28.1 C
Bhubaneswar
Saturday, April 27, 2024
Homeଓଡିଶାଜିଲ୍ଲାପାଳଙ୍କ କଙ୍କଡାହାଡ ବ୍ଲକ୍ ପରିଦର୍ଶନ

ଜିଲ୍ଲାପାଳଙ୍କ କଙ୍କଡାହାଡ ବ୍ଲକ୍ ପରିଦର୍ଶନ

ଢେଙ୍କାନାଳ : ଢେଙ୍କାନାଳ ଜିଲ୍ଲା କଙ୍କଡାହାଡ ବ୍ଲକ୍‌ରେ ଉପୁଜୁଥିବା ବିଭିନ୍ନ ସମସ୍ୟାକୁ ନେଇ ଗତକାଲି ଜିଲ୍ଲାପାଳ ଶ୍ରୀଯୁକ୍ତ ସରୋଜ କୁମାର ସେଠୀ ପରିଦର୍ଶନ କରିଛନ୍ତି । କଙ୍କଡାହାଡ ସ୍ୱାସ୍ଥ୍ୟ କେନ୍ଦ୍ର ଓ ବିରାଶାଳ ସ୍ୱାସ୍ଥ୍ୟ କେନ୍ଦ୍ର ପରିସର ବୁଲି ଦେଖିଥିଲେ । ପରେ ସେଠାରେ ଥିବା ରୋଗି ମାନଙ୍କୁ ଠିକ୍ ଭାବେ ସେବା ମିଳୁଛି କି ନାହିଁ ପଚାରି ବୁଝିଥିଲେ । ସେଠାରେ କିଭଳି ଭାବେ ଉତମ ଚିକିତ୍ସା ମିଳି ପାରିବ ସେଥିପ୍ରତି ସଜାଗ ରହିବାକୁ ମେଡିକାଲ କତୃପକ୍ଷଙ୍କୁ ପରାମର୍ଶ ଦେଇଥିଲେ ।

ପରେ ଢେଙ୍କାନାଳ ଜିଲ୍ଲା କଙ୍କଡାହାଡ ବ୍ଲକ୍ ଅଧିନରେ ଥିବା ତାରିଣିପଶି ଉଚ୍ଚ ବିଦ୍ୟାଳୟକୁ ଯାଇଥିଲେ । ମୋ ସ୍କୁଲ୍ ଅଧିନରେ କିଭଳି ବିଦ୍ୟାଳୟର ଉନ୍ନତି ହୋଇପାରିବ ସେ ଦିଗରେ ପ୍ରାଧାନ ଶିକ୍ଷକଙ୍କ ସହ ଆଲୋଚନା କରିଥିଲେ । ଛାତ୍ରଛାତ୍ରୀ ମାନଙ୍କୁ ସଠିକ୍ ଭାବରେ ପାଠପଢା ବିଷୟରେ ପଚାରି ବୁଝିଥିଲେ । ଉକ୍ତ ପରିଦର୍ଶନ ସମୟରେ କାମାକ୍ଷାନଗର ଅତିରିକ୍ତ ଜିଲ୍ଲାପାଳ, ଗୋଷ୍ଠୀ ଉନ୍ନୟନ ଅଧିକାରୀ ସମେତ ବହୁ ପଦାଧିକାରୀ ଉପସ୍ଥିତ ଥିଲେ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking