28.1 C
Bhubaneswar
Tuesday, May 21, 2024
Homeଦେଶ ବିଦେଶବାଇଡେନ ପ୍ରଶାସନଙ୍କ ମୁଖା ଖୋଲିଦେଲା ରୁଷ୍‌; ଭାରତୀୟ ନିର୍ବାଚନରେ ହସ୍ତକ୍ଷେପ ଉଦ୍ୟମ କରୁଛି ଆମେରିକା

ବାଇଡେନ ପ୍ରଶାସନଙ୍କ ମୁଖା ଖୋଲିଦେଲା ରୁଷ୍‌; ଭାରତୀୟ ନିର୍ବାଚନରେ ହସ୍ତକ୍ଷେପ ଉଦ୍ୟମ କରୁଛି ଆମେରିକା

ମସ୍କୋ:  ଭାରତରେ ଅନୁଷ୍ଠିତ ହେଉଥିବା ୨୦୨୪ ଲୋକସଭା ନିର୍ବାଚନରେ ଆମେରିକା ହସ୍ତକ୍ଷେପ କରିବାକୁ ଉଦ୍ୟମ କରୁଛି ବୋଲି ଆମେରିକାର ଶତ୍ରୁ ରାଷ୍ଟ୍ର ତଥା ଭାରତର ବନ୍ଧୁ ରାଷ୍ଟ୍ର ରୁଷ୍ ପକ୍ଷରୁ ଦାବି କରାଯାଇଛି । ରୁଷ ବୈଦେଶିକ ମନ୍ତ୍ରଣାଳୟ ମୁଖପାତ୍ର ମାରିଆ ଜାଖାରୋଭା ଏକ ପ୍ରେସ୍ କନ୍‌ଫରେନ୍ସରେ ବଳିଷ୍ଠ ପ୍ରମାଣ ଉପସ୍ଥାପନ ସହ କହିଛନ୍ତି ଯେ, ଭାରତରେ ଚାଲିଥିବା ଲୋକସଭା ନିର୍ବାଚନରେ ମୁଣ୍ଡ ପୂରାଇବାକୁ ଚେଷ୍ଟା କରୁଛି ଆମେରିକା । ଭାରତର ଆଭ୍ୟନ୍ତରୀଣ ପ୍ରସଙ୍ଗ ସହ ନିର୍ବାଚନ ପ୍ରକ୍ରିୟାକୁ ନେଇ ପ୍ରଶ୍ନ ଉଠାଇବା ତଥା ଭାରତୀୟ ରାଜନେତାମାନଙ୍କ ବିଷୟରେ ବୟାନବାଜି କରିବା ଭଳି ଆଭିମୁଖ୍ୟ ପ୍ରଦର୍ଶନ କରୁଛି ଆମେରିକା । ଏପରି କରି ଭାରତକୁ ଏକ ଦେଶ ଭାବେ ଆମେରିକା ସମ୍ମାନ ଦେଉନଥିବା ରୁଷ୍ ଅଭିଯୋଗ କରିଛି । ତେବେ ଏସବୁ କେବଳ ଏକ ଅଭିଯୋଗ ନୁହେଁ ବରଂ ରୁଷ୍‌ର ଗୁଇନ୍ଦା ବିଭାଗ ହାତରେ ଏନେଇ ଅନେକ ବଳିଷ୍ଠ ପ୍ରମାଣ ଲାଗିଥିବା ରୁଷ ବୈଦେଶିକ ମନ୍ତ୍ରଣାଳୟର ମୁଖପାତ୍ର ମାରିଆ ଜାଖାରୋଭା ଦାବି କରିଛନ୍ତି ।
ମାରିଆଙ୍କ କହିବାନୁସାରେ ଆମେରିକା ଭାରତର ଆଭ୍ୟନ୍ତରୀଣ ରାଜନୈତିକ ପରିସ୍ଥିତିକୁ ବିଗାଡିବା ସହ ସାଧାରଣ ନିର୍ବାଚନକୁ ଜଟିଳ କରିବାକୁ ଚେଷ୍ଟା କରୁଛି । କେବଳ ଏତିକି ନୁହେଁ, ବିଚ୍ଛିନ୍ନତାବାଦୀ ତଥା ଖଲିସ୍ତାନୀ ନେତା (ଭାରତର ମୋଷ୍ଟ ୱାଣ୍ଟେଡ୍ ଆତଙ୍କବାଦୀ ତାଲିକାଭୁକ୍ତ) ଗୁରୁପତ୍‌ୱନ୍ତ ସିଂହ ପନ୍ନୁ ମାମଲାରେ ମଧ୍ୟ ଭାରତକୁ ଅଯଥାରେ ଦୋଷାରୋପ କରିବା ଆମେରିକାର ଏକ ଚାଲ୍ । ମାରିଆ ଜାଖାରୋଭା କହିଛନ୍ତି, ‘ଧାର୍ମିକ ସ୍ୱାଧୀନତା ଉପରେ ଆମେରିକା ଭିତ୍ତିହୀନ ଅଭିଯୋଗ ଜାରି ରଖିଛି । ଭାରତର ଜାତୀୟ ମାନସିକତା ଏବଂ ଇତିହାସ ବିଷୟରେ ୱାଶିଂଟନ୍‌ର ସାଧାରଣ ବୁଝାମଣାର ଅଭାବ ରହିଛି । ସେହିପରି ପନ୍ନୁ ମାଲାରେ ରୁଷ୍ କିନ୍ତୁ ଭାରତକୁ ସମର୍ଥନ କରୁଛି ବୋଲି ସେ କହିଛନ୍ତି । ଏଥିସହ ପନ୍ନୁ ହତ୍ୟା ଷଡଯନ୍ତ୍ରରେ ଭାରତୀୟ ଅଧିକାରୀଙ୍କ ସମ୍ପୃକ୍ତି ନେଇ ରୁଷ ଆମେରିକାର ଦାବିକୁ ପ୍ରତ୍ୟାଖ୍ୟାନ କରିଛି । ପନ୍ନୁ ହତ୍ୟା ଷଡଯନ୍ତ୍ରରେ ଭାରତର ସମ୍ପୃକ୍ତ ଥିବା ପ୍ରମାଣ କରିବାକୁ ୱାଶିଂଟନ୍ ଏପର୍ଯ୍ୟନ୍ତ କୌଣସି ବିଶ୍ୱାସନୀୟ ସୂଚନା କିମ୍ବା ପ୍ରମାଣ ଦେଇ ନାହିଁ ବୋଲି ମାରିଆ ଜାଖାରୋଭା କହିଛନ୍ତି । ସୂଚନାଯୋଗ୍ୟ ଭାରତରେ ଧାର୍ମିକ ସ୍ୱତନ୍ତ୍ରତାକୁ ଉଲ୍ଲଂଘନ କରାଯାଉଥିବା ନେଇ କୁ ନେଇ ଆମେରିକୀୟ ମାନବାଧିକାର ଆୟୋଗ ୟୁଏସ୍‌ସିଆଇଆର୍‌ଏଫ୍ ନିଜ ସଦ୍ୟତମ ରିପୋର୍ଟରେ ଦର୍ଶାଇଥିଲା । ତେବେ ଆମେରିକାର ଏହି ରିପୋର୍ଟକୁ ଭାରତ ସମ୍ପୂର୍ଣ୍ଣ ରୂପେ ଖଣ୍ଡନ କରିଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking