28.1 C
Bhubaneswar
Monday, May 27, 2024
Homeଅପରାଧନାବାଳିକା ଶାଳିକୁ ପ୍ରଲୋଭନ ଦେଖାଇ ଶାରୀରିକ ସମ୍ପର୍କ ରଖିଲା ଭିଣୋଇ

ନାବାଳିକା ଶାଳିକୁ ପ୍ରଲୋଭନ ଦେଖାଇ ଶାରୀରିକ ସମ୍ପର୍କ ରଖିଲା ଭିଣୋଇ

ବେଗୁନିଆ: ବେଗୁନିଆ ବ୍ଲକ ବଡ଼ବେରଣା ପଞ୍ଚାୟତର ଏକ ଗ୍ରାମରେ ଜଣେ ନାବାଳିକା ଶାଳୀକୁ ଗର୍ଭବତୀ କରି ଭିଣୋଇ ଥାନାରେ ଅଟକ ରହିଛି । ସୂଚନା ମୁତାବକ ପଞ୍ଚାୟତର ଏକ ଗ୍ରାମର ଜଣେ ଅନୁସୂଚିତ ଜାତିର ଝିଅ ନୟାଗଡ଼ ଅଞ୍ଚଳର ଜଣେ ପୁଅକୁ ବିବାହ କରିଥିଲେ । ବିବାହ ପରଠୁ ପରିବାର ମଧ୍ୟରେ ଅଶାନ୍ତି ପାଇଁ ଝିଅ ପ୍ରାୟ ସମୟ ବାପଘରେ ରହୁଥିଲା । ଫଳରେ ପୁଅ ଜଣଙ୍କ ଶ୍ୱଶୂର ଘରକୁ ଯାଆସ କରୁଥିବାବେଳେ ନାବାଳିକା ଶାଳିକୁ ପ୍ରଲୋଭନ ଦେଖାଇ ଶାରୀରିକ ସମ୍ପର୍କ ରଖିଥିଲା । ଶାଳୀ ଏବେ ୫ମାସର ଗର୍ଭବତୀ । ଘଟଣା ଜଣାପଡ଼ିବା ପରେ ପରିବାର ପକ୍ଷରୁ ୩ଦିନ ତଳେ ବେଗୁନିଆ ଥାନାରେ ଅଭିଯୋଗ ହୋଇଛି ।

ପୁଲିସ ତଦନ୍ତ କରି ଭିଣୋଇକୁ ଥାନାରେ ଅଟକ ରଖିଛି । ଶାଳୀର ବୟସ ଜାଣିବା ପାଇଁ ରବିବାର ରାତିରେ ପୁଲିସ କଣ୍ଟାବାଡ଼ ହାଇସ୍କୁଲର କ୍ଲର୍କଙ୍କୁ ମଳିପଦରରୁ ଆଣି ବିଦ୍ୟାଳୟ ଖୋଲିବା ସହ ଆଡ୍‌ମିଶନ ରେଜିଷ୍ଟର ଦେଖିବା ପରେ ଶାଳୀକୁ ୧୭ବର୍ଷ ୭ମାସ ହାଇଥିବା ଜଣାପଡ଼ିଛି। ସୋମବାର ଶାଳୀର ୧୬୪ ଧାରାରେ ବୟାନ ରେକର୍ଡ କରାଯିବ ବୋଲି ଜଣାପଡ଼ିଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking