28.1 C
Bhubaneswar
Tuesday, May 21, 2024
Homeଖେଳସାଉଦି ସ୍ମାଶ୍ କ୍ୱାର୍ଟର୍‌ରେ ମନିକା ପରାଜିତ

ସାଉଦି ସ୍ମାଶ୍ କ୍ୱାର୍ଟର୍‌ରେ ମନିକା ପରାଜିତ

ନୂଆଦିଲ୍ଲୀ: ସାଉଦି ସ୍ମାଶ୍ ୨୨୦୨୪ରେ ଭାରତୀୟ ଷ୍ଟାର୍ ଟିଟି ଖେଳାଳି ମନିକା ବତ୍ରାଙ୍କ ଅଭିଯାନ ଶେଷ ହୋଇଛି । ଗୁରୁବାରା ଜେଦାହରେ ଅନୁଷ୍ଠିତ କ୍ୱାର୍ଟର୍ ଫାଇନାଲ୍‌ରେ ମନିକାଙ୍କୁ ବିଶ୍ୱ ନଂ.୫ ଜାପାନର ହିନା ହୟାତ୍ ୪-୧ (୭-୧୧, ୧୧-୬, ୧୧-୪, ୧୩-୧୧, ୧୧-୨)ରେ ପରାସ୍ତ କରି ସେମିଫାଇନାଲ୍‌ରେ ପ୍ରବେଶ କରିଛନ୍ତି । ଭାରତୀୟ ଷ୍ଟାର୍ ରୋମାନିଆର ଆନ୍ଦ୍ରେିଆ ଡ୍ରାଗୋମ୍ୟାନ୍‌ଙ୍କୁ ୩-୦ (୧୧-୬, ୧୩-୧୧, ୧୧-୮)ରେ ହରାଇ ଟୁର୍ଣ୍ଣାମେଣ୍ଟ୍‌ରେ ଅଭିଯାନ ଆରମ୍ଭ କରିଥିଲେ । ଏହାପରେ ଦ୍ୱିତୀୟ ରାଉଣ୍ଡ୍ ମ୍ୟାଚ୍‌ରେ ବିଶ୍ୱ ନଂ. ୨ ଚୀନ୍‌ର ୱାଙ୍ଗ୍ ମାନ୍ୟୁଙ୍କୁ ୩-୧ରେ ଏବଂ ପ୍ରି-କ୍ୱାର୍ଟର୍ ଫାଇନାଲ୍‌ରେ ଜର୍ମାନୀର ନିନା ମିଟ୍ଟୋଲ୍‌ହମ୍‌ଙ୍କୁ ୩-୦ରେ ହରାଇଥିଲେ । ନିକଟରେ ମନିକାଙ୍କୁ ପଛରେ ପକାଇ ଶ୍ରୀଜା ଆକୁଲା ଭାରତର ଶୀର୍ଷସ୍ଥାନୀୟ ମହିଳା ଖେଳାଳି ହୋଇଥିଲେ । ତେବେ ଜେଦାହରେ ନିଜ ପ୍ରଦର୍ଶନ ବଳରେ ୨୦୧୮ ରାଜ୍ୟଗୋଷ୍ଠୀ କ୍ରୀଡ଼ା ସ୍ୱର୍ଣ୍ଣ ବିଜେତା ପୁଣିଥରେ ଭାରତ ନଂ.୧ ମହିଳା ଖେଳାଳି ହେବାକୁ ଯାଉଛନ୍ତି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking