38.1 C
Bhubaneswar
Friday, April 26, 2024
Homeଅପରାଧସ୍ୱାମୀଙ୍କୁ ହତ୍ୟା କରି ଥାନାରେ ଆତ୍ମସମର୍ପଣ କଲେ ସ୍ତ୍ରୀ

ସ୍ୱାମୀଙ୍କୁ ହତ୍ୟା କରି ଥାନାରେ ଆତ୍ମସମର୍ପଣ କଲେ ସ୍ତ୍ରୀ

ବାଲେଶ୍ୱର: ଦୀର୍ଘ ୨୫ବର୍ଷରୁ ଅଧିକ ବର୍ଷ ଧରି ଜଣେ ମୟୂରଭଞ୍ଜ ଜିଲ୍ଲା ବାରିପଦା ସଦରଥାନା ଅର୍ନ୍ତଗତ ଶିରିଶବଣି ଅଂଚଳର ସୀତା ହେମ୍ବ୍ରମ(୪୫) ନାମକ ଜଣେ ମହିଳାଙ୍କ ସହ ସେହି ଅଂଚଳର ଜଣେ ବ୍ୟକ୍ତି ସମ୍ପର୍କ ରଖିବା ପରେ ତାଙ୍କୁ ନିଜ ପତ୍ନୀର ମାନ୍ୟତା ନଦେଇ ଅନ୍ୟ ଜଣେ ମହିଳାଙ୍କୁ ବିବାହ କରି ତାଙ୍କୁ ଅବହେଳା କରିଆସୁଥିଲେ । ଏପରିକି ତାଙ୍କର ଜନ୍ମ ହୋଇଥିବା ପୁଅଙ୍କୁ ମଧ୍ୟ ନିଜ ବାପାର ପରିଚୟ ଦେଉନଥିବା ବେଳେ ତାଙ୍କୁ ହତାଦାର କରୁଥିବା ଘଟଣାକୁ ନେଇ ଉକ୍ତ ମହିଳା ଜଣଙ୍କ ନିଜର ସ୍ୱାମୀ ମାନୁଥିବା ଉକ୍ତ ବ୍ୟକ୍ତିଙ୍କୁ କଟୁରୀରେ ହତ୍ୟା କରି ନିଜେ ମୟୂରଭଞ୍ଜ ଜିଲ୍ଲା ବାରିପଦା ସଦର ଥାନାରେ ଆତ୍ମ ସମ୍ପର୍କଣ କରିବା ଘଟଣା ଏବେ ଜିଲ୍ଲାରେ ଚାଚଂଲ୍ୟ ସୃଷ୍ଟି ହୋଇଛି ।
ସୂଚନା ଅନୁଯାୟୀ, ବୁଧବାର ବାଲେଶ୍ୱର ଜିଲ୍ଲା ସହଦେବଖୁଂଟା ଥାନା ଅର୍ନ୍ତଗତ ଗୁଡିପଦା ଅଂଚଳରେ ଏଭଳି ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି । ହତ୍ୟାର ଶିକାର ହୋଇଥିବା ବ୍ୟକ୍ତି ଜଣଙ୍କ ହେଉଛନ୍ତି ମୟୂରଭଞ୍ଜ ଜିଲ୍ଲା ବାରିପଦା ସଦର ଥାନା ଅର୍ନ୍ତଗତ ଶିରିଶବଣି ଅଂଚଳର ବଢ଼ା ମାର୍ଣ୍ଡି(୪୮) । ସେ ଫୁଡ କର୍ପୋରେସନ ଅଫ ଇଣ୍ଡିଆର (ଏଫସିଆଇ)ର ବାଲେଶ୍ୱର ଶାଖାରେ ଚୌକିଦାର ଭାବେ କାର୍ଯ୍ୟ କରୁଥିବା ବେଳେ ସେ ଗୁଡିପଦା ଅଂଚଳର ଉମେଶ ସିଟଙ୍କ ଘରେ ଦୁଇମାସ ହେବ ଭଡାରେ ରହି ଆସୁଥିଲେ । ବୁଧବାର ସକାଳେ ସ୍ଥାନୀୟ ଲୋକଙ୍କ ଠାରୁ ଖବର ପାଇ ସହଦେବଖୁଂଟା ପୁଲିସ ଏବଂ ଫରେନସିକ ଟିମ ଘଟଣା ସ୍ଥଳରେ ପହଁଚି ତଦନ୍ତ କରିବା ସହ ଶବକୁ ଜବତ କରି ବ୍ୟବଛେଦ ପାଇଁ ପଠାଇଛି । ଏହାସହ ପୁଲିସ ହତ୍ୟାରେ ବ୍ୟବହୃତ ହୋଇଥିବା କଟୁରୀକୁ ମଧ୍ୟ ଜବତ କରିଛି । ଅନ୍ୟପଟେ ସହଦେବଖୁଂଟା ପୁଲିସର ଏକ ଟିମ ବାରିପଦା ସଦର ଥାନା ଯାଇ ଆତ୍ମ ସମର୍ପଣ କରିଥିବା ମହିଳାଙ୍କୁ ଗିରଫ କରି ବାଲେଶ୍ୱର ଆଣିଛି ।

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking