36.1 C
Bhubaneswar
Monday, May 6, 2024
Homeଦେଶ ବିଦେଶବ୍ଲାକ, ହ୍ୱାଇଟ, ୟେଲୋ ପରେ ଏବେ ସାମ୍ନାକୁ ଆସିଲା ଗ୍ରୀନ ଫଙ୍ଗସ

ବ୍ଲାକ, ହ୍ୱାଇଟ, ୟେଲୋ ପରେ ଏବେ ସାମ୍ନାକୁ ଆସିଲା ଗ୍ରୀନ ଫଙ୍ଗସ

ନୂଆଦିଲ୍ଲୀ: ମଧ୍ୟପ୍ରଦେଶର ଇନ୍ଦୋରରେ ପୋଷ୍ଟ କୋଭିଡ ରୋଗର ଅନେକ ମାମଲା ସାମ୍ନାକୁ ଆସୁଛି । ଇନ୍ଦୋରର ଏକ ସରକାରୀ ଓ ଘରୋଇ ହସ୍ପିଟାଲରେ ବିଗତ ଦିନରେ ବ୍ଲାକ ଫଙ୍ଗସରେ ପ୍ରାୟ ୫୦୦ରୁ ଅଧିକ ଆକ୍ରାନ୍ତ ହୋଇଥିବା ସାମ୍ନାକୁ ଆସିଛି । ତେବେ ଚକିତକର କଥା ହେଲା ଯେ, ବର୍ତମାନ ଗ୍ରୀନ ଫଙ୍ଗସରେ ଆକ୍ରାନ୍ତ ରୋଗୀ ସାମ୍ନାକୁ ଆସିଛନ୍ତି ଏବେ ଦେଶରେ ଏହା ପ୍ରଥମ ମାମଲା । ଇନ୍ଦୋରରେ ଏବେ କରୋନାର ଦ୍ୱିତୀୟ ଲହର ତାଣ୍ଡବ ଲୀଳା କରୁଛି । ହେଲେ ଏହେ ଏହା ଟିକିଏ ହ୍ରାସ ପାଇଛି । ମାତ୍ର ଏହା ମଧ୍ୟରେ ନୂଆ ଫଙ୍ଗଲ ସଂକ୍ରମଣ ବି ଜଣାପଡିଛି । ପୋଷ୍ଟ କୋଭିଡ ରୋଗୀଙ୍କ ନିକଟରେ ଏପର୍ଯ୍ୟନ୍ତ ବ୍ଲାକ, ହ୍ୱାଇଟ, ଓ ୟେଲୋ ଫଙ୍ଗସ ସାମ୍ନାକୁ ଆସିସାରିଛି । ହେଲେ ଇନ୍ଦୋରରେ ଦେଶର ଏମିତି ଏକ ପ୍ରଥମ ମାମଲା ସାମ୍ନାକୁ ଆସିଛି, ଯେଉଁଥିରେ ରୋଗୀ ୯୦ ଦିନ ଚିକିତ୍ସା ହେବା ପରେ ଗ୍ରୀନ ଫଙ୍ଗସରେ ସଂକ୍ରମିତ ହୋଇଛନ୍ତି । ଇନ୍ଦୋରର ଅରବିନ୍ଦ ହସ୍ପିଟାଲରେ ଜଣେ ୩୪ ବର୍ଷୀୟ ବିଶାଲ ଶ୍ରୀଧର ନାମକ ଯୁବକ ଗତ ଦେଢ ମାସ ଧରି ଚିକିତ୍ସିତ ହେଉଥିଲେ । ହେଲେ ତାଙ୍କ ଲଙ୍ଗସ ପରୀକ୍ଷା ସମୟରେ ସେଥିରେ ଗ୍ରୀନ କଲରର ଏକ ଫଙ୍ଗସ ମିଳିଥିଲା । ଯାହାକୁ ମ୍ୟୁକର କୁହାଯାଇପାରିବନି । ତେବେ ଚାଟାର୍ଡ ପ୍ଲେନରେ ବିଶାଲ ଶ୍ରୀଧରଙ୍କୁ ମୁମ୍ବାଇ ହିନ୍ଦୁଜା ହସ୍ପିଟାଲ ରେଫର କରାଯାଇଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking