28.1 C
Bhubaneswar
Saturday, May 11, 2024
Homeଦେଶ ବିଦେଶବର୍ଷିୟାନ ଅଭିନେତ୍ରୀ ଶଶିକଳାଙ୍କ ଦେହାନ୍ତ

ବର୍ଷିୟାନ ଅଭିନେତ୍ରୀ ଶଶିକଳାଙ୍କ ଦେହାନ୍ତ

ମୁମ୍ବାଇ : ବର୍ଷିୟାନ କଳାକାର ଶଶିକଳା ଓମ ପ୍ରକାଶ ସେହଗଲଙ୍କ ଦେହାନ୍ତ ହୋଇଯାଇଛି । ସେ ଆଜି ଦିନ ୧୨ ଟା ସମୟରେ ମୃତ୍ୟୁ ବରଣ କରିଛନ୍ତି । ସେ ସତୁରୀ ଦଶକରେ ବଲିଉଡରେ ଅଭିନେତ୍ରୀ ଓ ଖଳନାୟିକା ଉଭୟ ଚରିତ୍ରରେ ଅଭିନୟ କରିଥିଲେ । ତାଙ୍କୁ ମୃତ୍ୟୁ ବେଳକୁ ୮୮ ବର୍ଷ ହୋଇଥିଲା ।

ସେ ସୋଲାପୁରର ବାସିନ୍ଦା ଅଟନ୍ତି । ସେ ବଲିଉଡ ଫିଲ୍ମି ‘ଜୀନତ’, ‘ସୁଜାତା’, ‘ଆରତୀ’, ‘ଅନୁପମା’, ‘ଫୁଲ ଔର ପଥର’, ‘ଗୁମରାହ’, ‘ବକ୍ତ’, ‘ଖୁବସୁରତ’, ‘ଆୟେ ମିଲନ କି ବେଲା’ ପ୍ରଭୃତି ୧୦୦ରୁ ଅଧିକ ଫିଲ୍ମରେ ଅଭିନୟ କରିଛନ୍ତି ।

ତାଙ୍କୁ ଅନେକ ପୁରସ୍କାରରେ ସମ୍ମାନୀତ ମଧ୍ୟ କରାଯାଇଛି । ୧୯୬୨ରେ ସେ ‘ଆରତୀ’ ଓ ‘ଗୁମରାହ’ ଚଳଚିତ୍ର ରେ ସର୍ବଶ୍ରେଷ୍ଠ ସହାୟକ ଅଭିନେତ୍ରୀ ପାଇଁ ଫିଲ୍ମ ଫେୟାର ପୁରସ୍କାର ଜିତିଥିଲେ । ୨୦୦୭ରେ ଶଶିକଳାଙ୍କୁ ପଦ୍ମଶ୍ରୀ ପୁରସ୍କାରରେ ସମ୍ମାନୀତ କରାଯାଇଥିଲା ଓ ୨୦୦୯ରେ ତାଙ୍କୁ ଶାନ୍ତାରାମ ଲାଇଫଟାଇମ ଆଚିଭମେଣ୍ଟ ଆୱାର୍ଡ ଦିଆଯାଇଥିଲା ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking