28.1 C
Bhubaneswar
Saturday, April 27, 2024
Homeଓଡିଶାଗଛରୁ ପଡି ଛାତ୍ର ଗୁରୁତର : ବିଦ୍ୟାଳୟରେ ତାଲା ପକାଇଲେ ଅଭିଭାବକ

ଗଛରୁ ପଡି ଛାତ୍ର ଗୁରୁତର : ବିଦ୍ୟାଳୟରେ ତାଲା ପକାଇଲେ ଅଭିଭାବକ

କପ୍ତିପଦା: କପ୍ତିପଦା ବ୍ଲକ ଅନ୍ତର୍ଗତ ଶରତ ଗ୍ରାମ ପଂଚାୟତରେ ଥିବା ଜୁରିଆସାହି ସରକାରୀ ପ୍ରାଥମିକ ବିଦ୍ୟାଳୟରେ ଜଣେ ପଢୁଥିବା ପ୍ରଥମ ଶ୍ରେଣୀ ଛାତ୍ର ଗଛରୁ ପଡି ଗୁରୁତର ହୋଇଥିବାର ଜଣାପଡିଛି । ଏହାକୁ ନେଇ ଆଜି ବିଦ୍ୟାଳୟରେ ଅଭିଭାବକମାନେ ତାଲା ପକାଇଥିବାର ଦେଖିବାକୁ ମିଳିଛି ।
ସୂଚନା ଅନୁଯାୟୀ, ମଙ୍ଗଳବାର ଦିନ ଜୁରିଆସାହି ସରକାରୀ ପ୍ରାଥମିକ ବିଦ୍ୟାଳୟର ପ୍ରଥମ ଶ୍ରେଣୀର ଛାତ୍ର ତୁରି ସିଂ(୬) ବିଦ୍ୟାଳୟର ମଧ୍ୟାହ୍ନଭୋଜନ ଖାଇସାରିବା ପରେ ବିଦ୍ୟାଳୟ ନିକଟରେ ଥିବା ଏକ ଗଛକୁ ଚଢିଥିଲା । ତେବେ ଗଛ ଉପରେ ଭାରସାମ୍ୟ ହରାଇ ବସିବାରୁ ୨୦ଫୁଟ୍ ତଳକୁ ଖସିପଡିଥିଲା । ଯାହାଫଳରେକି ଛାତ୍ର ତୁରୀ ଗୁରୁତର ହୋଇ ପଡିଥିଲା । ଖବର ପାଇ ବିଦ୍ୟାଳୟ ପ୍ରଧାନଶିକ୍ଷୟତ୍ରୀ ରତ୍ନମଂଜରୀ ବେହେରା ଘଟଣସ୍ଥଳକୁ ଯାଇ ଛାତ୍ରର ଗୁରୁତର ଅବସ୍ଥା ଦେଖିଥିଲେ ହେ ଚିକିତ୍ସା ନିମନ୍ତେ କୌଣସି ଯାନବାହାନ ନ ମିଳିବାରୁ ଅପରାହ୍ନ ୩ଟା ବେଳେ ଗୁରୁତର ଛାତ୍ର ତୁରୀକୁ ଡାକ୍ତରଖାନା ପଠାଇବାକୁ ବ୍ୟବସ୍ଥା କରିଥିଲେ । ତେବେ ଛାତ୍ର ତୁରୀ ଅଧିକ ଗୁରୁତର ହେବାରୁ ତାକୁ କଟକ ବଡ ମେଡିକାଲକୁ ସ୍ଥାନାନ୍ତର କରାଯାଇଥିବାର ଜଣାପଡିଛି । ଏହି ଘଟଣାକୁ ନେଇ ବୁଧବାର ଅଭିଭାବକ ମହଲରେ ତୀବ୍ର ଉତେଜନା ଦେଖାଦେଇଥିଲା । ଏଥିନେଇ ଅଭିଭାବକମାନେ ଆଜି ବିଦ୍ୟାଳୟରେ ତାଲା ପକାଇଥିଲେ ।

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking