38.1 C
Bhubaneswar
Friday, April 26, 2024
Homeଓଡିଶାଆପଣ ଦୈନିକ ଲିପଷ୍ଟିକ ବ୍ୟବହାର କରୁଛନ୍ତି କି’ ତେବେ ଜାଣନ୍ତୁ କ’ଣ ହୋଇପାରେ....

ଆପଣ ଦୈନିକ ଲିପଷ୍ଟିକ ବ୍ୟବହାର କରୁଛନ୍ତି କି’ ତେବେ ଜାଣନ୍ତୁ କ’ଣ ହୋଇପାରେ….

ଭୁବନେଶ୍ୱର:ପ୍ରାୟତଃ ଅଧିକାଂଶ ସମୟରେ ମହିଳାମାନେ ନିଜ ମୁଖର ସୌନ୍ଦର‌୍ୟ୍ୟ ବୃଦ୍ଧି ଲାଗି ଓଠରେ ଲିପଷ୍ଟିକ୍ ଲଗାଇଥାନ୍ତି । ନିକଟରେ କାଲିଫର୍ଣ୍ଣିଆ ବିଶ୍ୱବିଦ୍ୟାଳୟ ପକ୍ଷରୁ କରାଯାଇଥିବା ଏକ ଗବେଷଣାରୁ ଜଣାଯାଇଛି ଯେ ଲିପଷ୍ଟିକରେ କାଡମିଅମ୍ ଓ କ୍ରୋମିଅମ୍ ଥିବା ହେତୁ ତାହା କର୍କଟ ରୋଗର କାରଣ ହୋଇପାରେ ।
ଆପଣ କ’ଣ ଜାଣନ୍ତି ଯେ ଲିପଷ୍ଟିକ୍ ଲଗାଇବାକୁ ଏକ ଦେଶରେ ଲୋକେ ଭଲ ଦୃଷ୍ଟିରେ ଦେଖନ୍ତି ନାହିଁ । ଆୟାର୍ଲାଣ୍ଡରେ ମହିଳାମାନେ ଲିପଷ୍ଟିକ୍ ଲଗାଇବାକୁ ଉଚିତ ମନେ କରାଯାଏ ନାହିଁ । କାରଣ ତାହା ଭଲ କାମ ନୁହେଁ ବୋଲି ସେଠାରେ ବିବେଚନା କରାଯାଇଥାଏ ।
ଗବେଷଣାରେ କୁହାଯାଇଛି ଯେ ସେମାନେ ୮ଟି ଲିପଷ୍ଟିକ୍ ଓ ୨୪ଟି ଲିପଗ୍ଲସ୍ ଉପରେ ପରୀକ୍ଷା କରାଯାଇଥିଲା । ଖାଲି ସେତିକି ନୁହେଁ,ମହିଳାଙ୍କଠାରେ କିଡନି ରୋଗ ହେବାର ମଧ୍ୟ ଆଶଙ୍କା ରହିଛି । ଏଣୁ ଦିନରେ ମାତ୍ର ଥରେ ବା ଦୁଇ ଥର ଲିପଷ୍ଟିକ୍ ଲଗାଇବା ଉଚିତ ବୋଲି ମତ ଦେଇଛନ୍ତି ବିଶେଷଜ୍ଞ । ଲିପଷ୍ଟିକ୍ ଆପଣଙ୍କର ହୃଦୟ ଓ ମସ୍ତିଷ୍କ ଉପରେ ଖରାପ ପ୍ରଭାବ ପକାଇଥାଏ ।

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking