27.1 C
Bhubaneswar
Tuesday, May 7, 2024
Homeକରୋନାଏଣିକି ଟିକାକରଣ ସାର୍ଟିଫିକେଟ୍‌ରେ ରହିବ ଜନ୍ମ ତାରିଖ

ଏଣିକି ଟିକାକରଣ ସାର୍ଟିଫିକେଟ୍‌ରେ ରହିବ ଜନ୍ମ ତାରିଖ

ନୂଆଦିଲ୍ଲୀ: ଭାରତରେ ଟିକାକରଣ ଏବେ ଜୋରଦାର କରାଯାଉଛି । ଏହାରି ମଧ୍ୟରେ ଟିକାକରଣ ସାର୍ଟିଫିକେଟ ବି ଖୁବ ଜରୁରୀ ହୋଇପଡିଛି । କାରଣ ବିନା ସାର୍ଟିଫିକେଟ ରେ ଦେଶ ବାହାରକୁ ଯିବା ନେଇ ଅନୁମତି ଦିଆଯାଉନାହିଁ । ତେବେ ଏହାରି ଭିତରେ ଟିକାର ଡବଲ୍‌ ଡୋଜ୍‌ ନେଇଥିବା ଏବଂ ବିଦେଶ ଯିବାକୁ ଚାହୁଁଥିବା ବ୍ୟକ୍ତିଙ୍କ କୋୱିନ୍‌ ସାର୍ଟିଫିକେଟ୍‌ରେ ଜନ୍ମ ତାରିଖ ଉଲ୍ଳେଖ ରହିବ ବୋଲି ସ୍ଥିର କରିଛି ଭାରତ । ପ୍ରମାଣପତ୍ରରେ ଜନ୍ମ ତାରିଖ ଫର୍ମାଟ ଅନୁସାରେ ରହିବ । ବର୍ତ୍ତମାନ ସୁଦ୍ଧା ଟିକା ପ୍ରମାଣପତ୍ରରେ କେବଳ ନାମ ଓ ଟିକାକରଣ ସ୍ଥାନ ସହ କେବଳ ବୟସ ଉଲ୍ଲେଖ ରହୁଥିଲା। ସୋମବାର ଠାରୁ ଏହି ନୂଆ ନିୟମ ଲାଗୁ ହେବ । ଏହା ଡବ୍ଲୁଏଚ୍‌ଓର ମାନଦଣ୍ଡକୁ ପୂରଣ କରିବ । ବ୍ରିଟିଶ ଉଚ୍ଚାୟୁକ୍ତ ଆଲେକ୍ସ ଏଲିସ ଜାତୀୟ ସ୍ୱାସ୍ଥ୍ୟ ପ୍ରାଧିକରଣ ଅଧ୍ୟକ୍ଷ ଆର୍‌ଏସ୍‌ ଶର୍ମା କହିଛନ୍ତି ଯେ, ଭାରତ ଦେଉଥିବା ଟିକା ପ୍ରମାଣପତ୍ରକୁ ନେଇ କୌଣସି ସମସ୍ୟା ନ ଥିଲା ।

ଏହା କିଛି ଲୋକଙ୍କ ଦ୍ୱାରା ଉଠାଯାଇଥିବା ଏକ ସମ୍ପୂର୍ଣ୍ଣ ଭିତ୍ତିହୀନ ପ୍ରସଙ୍ଗ । ତେବେ ଭାରତୀୟ ଟିକା ସାର୍ଟିଫିକେଟରେ ଏଣିକି କେବଳ ବୟସ ବଦଳରେ ସମ୍ପୂର୍ଣ୍ଣ ଜନ୍ମ ତାରିଖ ଉଲ୍ଲେଖ ରହିବ ବୋଲି ସେ ସ୍ପଷ୍ଟ କରିଛନ୍ତି । ନିକଟରେ ଇଂଲଣ୍ଡ ସରକାର ନିଜର ଟ୍ରାଭେଲ ନିୟମରେ ପରିବର୍ତ୍ତନ କରିଛନ୍ତି । ଏଥିସହ ଭାରତର କୋଭିସିଲ୍‌ଡ ଟିକାକୁ ସ୍ୱୀକୃତି ମଧ୍ୟ ଦେଇଛନ୍ତି । କିନ୍ତୁ ଇଂଲଣ୍ଡ ସରକାର ଭାରତର ସାର୍ଟିଫିକେସନ ପ୍ରକ୍ରିୟା ଉପରେ ସନ୍ଦେହ ପ୍ରକାଶ କରିଛନ୍ତି। ଭାରତ ସ୍ପଷ୍ଟ କରିଛି ଯେ, କୋଭିସିଲ୍‌ଡ ଟିକା ନେଇଥିବା ଭାରତୀୟ ଯାତ୍ରୀଙ୍କୁ ଯଦି ଇଂଲଣ୍ଡ ସ୍ୱୀକୃତି ନ ଦେବ ତେବେ ଇଂଲଣ୍ଡର ଯେଉଁ ଯାତ୍ରୀମାନେ ଭାରତ ଆସୁଛନ୍ତି ସେମାନଙ୍କ ପ୍ରତି ମଧ୍ୟ ସମାନ ଆଚରଣ ପ୍ରଦର୍ଶନ କରାଯିବ । ବ୍ରିଟିଶ ଉଚ୍ଚାୟୁକ୍ତ ଆଲେକ୍ସ ଏଲିସ ଜାତୀୟ ସ୍ୱାସ୍ଥ୍ୟ ପ୍ରାଧିକରଣ ଅଧ୍ୟକ୍ଷ ଆର୍‌ଏସ୍ ଶର୍ମାଙ୍କୁ ସାକ୍ଷାତ୍ କରି ଆଲୋଚନା କରିବା ପରେ କୋଭିସିଲ୍‌ଡ ଟିକାକୁ ନେଇ ଇଂଲଣ୍ଡର କୌଣସି ଆପତ୍ତି ନାହିଁ ବୋଲି କହିଥିଲେ । ଏହି ଟିକାକୁ ଇଂଲଣ୍ଡ ସ୍ୱୀକୃତି ଦେଉଛି, କିନ୍ତୁ ଏହାର ପ୍ରମାଣପତ୍ରକୁ ଗ୍ରହଣ କରୁନାହିଁ। ତେଣୁ ସମ୍ପୂର୍ଣ୍ଣ ଟିକା ନେଇଥିବା ଭାରତୀୟଙ୍କୁ ଇଂଲଣ୍ଡ ଗଲେ ଟିକା ନେଇ ନ ଥିବା ଯାତ୍ରୀ ଭଳି ୧୦ ଦିନ ଯାଏ କ୍ୱାରେଣ୍ଟାଇନରେ ରହିବାକୁ ପଡୁଛି। ଏହାକୁ ନେଇ ଭାରତ ଅଭିଯୋଗ କରିଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking