭାଗ, ରାସ୍ତା, କୋଠାବାଡ଼ି କାର୍ଯ୍ୟାଳୟ ନିର୍ମାଣ କରାଯାଇଛି । ଅନ୍ୟପକ୍ଷରେ ଦୀର୍ଘ ୩୦ବର୍ଷରୁ ଊର୍ଦ୍ଧ୍ୱ ସମୟ ଧରି ଘରକରି ରହିଥିଲେ ସୁଦ୍ଧା ହଠାତ୍ ସ୍ଥାନୀୟ ପ୍ରଶାସନର ଏଭଳି ନିଷ୍ପତ୍ତିକୁ ସ୍ଥାନୀୟ ଲୋକେ ବିରୋଧ କରିଛନ୍ତି । ଗୃହହୀନ ପରିବାରଙ୍କୁ କେଉଁ କାରଣରୁ ଓ କାହା ପ୍ରରୋଚନାରେ ଉଚ୍ଛେଦ କରାଯାଉଛି ତାହାକୁ ନେଇ ସାଧାରଣରେ
ଅସନ୍ତୋଷ ପ୍ରକାଶ ପାଇଛି । ସରକାର ବାସହୀନ ପରିବାରକୁ ଘରଢିହ ଓ ଜମି ଯୋଗାଇଦେବା ନିମନ୍ତେ ପ୍ରତିଶ୍ରୁତିବଦ୍ଧ ଥିବା ନାରା ଦେଉଥିବା ବେଳେ ବାସହୀନ ପରିବାରକୁ ଉଛେଦ କରିବା କେତେଦୂର ଯର୍ଥାଥ ତାହା ପ୍ରଶ୍ନବାଚୀ ସୃଷ୍ଟି କରିଛି । ଯଦି ସ୍ଥାନୀୟ ପ୍ରଶାସନ ଆମକୁ ଏଠାରୁ ଉଚ୍ଛେଦ କରେ ଆମେ ଆତ୍ମହତ୍ୟା କରିବୁ ବୋଲି କଡ଼ା ଚେତାବନୀ ଦେଇଛନ୍ତି । ତେବେ ସ୍ଥାନୀୟ ଲୋକ ଓ ପରିବାର ଲୋକଙ୍କ ବିରୋଧ ଦୃଷ୍ଟିରୁ ପ୍ରଶାସନ ପକ୍ଷରୁ କରାଯାଇଥିବା ଉଚ୍ଛେଦ କାର୍ଯ୍ୟ ବନ୍ଦ ରହିଛି । ଏ ନେଇ ଆମେ ତହସିଲଦାରଙ୍କୁ ପଚାରିବାରୁ ଯଦି ସେମାନଙ୍କୁ ଘରଢିହ, ଜମିପଟ୍ଟା ଦରକାର ସେମାନେ ତହସିଲ କାର୍ଯ୍ୟାଳୟକୁ ଆସି ଦରଖାସ୍ତ ଦେବାପାଇଁ ପରାର୍ମଶ ଦେଇଛନ୍ତି । ଅନ୍ୟପଟେ ପରବର୍ତ୍ତି ସମୟରେ ଯଦି ପୁଣି ଉଚ୍ଛେଦ କାର୍ଯ୍ୟ ଜାରୀ ରହେ ତେବେ ଗୁଣପୁର ସହରରେ ସରକାରୀ ଜମିରେ ଯେଉଁମାନେ ଘର କରି ରହିଛନ୍ତି ସେମାନଙ୍କୁ ଉଛେଦ କରାଯିବାକୁ ସ୍ଥାନୀୟ ଲୋକେ ଦାବି କରିଛନ୍ତି । ଉକ୍ତ ବିଷୟରେ ସ୍ଥାନୀୟ ବିଧାୟକଙ୍କୁ ଅବଗତ କରାଯାଇଥିଲେ ମଧ୍ୟ ଘଟଣାସ୍ଥଳକୁ ନଆସିବାକୁ ନେଇ ସ୍ଥାନୀୟ ଲୋକେ ଅସନ୍ତୋଷ ପ୍ରକାଶ ପାଇଥିଲା ।

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking