33.1 C
Bhubaneswar
Thursday, April 25, 2024
Homeଓଡିଶାପର୍ଯ୍ୟଟନସ୍ଥଳି ଉନ୍ନତିର ସମୀକ୍ଷା ବୈଠକ

ପର୍ଯ୍ୟଟନସ୍ଥଳି ଉନ୍ନତିର ସମୀକ୍ଷା ବୈଠକ

ଢେଙ୍କାନାଳ : ଢେଙ୍କାନାଳ ଜିଲ୍ଲାରେ ଥିବା ପର୍ଯ୍ୟଟନ ତଥା ଧାର୍ମିକ ସ୍ଥଳି ଗୁଡିକର ଉନ୍ନତି କରଣ କରିବା ଲାଗି ଗତିକାଲି ଜିଲ୍ଲାପାଳ ଶ୍ରୀଯୁକ୍ତ ସରୋଜ କୁମାର ସେଠୀଙ୍କ ଅଧ୍ୟକ୍ଷତାରେ କପିଳାସ ପୀଠଠାରେ ବୈଠକ ଅନୁଷ୍ଠିତ ହୋଇଯାଇଛି । ସୁଚନା ମୁତାବକ, ଢେଙ୍କାନାଳ ଜିଲ୍ଲା ଗଁଦିଆ ବ୍ଲକ୍ ଅଧିନରେ ଥିବା ଦୁଇ ଦୁଇଟା ଧାର୍ମିକ ଅନୁଷ୍ଠାନ ତଥା ପର୍ଯ୍ୟଟନ ସ୍ଥଳି ଗୁଡିକରେ ଦିନକୁ ଦିନ ଅବ୍ୟବସ୍ଥା ଦେଖିବାକୁ ମିଳିଥିଲା । ଧର୍ମାନୁଷ୍ଠାନ ଗୁଡିକର ରକ୍ଷାଣ ବେକ୍ଷଣ କରିବା, ପର୍ଯ୍ୟଟକ ମାନଙ୍କ ପାଇଁ କିଭଳି ଉତମ ସେବା ଯୋଗାଇବା ଓ ଉନ୍ନତି କରଣ ପ୍ରତି ଦୃଷ୍ଟି ଦେବା ସେନେଇ ବୈଠକରେ ଆଲୋଚନା ହୋଇଥିଲା ।

ଜିଲ୍ଲାରେ ଥିବା ଧର୍ମାନୁଷ୍ଠାନ ଗୁଡିକ ଉପୁଜୁଥିବା ସମସ୍ୟା ପ୍ରତି ଦୃଷ୍ଟି ଦେବା ସହ ତୁରନ୍ତ ସମାଧାନ କରିବାକୁ କହିଥିଲେ । ଆଗାମୀ ଦିନରେ କିଭଳି ଢେଙ୍କାନାଳ ଜିଲ୍ଲା ଯେପରି ଏହି କ୍ଷେତ୍ରରେ ଆଗରେ ରହିପାରିବ ସେନେଇ ଦୃଷ୍ଟି ଦିଆଯିବ । ପର୍ଯ୍ୟଟକ ମାନଙ୍କ ଗମନା ଗମନ ପ୍ରତି ଦୃଷ୍ଟି ଦିଆଯିବ । ଧର୍ମାନୁଷ୍ଠାନ ଗୁଡିକରେ ଆଲୋକ ଓ ସୁରକ୍ଷା ବ୍ୟବସ୍ଥାକୁ ଆହୁରି ସୁଦୃଢ କରାଯିବ । ପର୍ଯ୍ୟଟସ୍ଥଳି ଗୁଡିକରେ କିଭଳି ନିରବଛିନ୍ନ ବିଦ୍ୟୁତ୍ ସେବା ଯୋଗାଇ ଦିଆଯିବ ସେଥିପ୍ରତି ଦୃଷ୍ଟି ଦେବା ପାଇଁ ଅଧିକାରୀ ମାନଙ୍କୁ ପରାମର୍ଶ ଦେଇଥିଲେ । ଉକ୍ତ ବୈଠକରେ ଢେଙ୍କାନାଳ ଜିଲ୍ଲା ପ୍ରକ୍ଳପ ନିର୍ଦେଶକ ଶାଫଲ୍ୟ ମଣ୍ଡିତ ପ୍ରଧାନ, ଭାରାପ୍ରାପ୍ତ ସଦର ଉପ ଜିଲ୍ଲାପାଳ ରବିନାରାୟଣ ତ୍ରୀପାଠି, ଜିଲ୍ଲା ବନଖଣ୍ଡ ଅଧିକାରୀ ପ୍ରକାଶ ଚନ୍ଦ୍ର ଗୋଗିନେନି, ଜିଲାର ସମସ୍ତ ତହସିଲଦାର, ଗୋଷ୍ଠୀ ଉନ୍ନୟନ ଅଧିକାରୀଙ୍କ ସମେତ ସମସ୍ତ ପଦାଧିକାରୀ ଉପସ୍ଥିତ ଥିଲେ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking