37.2 C
Bhubaneswar
Friday, April 19, 2024
Homeଦେଶ ବିଦେଶହସ୍ପିଟାଲରୁ ଡିସଚାର୍ଜ ହେଲେ ମମତା ବାନାର୍ଜୀ

ହସ୍ପିଟାଲରୁ ଡିସଚାର୍ଜ ହେଲେ ମମତା ବାନାର୍ଜୀ

ନୂଆଦିଲ୍ଲୀ : ମମତା ବାନାର୍ଜୀଙ୍କୁ ଏସଏସକେଏମ ହସ୍ପିଟାଲରୁ ଡିସଚାର୍ଜ କରାଯାଇଛି । ମମତାଙ୍କ ସ୍ୱାସ୍ଥ୍ୟବସ୍ଥା ଏବେ ଭଲ ରହିଥିବା ହସ୍ପିଟାଲ କର୍ତ୍ତୃପକ୍ଷ କହିଛନ୍ତି । ବାରମ୍ବାର ଅନୁରୋଧ ପରେ ଅନେକ ପରାମର୍ଶ ସହିତ ମମତାଙ୍କୁ ଡିସଚାର୍ଜ କରାଯାଇଛି । ୭ ଦିନ ପରେ ଆଘାତ ଲାଗିଥିବା ସ୍ଥାନ ପୁଣି ପରୀକ୍ଷା ହେବ । ଦୁଇ ଦିନ ପୂର୍ବରୁ ନନ୍ଦୀଗ୍ରାମରେ ନିର୍ବାଚନ ସଭା ମଧ୍ୟରେ ମମତାଙ୍କ ଗୋଡରେ ଆଘାତ ଲାଗିଥିଲା । କିଛି ବ୍ୟକ୍ତି ତାଙ୍କୁ ଠେଲି ଦେଇଥିବା ସେ ଅଭିଯୋଗ କରିଥିଲେ । ଏହାକୁ ନେଇ ପଶ୍ଚିମବଙ୍ଗରେ ରାଜନୀତି ଜାରି ରହିଛି । ହସ୍ପିଟାଲରୁ ଡିସଚାର୍ଜ ପରେ ଘରେ ଆରାମ ନେବା ପାଇଁ ଡାକ୍ତର ପରାମର୍ଶ ଦେଇଛନ୍ତି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking