28.1 C
Bhubaneswar
Saturday, April 27, 2024
Homeଓଡିଶାରାସ୍ତା ଖରାପ ଯୋଗୁଁ ଅବରୋଧ କଲେ ଗ୍ରାମବାସୀ

ରାସ୍ତା ଖରାପ ଯୋଗୁଁ ଅବରୋଧ କଲେ ଗ୍ରାମବାସୀ

କେନ୍ଦୁଝର : କେନ୍ଦୁଝର ସହର ନିକଟସ୍ଥ କବିତ୍ରା ଗ୍ରାମ ନିକଟରେ ଜାତୀୟ ରାଜପଥ ୪୯ ଉପରେ ବାଇପାସ ନିର୍ମାଣ କାର୍ଯ୍ୟ ଦୀର୍ଘ ୩ ବର୍ଷ ଧରି ଚାଲୁଅଛି । ଏହି ନିର୍ମାଣ କାର୍ଯ୍ୟ ପାଇଁ ଏନଏଚଆଇ ପକ୍ଷରୁ ବାଇପାସ କଡ଼ରେ ଏକ ଆପ୍ରୋଚ ରୋଡ଼ ନିର୍ମାଣ କରାଯାଇଥିଲା । ଉକ୍ତ ଆପ୍ରୋଚ ରୋଡ଼ ଦେଇ ପାଞ୍ଚରୁ ଉର୍ଦ୍ଧ୍ବ ପଞ୍ଚାୟତର ଗ୍ରାମବାସୀ ନିର୍ଭର କରିଥାନ୍ତି । କିନ୍ତୁ ଉକ୍ତ ଆପ୍ରୋଚ ରୋଡ଼ ନଷ୍ଟ ହୋଇଯିବାରୁ ସାଧାରଣ ଲୋକ ଗମନାଗମନରେ ବହୁ ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ଏନେଇ ଗ୍ରାମବାସୀମାନେ ପ୍ରଶାସନକୁ ବାରମ୍ବାର ଜଣାଇଥିଲେ ମଧ୍ୟ କିଛି ସୁଫଳ ମିଳିପାରିନାହିଁ । ଏହି ରାସ୍ତା ନିର୍ମାଣ ପାଇଁ ଆଜି ଶତାଧିକ ଗ୍ରାମବାସୀମାନେ ରାସ୍ତା ଅବରୋଧ କରିଛନ୍ତି। ଉକ୍ତ ବାଇପାସ କାର୍ଯ୍ୟ କରୁଥିବା ମନ୍ତେକାର୍ଲ କମ୍ପାନୀର ଗାଡି ଗୁଡିକୁ ଅଟକାଇ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି। ଯେଉଁ ପର୍ଯ୍ୟନ୍ତ ରାସ୍ତା ପୁନଃ ନିର୍ମାଣ କାର୍ଯ୍ୟ କରାନଯାଉଛି ସେପର୍ଯ୍ୟନ୍ତ ରାସ୍ତା ଅବରୋଧ ଚାଲୁ ରହିବ ବୋଲି ଚେତାବନୀ ଦେଇଛନ୍ତି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking