27.1 C
Bhubaneswar
Saturday, July 27, 2024
Homeଅପରାଧଉଡ଼ନ୍ତା ବିମାନରୁ ‘ଫ୍ଲାଇଂ ଚୋର’ ଗିରଫ; ୧୧୦ ଦିନରେ କରିଥିଲା ୨୦୦ରୁ ଊର୍ଦ୍ଧ୍ୱ ବିମାନ ଯାତ୍ରା

ଉଡ଼ନ୍ତା ବିମାନରୁ ‘ଫ୍ଲାଇଂ ଚୋର’ ଗିରଫ; ୧୧୦ ଦିନରେ କରିଥିଲା ୨୦୦ରୁ ଊର୍ଦ୍ଧ୍ୱ ବିମାନ ଯାତ୍ରା

ନୂଆଦିଲ୍ଲୀ: ଚୋରି କରିବାର ଏକ ନିଆରା ଷ୍ଟାଇଲ୍ ଏବେ ସମସ୍ତଙ୍କ ସାମ୍ନାକୁ ଆସିଛି । ଆକାଶମାର୍ଗରେ ଚୋରି କରୁଥିବା ଜଣେ ହାଇଟେକ୍ ଚୋରକୁ ଦିଲ୍ଲୀ ପୁଲିସ୍ ଗିରଫ କରିବାରେ ସଫଳ ହେବା ପରେ ଏସମ୍ପର୍କରେ ଜଣାପଡିଛି । ରିପୋର୍ଟ ଅନୁସାରେ ଦିଲ୍ଲୀ ପୁଲିସ୍ ଆଜି ରାଜେଶ କପୁର ନାମକ ଜଣେ ଧୂର୍ତ୍ତବ୍ୟକ୍ତିକୁ ଗିରଫ କରିଛି । ରାଜେଶ ଗତ ୧୧ଠ ଦିନ ମଧ୍ୟରେ ୨୦୦ରୁ ଅଧିକ ବିମାନରେ ଯାତ୍ରା କରିିଥିଲା ଏବଂ ଏହି ସମୟରେ ସେ ଲକ୍ଷାଧିକ ମୂଲ୍ୟର ମୂଲ୍ୟବାନ ସାମଗ୍ରୀ ଚୋରି କରିଥିବା ପୁଲିସ୍ ଦର୍ଶାଇଛି ।
କୌଣସି ଗନ୍ତବ୍ୟସ୍ଥଳକୁ ଯିବା ରାଜେଶର ଉଦ୍ଦେଶ୍ୟ ନଥିଲା, ବରଂ ବିମାନ ଯାତ୍ରା କାଳରେ ସହଯାତ୍ରୀଙ୍କୁ ଟାର୍ଗେଟ୍ କରିବା ପୂର୍ବକ ସେମାନଙ୍କ ଠାରୁ ଦାମୀ ଅଳଙ୍କାର ତଥା ସାମଗ୍ରୀ ଆଦି ଲୁଟିବା ତା’ର ପ୍ରକୃତ ଲକ୍ଷ୍ୟ ରହିଥିଲା । ଗତବର୍ଷ ଅର୍ଥାତ୍ ୨୦୨୩ରେ ଦିଲ୍ଲୀ ବିମାନବନ୍ଦରରୁ ଉଡାଣ ଭରିଥିବା ଅଧିକାଂଶ ବିମାନରେ ସେ ଯାତ୍ରା କରିଥିଲା ଏବଂ ଅନେକ ଲୋକଙ୍କୁ ନିଜ ଶିକାର କରିଥିଲା । ତେବେ ଗତ ମାସରେ ଜଣେ ମହିଳା ହାଇଦ୍ରାବାଦ୍‌ରୁ ଦିଲ୍ଲୀ ଅଭିମୁଖେ କୌଣସି କାମରେ ଆସିଥିବା ବେଳେ ତାଙ୍କ ହ୍ୟାଣ୍ଡ୍ ପର୍ସରୁ ଏକ ୭ଲକ୍ଷ ଟଙ୍କା ମୂଲ୍ୟର ଦାମୀ ଅଳଙ୍କାର ଚୋରି ହୋଇଥିବା ଦିଲ୍ଲୀ ପୁଲିସ୍ ନିକଟରେ ରିପୋର୍ଟ କରାଇଥିଲେ । ସେହିପରି ଗତ ମାସରେ ହିଁ ଜଣେ ଆମେରିକୀୟ ବ୍ୟକ୍ତିଙ୍କୁ ମଧ୍ୟ ବିମାନରେ ଲୁଟ୍‌ର ଶିକାର ହେବାକୁ ପଡିଥିଲା । ଏହି ଆମେରିକୀୟ ବ୍ୟକ୍ତିଜଣକ ତାଙ୍କ କ୍ୟାବିନ୍‌ବ୍ୟାଗ୍‌ରୁ ୨୫ ଲକ୍ଷ ଟଙ୍କା ମୂଲ୍ୟର ଦାମୀ ସାମଗ୍ରୀ ଚୋରି ହୋଇଥିବା ରିପୋର୍ଟ ଲେଖାଇଥିଲେ । ଏହି ଦୁଇ ଚୋରି ରିପୋର୍ଟ ଦିଲ୍ଲୀ ପୁଲିସ୍‌ର ନିଦ ହଜାଇ ଦେଇଥିଲା । ସିସିଟିଭି ଫୁଟେଜ୍ ଯାଞ୍ଚ୍ ତଥା ଅନେକ ଦିନର ପରିଶ୍ରମ ପରେ ରାଜେଶ ସମ୍ପର୍କରେ ଦିଲ୍ଲୀ ପୁଲିସ୍ ସୁରାଗ ପାଇଥିଲା ।
ଡେପୁଟି କମିଶନର ଉଷା ଆର କହିଛନ୍ତି, ରାଜେଶ ମୁଖ୍ୟତଃ କନେଣ୍ଟିଂ ବିମାନରେ ଯାତ୍ରା କରୁଥିବା ଲୋକଙ୍କୁ ଟାର୍ଗେଟ୍ କରୁଥିଲା । ବିମାନରେ ଯାତ୍ରା କରୁଥିବା ବରିଷ୍ଠ ନାଗରିକ ଓ ଏକାକୀ ମହିଳାଙ୍କୁ ସେ ବିଶେଷ ଭାବେ ଟାର୍ଗେଟ କରୁଥିଲା । ପ୍ରଥମେ ସେ ଏୟାରପୋର୍ଟରେ ସେମାନଙ୍କ ଆଚରଣ ଉପରେ ନଜର ରଖେ । ଏହାପରେ ସେ ସେମାନଙ୍କ ପାଖରେ ବୁଲାବୁଲି କରିବା ସହ ଲଗେଜ ଘୋଷଣା ସ୍ଲିପ ଦେଖି ଅଧିକ ତଥ୍ୟ ହାସଲ କରିନେଇଥାଏ । ପରେ ଉଡନ୍ତା ବିମାନରେ ହିଁ ସେ ନିଜ ଅସଲ ଖେଳ ଖେଳିବା ଆରମ୍ଭ କରିଦେଇଥାଏ ବୋଲି ନିଜେ ସ୍ୱୀକାର କରିଛି । ତଦନ୍ତ ସମୟରେ ରାଜେଶର ଦିଲ୍ଲୀର ପାହାଡ଼ଗଞ୍ଜ ଅଞ୍ଚଳ ନୂଆଦିଲ୍ଲୀ ରେଳଷ୍ଟେସନ ନିକଟରେ ‘ରିକି ଡିଲକ୍ସ’ ନାମକ ଏକ ଗେଷ୍ଟ ହାଉସ୍ ରହିଛି । ଏହା ରେ ହିଁ ରହିଛି । ସେ ନିଜେ ଏହି ଗେଷ୍ଟ ହାଉସର ତୃତୀୟ ମହଲାରେ ରୁହେ । ଅନ୍ୟ ଫ୍ଲୋରଗୁଡ଼ିକ ଗ୍ରାହକମାନଙ୍କ ପାଇଁ ଉପଲବ୍ଧ ରହିଥାଏ । ଏତଦ୍‌ବ୍ୟତୀତ ସେ ମନି ଏକ୍ସଚେଞ୍ଜ ବ୍ୟବସାୟ କରିବା ସହ ଦିଲ୍ଲୀରେ ଗୋଟିଏ ମୋବାଇଲ ମରାମତି ଦୋକାନ ମଧ୍ୟ ଖୋଲିଛି ।
ଏହାପୂର୍ବରୁ ମଧ୍ୟ ଅନେକ ଥର ଦିଲ୍ଳୀ, ଚେନ୍ନାଇ, ହାଇଦ୍ରାବାଦ, ଚଣ୍ଡିଗଡ଼, ବେଙ୍ଗାଲୁରୁ, ମୁମ୍ବାଇ ଓ ଅମୃତସର ବିମାନବନ୍ଦରରୁ ଉଡ଼ୁଥିବା ବିଭିନ୍ନ ବିମାନ ଯାତ୍ରୀ ସେମାନଙ୍କ ଦାମୀ ସାମଗ୍ରୀ ନଚେତ୍ ଅଳଙ୍କାର ଚୋରି ହୋଇଥିବା ନେଇ ଅଭିଯୋଗ କରିଆସୁଥିଲେ । ଦିଲ୍ଲୀପୁଲିସ୍ ଏସବୁ ଅଭିଯୋଗ ଯାତ୍ରୀଙ୍କ ସମ୍ପର୍କରେ ଅଧିକ ଯାଞ୍ଚ୍ କରିବା ସମୟରେ ଏସମସ୍ତ ମାମଲାରେ ରାଜେଶର ସମ୍ପୃକ୍ତି ଥିବା ପ୍ରମାଣ ମିଳିଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking