26.1 C
Bhubaneswar
Wednesday, May 8, 2024
Homeଓଡିଶାକିଏ ବେଷ୍ଟ ବ୍ୟାଟ୍ସମ୍ୟାନ

କିଏ ବେଷ୍ଟ ବ୍ୟାଟ୍ସମ୍ୟାନ

ନୂଆଦିଲ୍ଲୀ: ଭାରତୀୟ ଅଧିନାୟକ ବିରାଟ କୋହଲୀ ବୁଧବାର ଜାରି ହୋଇଥିବା ତାଜା ଆଇସିସି ଟେଷ୍ଟ ବ୍ୟାଟିଂ ରାକିଂ ରେ ୪ର୍ଥ ସ୍ଥାନରେ ପହଂଚିଛନ୍ତି । ଯେତେବେଳେ କି ଅଷ୍ଟ୍ରେଲିଆର ବ୍ୟାଟ୍ସମ୍ୟାନ ଷ୍ଟିଭ ସ୍ମିଥ ପୁଣି ଟପ୍ ପୋଜିସନ ହାସଲ କରିଛନ୍ତି । ଶୁକ୍ରବାର ସାଉଥମ୍ପେଟନ ବ୍ୟାମ୍ପସର ବାଉଲରେ ନ୍ୟୁଜିଲାଣ୍ଡ ବିପକ୍ଷରେ ବିଶ୍ୱ ଟଷ୍ଟେ ଚାମ୍ପିୟନଶିପ ଫାଇନାଲରେ ଭାରତର ନେତୃତ୍ୱ କରୁଥିବା ବିରାଟ କୋହଲୀଙ୍କ ନମ୍ବର ହେଲା ୮୧୪ । ଟପ ୧୦ରେ ସାମିଲ ଅନ୍ୟ ଭାରତୀୟଙ୍କ ମଧ୍ୟରେ କୋହଲିଙ୍କ ସହିତ ୱିକେଟକିପର ଋଷଭ ପନ୍ଥ ୭୪୭ ନମ୍ବର ଓ ରୋହିତ ଶର୍ମାଙ୍କ ନମ୍ବର ବି ୭୪୭ ରହିଛି । ଯିଏ ନିଜର ଷଷ୍ଠ ସ୍ଥାନ ବଜାୟ ରଖିଛନ୍ତି । ଷ୍ଟିଭ ସ୍ମିଥ ଗତବର୍ଷ ବକ୍ସିଂ ଡେ ଟେଷ୍ଟ ପରେ ପ୍ରଥମଥର ଟପ ସ୍ଥାନ ହାସଲ କରିଛନ୍ତି । ସେ ନ୍ୟୁଜିଲାଣ୍ଡର କେନ ବିଲିୟମସନଙ୍କୁ ହଟାଇଛନ୍ତି, ଯିଏ ବିଶ୍ୱ ଟେଷ୍ଟ ଚାମ୍ପିୟନସିପ ଫାଇନାଲରେ ନିଜ ଟିମର ନେତୃତ୍ୱ କରିବେ । ବିଲିୟମସନ ଆହତ ହେବା କାରଣରୁ ଇଂଲଣ୍ଡ ବିପକ୍ଷରେ  ଦ୍ୱିତୀୟ ଟେଷ୍ଟରେ ଖେଳିପାରିନଥିଲେ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking