28.1 C
Bhubaneswar
Saturday, April 27, 2024
Homeଦେଶ ବିଦେଶକେବଳ କ୍ରିକେଟ ନୁହେଁ ଇନଷ୍ଟାଗ୍ରାମରୁ ଭରପୂର ରୋଜଗାର କରନ୍ତି ବିରାଟ କୋହଲି, ପ୍ରତି ପୋଷ୍ଟରେ ମିଳେ...

କେବଳ କ୍ରିକେଟ ନୁହେଁ ଇନଷ୍ଟାଗ୍ରାମରୁ ଭରପୂର ରୋଜଗାର କରନ୍ତି ବିରାଟ କୋହଲି, ପ୍ରତି ପୋଷ୍ଟରେ ମିଳେ ୮ କୋଟିରୁ ଊର୍ଦ୍ଧ୍ୱ ଟଙ୍କା

ନୂଆଦିଲ୍ଲୀ : ସୋସିଆଲ ମିଡିଆ ପ୍ଲାଟଫର୍ମ ଇନଷ୍ଟାଗ୍ରାମରେ ରିଲ୍ସ କରିବା ଆଜିକାଲି ଯୁବପିଢିଙ୍କ ପାଇଁ ଏକ ନିଶା ପାଲଟିଛି। ଇନଷ୍ଟାଗ୍ରାମରେ କେବଳ ଆପଣ ନିଜ ଫଲୋୟର୍ସଙ୍କ ସହିତ ଫଟୋ, ରିଲ୍ସ ଏବଂ ବହୁତ କିଛି ସେୟାର କରିବାକୁ ଅନୁମତି ଦେଇଥାଏ। ଆପଣ ଏହି ସୋସିଆଲ ମିଡିଆ ଆପ୍‌ ଜରିଆରେ ନିଜର ମନ ପସନ୍ଦର ସେଲିବ୍ରିଟିକୁ ଫଲୋ ମଧ୍ୟ କରିପାରିବେ। ତେବେ ଇନଷ୍ଟାଗ୍ରାମରେ ବିରାଟ କୋହଲିଙ୍କ ଠାରୁ ଆରମ୍ଭ କରି ପ୍ରିୟଙ୍କା ଚୋପ୍ରାଙ୍କ ପର୍ଯ୍ୟନ୍ତ ଆପଣ ତାଙ୍କୁ ଇନଷ୍ଟାଗ୍ରାମରେ ଫଲୋ କରିପାରିବେ। ତେବେ ବିରାଟ କୋହଲି ୨୦୨୨ ସ୍ପୋଟର୍ସ ଷ୍ଟାର ତାଲିକାରେ ୫ ଜଣଙ୍କ ମଧ୍ୟରେ ୪ ନଂ ସ୍ଥାନରେ ରହିଛନ୍ତି। ଏହାସହିତ ବିରାଟ କୋହଲିଏକମାତ୍ର ଭାରତୀୟ କ୍ରିକେଟର ଯାହାଙ୍କୁ ଇନଷ୍ଟାଗ୍ରାମରେ ୨୦୦ ମିଲିଅନରୁ ଅଧିକ ଲୋକ ଫଲୋ କରନ୍ତି।

କୋହଲିଙ୍କ ଲୋକପ୍ରିୟତା ଏବଂ ଇନଷ୍ଟାଗ୍ରାମ ଏତେ ସଂଖ୍ୟକ ଫଲୋୟର୍ସ ତାଙ୍କୁ ପଇସା ରୋଜଗାର କରିବାର ସୁଯୋଗ ଦେଇଛି। ଭାରତୀୟ କ୍ରିକେଟ ଟିମର ପୂର୍ବତନ ଅଧିନାୟକ ବିରାଟ କୋହଲି ଅର୍ଥ ରୋଜଗାର କରିବାର ନୂଆ ରେକର୍ଡ ସୃଷ୍ଟି କରିଛନ୍ତି। ଏକ ରିପୋର୍ଟ ମୁତାବକ, ବିରାଟ କୋହଲି ପ୍ରତି ଇନଷ୍ଟାଗ୍ରାମ ପୋଷ୍ଟରେ ୧,୦୮୮,୦୦୦ ଡଲାର ରୋଜଗାର କରନ୍ତି। ଯାହା ପାଖାପାଖି ୮.୯ କୋଟି ଟଙ୍କା। ଏହା ସହିତ ବିରାଟ କୋହଲି ଟପ୍‌ ୨୦ ତାଲିକାରେ ଏକମାତ୍ର ଏସୀୟ ଭାବେ ସ୍ଥାନ ପାଇଛନ୍ତି। ବଲିଉଡ ଅଭିନେତ୍ରୀ ପ୍ରିୟଙ୍କା ଚୋପ୍ରାଙ୍କ ସ୍ଥାନ ୨୭ ନଂ ସ୍ଥାନରେ ରହିଛି। ପ୍ରିୟଙ୍କା ପାଖାପାଖି ୩.୪୫ କୋଟି ଟଙ୍କା ଚାର୍ଜ କରନ୍ତି।

ହାପର ଏଚକ୍ୟୁ ୨୦୨୨ ଇନଷ୍ଟାଗ୍ରାମ ଧନୀ ତାଲିକା ଲିଷ୍ଟ ଶୀର୍ଷରେ ଫୁଟବଲର କ୍ରିଷ୍ଟିଆନୋ ରୋନାଲ୍ଡୋ ପ୍ରଥମ ସ୍ଥାନରେ ରହିଛନ୍ତି। ତାଙ୍କୁ ଇନଷ୍ଟାଗ୍ରାମରେ ୪୦୦ ମିଲିଅନରୁ ଅଧିକ ୟୁଜର୍ସ ଫଲୋ କରନ୍ତି। ରୋନାଲ୍ଡୋ ପ୍ରତି ପୋଷ୍ଟକୁ ୨,୩୯୭,୦୦୦ ଡଲାର ଅର୍ଥାତ୍‌ ୧୯ କୋଟି ଟଙ୍କା ଚାର୍ଜ କରନ୍ତି।

ରୋନାଲ୍ଡୋଙ୍କ ପରେ ମଡେଲ କାଇଲି ଜେନର ରହିଛନ୍ତି। ତାଙ୍କର ୩୦୦ ମିଲିଅନରୁ ଅଧିକ ଫଲୋୟର୍ସ ରହିଛନ୍ତି। ସେ ପ୍ରତି ପୋଷ୍ଟକୁ ୧,୮୩୫,୦୦୦ ରୋଜଗାର କରନ୍ତି। ଫୁଟବଲର ଲିୟୋନେଲ ମେସି ତୃତୀୟ ସ୍ଥାନରେ ରହି ୧,୭୭୭,୦୦୦ ଡଲାର ଅର୍ଥାତ୍‌ ୧୪ କୋଟି ଟଙ୍କା ଚାର୍ଜ କରନ୍ତି।

ସେହିପରି ଗାୟିକା ଏବଂ ଅଭିନେତ୍ରୀ ସେଲେନା ଗୋମେଜ ୩୦୦ ମିଲିୟନରୁ ଅଧିକ ଫଲୋୟର୍ସ ରହିଥିବା ବେଳେ ଚତୁର୍ଥ ସ୍ଥାନରେ ରହିଛନ୍ତି। ସେ ପ୍ରତି ପୋଷ୍ଟକୁ ୧,୭୩୫,୦୦୦ ଡଲାର ବା ୧୪.୧୬ କୋଟି ଟଙ୍କା ଚାର୍ଜ କରନ୍ତି। ସେହିପରି ପଞ୍ଚମ ସ୍ଥାନରେ ବିନ୍‌ ଡେଓ୍ଵନ ଦ ରକ୍‌ ୫ମ ସ୍ଥାନରେ ରହିଛନ୍ତି।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking