25.1 C
Bhubaneswar
Thursday, May 9, 2024
Homeଓଡିଶାଆଇଡ଼ିଏଲ ପ୍ରିମିୟର ଲିଗ୍ କ୍ରିକେଟ ଟୁର୍ଣ୍ଣାମେଂଟ ଉଦ୍‌ଘାଟିତ

ଆଇଡ଼ିଏଲ ପ୍ରିମିୟର ଲିଗ୍ କ୍ରିକେଟ ଟୁର୍ଣ୍ଣାମେଂଟ ଉଦ୍‌ଘାଟିତ

ରାଉରକେଲା:ଦକ୍ଷିଣ ରାଉରକେଲାସ୍ଥିତ ଆଇଡ଼ିଏଲ ଖେଳପଡ଼ିଆ  ଠାରେ ଫର୍ଟିଲାଇଜର ମେଡ଼ିକାଲ ରିପ୍ରେଜେଟିଂଭ ଆସୋସିଏସନ ଆନୁକୂଲ୍ୟରେ ୫ମ ଆଇଡ଼ିଏଲ ପ୍ରିମିୟର ଲିଗ  କ୍ରିକେଟ ଟୁର୍ଣ୍ଣାମେଂଟର ଶୁଭାରମ୍ଭ ହୋଇଛି ।ଏହି ଅବସରରେ ମୁଖ୍ୟ ଅତିଥି ଭାବେ ହାତୀବନ୍ଧା ସରପଂଚ ଚାମର ସିଂ ମୁଣ୍ଡାରୀ , ସମ୍ମାନୀତ ଅତିଥି ଭାବେ ବିଦ୍ୟା ଷ୍ଟଡ଼ି ପଏଂଟର ନିର୍ଦ୍ଦେଶକ ସରୋଜ କୁମାର ବେହେରା ଯୋଗ ଦେଇ ଚମ୍ପିଆନ ଲିଗକୁ ଆନୁଷ୍ଠାନିକ ଭାବେ ଶୁଭ ଉଦଘାଟନ କରିଥିଲେ । ଅନ୍ୟ ଅତିଥି ଭାବେ ଘନଶ୍ୟାମ ସାହୁ ମଂଚାସୀନ ଥିଲେ । ଅତିଥିବୃନ୍ଦ ଟୁର୍ଣ୍ଣାମେଂଟରେ ଭାଗ ନେଇଥିବା ଖେଳାଳୀମାନଙ୍କୁ କ୍ରିଡ଼ା କ୍ଷେତ୍ରରେ ଅଗ୍ରସର ହେବାକୁ ଉତ୍ସାହିତ କରିବା ସହ ସାରନଗରୀ ଅଂଚଳରେ ଏଭଳି କ୍ରିକେଟ ଟୁର୍ଣ୍ଣାମେଂଟର ଆୟୋଜନ ଦ୍ୱାରା ଭାଇଚାରା ଓ ବନ୍ଧତ୍ୱ ନିବିଡ଼ ହେବା ସହ ନୂତନ ଖେଳ ପ୍ରତିଭା ଗଢି ତୋଳିବାରେ ସହାୟକ ହେବ ବୋଲି ନିଜ ନିଜର ବକ୍ତବ୍ୟରେ ପ୍ରକାଶ କରିଥିଲେ ।  ଉଦଘାଟନୀ ମ୍ୟାଚ ରାଉରକେଲା ରାଇଡ଼ର ସେକ୍ଟର ୪ ଓ ଓଡ଼ିଶା  କ୍ôଲବ   ମଧ୍ୟରେ ଖେଳ ହୋଇଥିଲ।। ଏଥିରେ  ରାଉରକେଲା ରାଇଡ଼ର ବିଜୟୀ ହୋଇଥିଲା । ପ୍ରଥମ ଦିନରେ ଅମ୍ପାୟାର ଭାବେ ବାସୁଦେବ ସରଣ ଓ ପ୍ରଭାତ ନାୟକ ଖେଳ ଦାୟିତ୍ୱ ତୁଲାଇଥିଲେ । ଉକ୍ତ ଟୁର୍ଣ୍ଣାମେଂଟରେ  କ୍ରିକେଟ ମ୍ୟାଚକୁ ପରିଚାଳନା କରିବାରେ ଫର୍ଟିଲାଇଜର ମେଡ଼ିକାଲ ରିପ୍ରେଜେଟିଂଭ ଆସୋସିଏସନର ଶୁଭେନ୍ଦୁ ଜେନା,ରାଜେନ୍ଦ୍ର ସାହୁ,ପ୍ରଦୀପ ବିଶ୍ୱାଳ,ସମ୍ବିତ ମହାପାତ୍ର,ମିନୟ ମହାନ୍ତି,ବିଶ୍ୱଜିତ ନାୟକ,ଶ୍ୟାମ ସୁନ୍ଦର ପଣ୍ଡା,ଜଜନ ମହାପାତ୍ର ସମେତ ଅନ୍ୟାନ୍ୟ ସଦସ୍ୟମାନେ ସକ୍ରିୟ ଭୂମିକା ଗ୍ରହଣ କରିଥିଲେ । ଉକ୍ତ ଟୁର୍ଣ୍ଣାମେଂଟରେ ମୋଟ ୧୬ଟି ଟିମ ଅଂଶ ଗ୍ରହଣ କରିଥିବାବେଳେ ମ୍ୟାଚ ଦେଖିବାକୁ ଆଖପାଖ ଅଂଚଳରୁ କ୍ରିକେଟ ପ୍ରେମୀମାନେ ପଡ଼ିଆରେ ଉପସ୍ଥିତ ରହି କ୍ରିକେଟ ଖେଳର ମଜା ଉଠାଇଥିଲେ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking