28.1 C
Bhubaneswar
Wednesday, July 9, 2025
Homeଦେଶ ବିଦେଶଉନ୍ନାଓ ପୀଡିତାଙ୍କ ପରିବାରଲୋକଙ୍କୁ ୨୫ଲକ୍ଷ ଟଙ୍କା ଓ ପ୍ରଧାନମନ୍ତ୍ରୀ ଆବସ ଯୋଜନା ଘର

ଉନ୍ନାଓ ପୀଡିତାଙ୍କ ପରିବାରଲୋକଙ୍କୁ ୨୫ଲକ୍ଷ ଟଙ୍କା ଓ ପ୍ରଧାନମନ୍ତ୍ରୀ ଆବସ ଯୋଜନା ଘର

ଲକ୍ଷ୍ନୌ: ହାଇଦ୍ରାବାଦ ଗଣ ଦୁଷ୍କର୍ମ ଓ ହତ୍ୟା ଘଟଣା ପୁରା ଦେଶରୁ ଥରାଇ ଦେଇଛି । ଶୁକ୍ରବାର ଚାରି ଅଭିଯୁକ୍ତ ଏନକାଉଣ୍ଟରରେ ନିହତ ହୋଇଥିବା ବେଳେ ପୁଣି ଏକ ଦୁଃଖଦ ଘଟଣା ଘଟି ଯାଇଛି । ଦେଶରେ ନାରୀ ପ୍ରତି ଅତ୍ୟାଚାର ଦିନକୁ ଦିନ ଜଘନ୍ୟ ରୂପ ଧାରଣ କରିବାରେ ଲାଗିଛି ଜ୍ଝ ଗତ ଶୁକ୍ରବାର ରାତି ୧୧ଟା ୪୦ ମିନିଟ୍ରେ ହସ୍ପିଟାଲରେ ଉନ୍ନାଓ ଦୁଷ୍କର୍ମ ପୀଡିତାଙ୍କ ମୃତ୍ୟୁ ହୋଇଛି । ଦୀର୍ଘ ୪୪ ଘଣ୍ଟାଧରି ପୀଡ଼ିତା ମୃତ୍ୟୁ ସହ ସଘର୍ଷ କରି ଶେଷରେ ଆଖି ବୁଜି ଦେଲେ । ବର୍ତ୍ତମାନ ସମୟରେ ପୀଡ଼ିତାଙ୍କ ବାପାଙ୍କ ପ୍ରତିକ୍ରିୟା ସାମ୍ନାକୁ ଆସିଛି। ସେ କହିଛନ୍ତି ଦୁଷ୍କର୍ମକାରୀଙ୍କୁ ହାଇଦ୍ରାବାଦ ଭଳି ଏନକାଉଣ୍ଟର କରାଯାଉ। ନ ହେଲେ ଦୁଷ୍କର୍ମକାରୀଙ୍କୁ ଫାଶୀ ଦିଆଯାଉ ବୋଲି ସରକାର ନିକଟରେ ପୀଡ଼ିତାଙ୍କ ବାପା ଦାବି କରିଛନ୍ତି।
ସେପଟେ ଏହି ଘଟଣାକୁ ନେଇ ଉତ୍ତର ପ୍ରଦେଶର ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଉନ୍ନାଓର ଦୁଷ୍କର୍ମ ପୀଡ଼ିତାଙ୍କ ଲାଗି ଦୁଃଖ ପ୍ରକାଶ କରିବା ସହ ପୀଡିତାଙ୍କ ପରିବାରଲୋକଙ୍କୁ ୨୫ଲକ୍ଷ ଟଙ୍କା ସହାୟତା ରାଶି ପ୍ରଦାନ କରାଯିବା ସହିତ ପ୍ରଧାନମନ୍ତ୍ରୀ ଆବସ ଯୋଜନା ମାଧ୍ୟମରେ ପୀଡିତାଙ୍କ ପରିବାର ଲୋକଙ୍କୁ ଘର ଦେବା ପାଇଁ ବି ଘୋଷଣା କରାଯାଇଥିବା ଜଣାପଡିଛି । ଏହା ସହ ଯୋଗୀ ଆଦିତ୍ୟ ନାଥ କହିଛନ୍ତି ଯେ,ଅଭିଯୁକ୍ତମାନଙ୍କ ପ୍ରତି ଅତି କଠୋର ଦଣ୍ଡବିଧାନ କରିବାକୁ ତାଙ୍କ ସରକାର ଏହି ମାମଲାକୁ ଫାଷ୍ଟ୍-ଟ୍ରାକ୍ କୋର୍ଟକୁ ନେବ।

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking