32.1 C
Bhubaneswar
Friday, April 26, 2024
Homeଦେଶ ବିଦେଶଭାରତର ରହସ୍ୟମୟ ଗାଁ

ଭାରତର ରହସ୍ୟମୟ ଗାଁ

ନୂଆଦିଲ୍ଲୀ: ହିମାଚଳ ପ୍ରଦେଶରେ ଏକ ଗାଁ ରହିଛି, ଯାହାର ନା ହେଲା, ମଲାଣା  । ହିମାଳୟ ନିକଟରେ ଥିବା ମଲାଣା ଗାଁ ଚାରିପଟେ ଗଭୀର ଘାଟ ଓ ବରଫ ପାହାଡମାନ ରହିଛି । ପ୍ରାୟ ୧୭୦୦ ଲୋକ ବାସ କରୁଥିବା ଏହି ଗାଁ ଟି ପର୍ଯ୍ୟଟକମାନଙ୍କ ମଧ୍ୟରେ ଖୁବ ପ୍ରସିଦ୍ଧ । ସାରା ବିଶ୍ୱରୁ ଲୋକେ ସେଠାକୁ ବୁଲିବା ପାଇଁ ଯାଇଥାନ୍ତି । ତେବେ ଅନ୍ୟପଟେ ସେଠାରେ ପହଂଚିବା ଏତେ ସହଜ ନୁହେଁ । କାରଣ ସେହି ଗାଁ ରେ ପହଂଚିବା ପାଇଁ କୌଣସି ପ୍ରକାର ରାସ୍ତା ନାହିଁ । କେବଳ ପାହାଡ ମଧ୍ୟ ଦେଇ ସେଠାରେ ପହଂଚି ହେବ । ପାର୍ବତୀ ଉପତ୍ୟକତାର ପାଦଦେଶରେ ଅବସ୍ଥିତ ଜରୀ ଗାଁ ରୁ ସେଠାକୁ ସିଡି ମାଧ୍ୟମରେ ଯାଇ ପହଂଚି ହେବ । ଜରୀରୁ ମଲାଣା ପହଂଚିବା ପାଇଁ ପ୍ରାୟ ୪ ଘଣ୍ଟା ସମୟ ଲାଗିଥାଏ । ଏହି ଗାଁ ସହିତ ଜଡିତ ଅନେକ ଐତିହାସିକ ତଥ୍ୟ ବି ରହିଛି । ଏହାସହିତ ଅନେକ ରହସ୍ୟ ଏବଂ ଉତ୍ତର ମିଳିନଥିବା ଅନେକ ପ୍ରଶ୍ନ ବି ରହିଛି । ଗୋଟିଏ ହେଲା, ସେଠିକାର ଲୋକେ  ୟୁନାନର ପ୍ରସିଦ୍ଧ ରାଜା ସିକନ୍ଦର ମହାନଙ୍କ ବଂଶଜ ବୋଲି ନିଜକୁ ମାନନ୍ତି । କୁହାଯାଏ, ଯେତେବେଳେ ସିକନ୍ଦର ହିନ୍ଦୁସ୍ତାନ ଉପରକୁ ଆକ୍ରମଣ କରିଥିଲେ, ତାଙ୍କର କିଛି ସୈନିକ ମଲାଣା ଗାଁ ରେ ଆଶ୍ରୟ ନେଇଥିଲେ ଏବଂ ପରେ ସେମାନେ ସେଠାରେ ହିଁ ରହିଗଲେ । ସେଠାର ବାଶିଂଦେ ସିକନ୍ଦର ସେହି ସୈନିକଙ୍କ ବଂଶଜ କୁହନ୍ତି । ତେବେ ବର୍ତମାନ ଯାଏଁ ଏହା ସଂପୂର୍ଣ୍ଣ ଭାବରେ ପ୍ରମାଣିତ ହୋଇନାହିଁ । ସିକନ୍ଦର ସମୟର ଅନେକ ଜିନିଷ ମଲାଣା ଗାଁ ରୁ ମିଳିଛି । କୁହାଯାଏ, ସିକନ୍ଦର କାଳର ଏକ ଖଣ୍ଡା ବି ସେହି ଗାଁ ମନ୍ଦିରରେ ରଖାଯାଇଛି । ସେଠିକାର ଲୋକେ କନାଶୀ ନାମକ ଏକ ଭାଷାରେ କଥା ହୋଇଥାନ୍ତି । ଯାହା ବାସ୍ତବରେ ରହସ୍ୟମୟ । ସେମାନେ ଏହାକୁ ଅତି ପବିତ୍ର ଭାଷା ବୋଲି ମାନନ୍ତି । ଏହି ଭାଷାର ବିଶେଷତ୍ୱ ହେଲା ଯେ, ଏହି ଭାଷା ମଲାଣା ଙ୍କ ବ୍ୟତୀତ ଦୁନିଆରେ ଆଉ କେଉଁଠି କୁହାଯାଏ ନାହିଁ । ଏହି ଭାଷା ବାହାର ଲୋକଙ୍କୁ ଶିଖାଯାଏ ନାହିଁ । ଏହାକୁ ନେଇ ଅନେକ ଦେଶରେ ଗବେଷଣା ବି ଚାଲୁଛି । ମଲାଣାର ବୟସ୍କ ବ୍ୟକ୍ତି ବାହାର ଲୋକଙ୍କ ସହିତ ହାତ ମିଶାଇବା ଏବଂ ତାଙ୍କୁ ଛୁଇଁବାରେ କୁଣ୍ଠାବୋଧ କରନ୍ତି । ଯଦି ଆପଣ ସେଠିକାର ଏକ ଦୋକାନରୁ କିଛି କିଣନ୍ତି, ତେବେ ସେମାନେ ଆପଣଙ୍କ ହାତରେ ନଦେଇ ସେଠାରେ ରଖି ଦିଅନ୍ତି । ପଇସା ବି ହାତରେ ନନେଇ ସେଠାରେ ରଖିଦେବାକୁ କୁହନ୍ତି । ତେବେ ସେଠାର ନୂଆପିଢି ଏବେ ଏହାକୁ ମାନୁନାହାନ୍ତି । ଆଉ ଏକ କଥା ଜାଣି ଆପଣ ଆଶ୍ଚର୍ଯ୍ୟ ହେବେ ଯେ, ସେହି ଗାଁ ର ଲୋକେ ବିବାହ ବି ନିଜ ଗାଁ ଭିତରେ ହିଁ କରିଥାନ୍ତି । ଯଦି କିଏ ଗାଁ ବାହାରେ ବିବାହ କରେ ତେବେ ତାକୁ ସମାଜରୁ ବାଛନ୍ଦ କରାଯାଏ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking